ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଟେକ୍ସାସ୍‌ରେ ବନ୍ୟା ହାହାକାର; ୮୨ ମୃତ, ୧୧ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Ankita S | July 7, 2025 8:39 AM

ନୂଆଦିଲ୍ଲୀ,୦୭/୦୭: ଆମେରିକାର ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି । ଯେଉଁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ହାହାକର ପରିସ୍ଥିତି ସୃଷ୍ଟି କରିଛି ବନ୍ୟା । ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ସ୍ଥିତିରେ ୮୨ ଜଣଙ୍କର ମୃତ୍ୟୁ ହୋଇଛି । ୧୧ ଝିଅଙ୍କର ପତ୍ତା ମିଳୁନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି । ନିଖୋଜ ଲୋକଙ୍କୁ ଖୋଜି ଖୋଜି କାର୍ଯ୍ୟ ଜାରି ରହିଛି । ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଧନଜୀବନ ନଷ୍ଟ ହୋଇଛି । ଆଜି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରସ୍ତ କରିପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । 

ଆମେରିକାର ଦକ୍ଷିଣ-କେନ୍ଦ୍ରୀୟ ଟେକ୍ସାସର ହଣ୍ଟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗୁୱାଡଲୁପ ନଦୀରେ ଅଚାନକ ଆସିଥିବା ବନ୍ୟାରେ ଅତି କମ୍‌ରେ ୮୨ ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ସୁଦ୍ଧା ଟେକ୍ସାସରେ ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁସଂଖ୍ୟା ୮୨ରେ ପହଞ୍ଚିଛି । ଅଧିକାଂଶ କ୍ଷୟକ୍ଷତି କେର କାଉଣ୍ଟିରେ ହୋଇଛି । ଯେଉଁଠାରେ ୨୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି, ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି,ଯେଉଁଥିରେ ଏକ ସମର କ୍ୟାମ୍ପରୁ ୧୧ ଜଣ ଝିଅଙ୍କର କୌଣସି ଖୋଜଖବର ମିଳୁନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାରୀ ଟିମ୍‌ ତାଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି । ୩୬ ଘଣ୍ଟାରେ ୮୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏକ ସମରକ୍ୟାମ୍ପକୁ ଆସିଥିବା କିଛି ଝିଅଙ୍କ ମଧ୍ୟରୁ ୧୧ ଜଣଙ୍କର ପତ୍ତା ମିଳୁନାହିଁ । କ୍ୟାମ୍ପରୁ ସେମାନେ କିପରି ନିଖୋଜ ହେଲେ ଏନେଇ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

କେର୍‌ କାଉଣ୍ଟି ସେରିଫ୍ ଲାରି ଲିଥା କହିଛନ୍ତି, ଉଦ୍ଧାରକାରୀ ଦଳ ଶନିବାର ୧୬ ମୃତଦେହ ଉଦ୍ଧାର କରିଛନ୍ତି । ଯେଉଁଥିରେ କାଉଣ୍ଟିର ମୃତ୍ୟୁସଂଖ୍ୟା ୬୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୪୦ ବୟସ୍କ, ୨୮ ଶିଶୁ ରହିଛନ୍ତି । ଯେ ପର୍ଯ୍ୟନ୍ତ ନିଖୋଜ ସମସ୍ତଙ୍କ ପତ୍ତା ନମିଳିଛି ସେ ପର୍ଯ୍ୟନ୍ତ ସନ୍ଧାନ ଜାରି ରହିବ । ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଜାରି ରଖିଛନ୍ତି । ଉପୁଡ଼ି ପଡିଥିବା ଗଛ, ଓଲଟିପଡିଥିବା କାର,କାଦୁଅ ଭିତରେ ପଶି ଲୋକଙ୍କୁ ଉଦ୍ଧାର କରୁଛନ୍ତି । ହେଲେ ସମର କ୍ୟାମ୍ପରୁ ନିଖୋଜ ୧୧ ଝିଅଙ୍କର କିଛି ଖବର ମିଳିନଥିବା ଟିମ୍‌ ପକ୍ଷରୁ କୁହାଯାଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.