ନୂଆଦିଲ୍ଲୀ: କେବଳ ଆମେରିକା ନୁହେଁ, ଭାରତରେ ମଧ୍ୟ ନୋବେଲ ପୁରସ୍କାରକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ତାଙ୍କୁ ଉତ୍ତମ ଶାସନ ପ୍ରଦାନ କରିବା ପାଇଁ ନୋବେଲ ପୁରସ୍କାର ମିଳିବା ଉଚିତ । କିନ୍ତୁ ବିଜେପି କେଜ୍ରିୱାଲଙ୍କ ଏହି ମନ୍ତବ୍ୟକୁ ନେଇ ତାଙ୍କୁ ଟାର୍ଗେଟ କରିଛି । ଯଦି ନୋବେଲ ପୁରସ୍କାର ଦୁର୍ନୀତି ବର୍ଗରେ ଦିଆଯାଇଥାନ୍ତା, ତେବେ କେଜ୍ରିୱାଲଙ୍କୁ ସୁଯୋଗ ମିଳିପାରିଥାନ୍ତା । କିନ୍ତୁ ନୋବେଲ କମିଟି ଏହି ବର୍ଗରେ କୌଣସି ପୁରସ୍କାର ଦିଏ ନାହିଁ ବୋଲି ବିଜେପି କହିଛି ।
ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆମ ଆଦମୀ ପାର୍ଟିର ନେତା ତାଙ୍କ ୧୦-୧୧ ବର୍ଷର ଶାସନରେ ଦିଲ୍ଲୀକୁ କେବଳ ଦୁର୍ନୀତି ଉପହାର ଦେଇଛନ୍ତି । ଏହି କାରଣରୁ ଜନତା ତାଙ୍କୁ ଦଣ୍ଡ ଦେଇଥିଲେ ଏବଂ ୨୦୨୫ରେ ତାଙ୍କଠାରୁ କ୍ଷମତା ଛଡ଼ାଇ ନେଇଥିଲେ । କିନ୍ତୁ ନିଜର ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରି କେଜ୍ରିୱାଲ ଏବେ ନିଜ ପାଇଁ ନୋବେଲ ପୁରସ୍କାର ଦାବି କରୁଛନ୍ତି, ଯାହା ଲଜ୍ଜାଜନକ ।
ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ବିଦେଶୀ ପାଣ୍ଠି ନେଇ ଦେଶ ବିରୋଧରେ କାମ କରୁଛନ୍ତି। ଲୋକମାନେ କେଜ୍ରିୱାଲଙ୍କୁ ଦିଆଯାଇଥିବା ଗାଗାସେସେ ପୁରସ୍କାରକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଏହା ଦର୍ଶାଉଛି ଯେ, ତାଙ୍କର କାର୍ଯ୍ୟଶୈଳୀ କିପରି ଥିଲା। କିନ୍ତୁ ଆଜି ତାଙ୍କର ପ୍ରକୃତ ପ୍ରତିଛବି ଲୋକଙ୍କ ସାମ୍ନାକୁ ଆସିଛି ବୋଲି କହିଛନ୍ତି ବୀରେନ୍ଦ୍ର ସଚଦେବ ।