ପ୍ରମୂଖ ଖବର
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ, ଜୁନ୍‌ରେ ଛାଡ଼ିଥିଲେ ବିଜେପି

Published By : Tapas Panda | July 7, 2025 4:09 PM

Image Courtesy: Twitter

ପାଟନା: ବିହାରର ଲୋକପ୍ରିୟ ୟୁଟ୍ୟୁବର ଏବଂ ପୂର୍ବତନ ବିଜେପି ନେତା ମନୀଷ କଶ୍ୟପ ସୋମବାର ଜନ ସୁରାଜ ପାର୍ଟିରେ ଯୋଗ ଦେଇଛନ୍ତି । ପ୍ରଶାନ୍ତ କିଶୋରଙ୍କ ଉପସ୍ଥିତିରେ ସେ ଜନ ସୁରାଜ ପାର୍ଟିରେ ସାମିଲ ହୋଇଛନ୍ତି । ମନୀଷ କଶ୍ୟପ ଦଳରେ ଯୋଗ ଦେବା ପରେ ଦଳର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର କହିଛନ୍ତି ଯେ, ମନୀଷ କଶ୍ୟପ ଜନ ସୁରାଜ ପାଇଁ ଜଣେ ୟୁଟ୍ୟୁବର ନୁହଁନ୍ତି କିମ୍ବା  ସେ ଜଣେ ପୂର୍ବତନ ବିଜେପି ନେତା ନୁହଁନ୍ତି । ସେ ବିହାରର ଜଣେ ପୁଅ । ଯିଏ ନିଜ ଶକ୍ତି, କଠିନ ପରିଶ୍ରମ ଏବଂ ଜ୍ଞାନ ଦ୍ୱାରା ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ବିହାର ପାଇଁ କିଛି କରିବାକୁ ଚାହୁଁଛନ୍ତି । 

ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି ଯେ, ଜନ ସୁରାଜ ଏକ ଏପରି ବ୍ୟବସ୍ଥା ଯାହା ବିହାର ପାଇଁ କିଛି କରିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁଯୋଗ ଦିଏ। ଯଦି ସେମାନେ ଜନ ସୁରାଜ ସହ ଯୋଡ଼ି ହୁଅନ୍ତି, ତେବେ ସେମାନେ ବିହାରର ପରିବର୍ତ୍ତନ ଅଭିଯାନରେ ଏକ ବଡ଼ ଭୂମିକା ଗ୍ରହଣ କରିବେ ।




ଏହା ପୂର୍ବରୁ ମନୀଷ କଶ୍ୟପ ଜୁନ୍ ୨୦୨୫ରେ ବିଜେପିରୁ ଇସ୍ତଫା ଦେଇଥିଲେ । ପରେ ସେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ଲାଗି ରହିଥିଲା। ଏବେ ସେ ଜନ ସୁରାଜ ପାର୍ଟିରେ ସାମିଲ ହୋଇସାରିଛନ୍ତି । ତେବେ ମନୀଷ କଶ୍ୟପ ଜନ ସୁରାଜ ଟିକେଟରେ ଚାନପାଟିଆ ଆସନରୁ ବିହାର ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । 

ଜନ ସୁରାଜ ପାର୍ଟିରେ ମନୀଷ କଶ୍ୟପ ସାମିଲ ହେବା, ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଭାବରେ ଦେଖାଯାଉଛି । ମନୀଷ ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟରେ କହିଛନ୍ତି ଯେ, ‘ଆମେ ମଉଳି ଯାଇଥିବା ଆଶାକୁ ଛଜ୍ଜିବୀତ କରିବୁ । ଆମେ ପ୍ରତ୍ୟେକ ଘରେ ଆଲୋକ ଆଣିବୁ, ଆମେ ପ୍ରବାସର ଯନ୍ତ୍ରଣାକୁ ଶେଷ କରିବୁ, ଆମେ ପୁଣି ଏକ ନୂତନ ବିହାର ନିର୍ମାଣ କରିବୁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.