ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବୈଭବ ତନେଜା କିଏ ? ଏଲନ ମସ୍କଙ୍କ ‘ଆମେରିକା ପାର୍ଟି’ରେ ମିଳିଲା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

Published By : Harapriya Biswal | July 7, 2025 7:27 PM

ନୂଆଦିଲ୍ଲୀ,୭।୭: ଅରବପତି ତଥା ଦୁନିଆର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କ ନିକଟରେ ନିଜର ନୂତନ ଦଳ  'ଆମେରିକା ପାର୍ଟି' ଘୋଷଣା କରିଛନ୍ତି। ତେବେ ଏଥିରେ ଜଣେ ଭାରତୀୟଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ।  ଟେସଲା ମୁଖ୍ୟ  ଭାରତୀୟ ବଂଶୋଦ୍ଭବ ବୈଭବ ତନେଜାଙ୍କୁ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ବୈଭବ ବିଶ୍ୱର ସବୁଠାରୁ ଅଧିକ ଦରମା ପାଉଥିବା ଚିଫ୍ ଫାଇନାନ୍ସିଆଲ ଅଫିସର( ସିଏଫଓ)। ସେ ଟେସଲା କମ୍ପାନୀର ଫାଇନାନ୍ସ ଡିପାର୍ଟମେଣ୍ଟ ମଧ୍ୟ ପରିଚାଳନା କରିଛନ୍ତି। 

ବୈଭବ ଦିଲ୍ଲୀର ମୂଳବାସିନ୍ଦା ହୋଇଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଛନ୍ତି। ବାଣିଜ୍ୟରେ ଡିଗ୍ରୀ ହାସଲ କରିବା ପରେ, ବୈଭବ ୨୦୦୬ ରେ CA ପଢ଼ିଥିଲେ ଏବଂ ଜଣେ ସାର୍ଟିଫାଏଡ୍ ଆକାଉଣ୍ଟାଣ୍ଟ ହୋଇଥିଲେ। ୨୦୧୭ ରେ ଟେସଲା ଜଏନ୍ କରିଥିଲେ ଓ ୨୦୨୩ ରେ ସିଏଫ୍‌ଓ ହୋଇଥିଲେ। ଏହା ପୂର୍ବରୁ ସେ କମ୍ପାନୀର ଚିଫ୍ ଆକାଉଣ୍ଟିଂ ଅଫିସର ଥିଲେ। ବର୍ତ୍ତମାନ ସେ ମସ୍କଙ୍କ ଆମେରିକା ଦଳରେ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। କୋଷାଧ୍ୟକ୍ଷଙ୍କ କାମ ହେଉଛି ଯେକୌଣସି ଦଳର ଅର୍ଥ ବିଭାଗକୁ ଖାଲି ନ ହେବାକୁ ଦେବା। ସେ ସମ୍ପୂର୍ଣ୍ଣ ଅର୍ଥର ରେକର୍ଡ ରଖନ୍ତି। 

ଉଲ୍ଲେଖନୀୟ ଯେ, ଚଳିତ ମାସ ଏଲନ ମସ୍କ ‘ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି। ମସ୍କ ଏହି ଦଳ ଗଠନ କରିବା ପଛରେ ଟ୍ରମ୍ପଙ୍କ ସହ ବିବାଦ ଏବଂ ‘ବିଗ୍ ବ୍ୟୁଟିଫୁଲ୍ ଆଇନ୍‌’କୁ ବିରୋଧ କାରଣ ରହିଛି। ପାର୍ଟି ନିଜକୁ ଦୁଇ ପାରମ୍ପାରିକ ଦଳ ରିପବ୍ଲିକାନ୍ ଓ ଡେମୋକ୍ରାଟସ୍‌ ଠାରୁ ଅଲଗା ବୋଲି ମସ୍କ କହିଛନ୍ତି। ଦଳର ଫୋକସ୍‌ ବାକ୍ ସ୍ବାଧୀନତାକୁ ପ୍ରୋତ୍ସାହନ ଦେବା। ୨୦୨୬ ମିଡଟର୍ମ ନିର୍ବାଚନ ପୂର୍ବରୁ ଏଲନ୍ ମସ୍କଙ୍କ ଏହି ପଦକ୍ଷେପ ଆମେରିକା ରାଜନୀତିରେ ନୂଆ ବିକଳ୍ପ ଭାବରେ ଦେଖାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.