ନୂଆଦିଲ୍ଲୀ,୭।୭: ଦିଲ୍ଲୀ ହାଇକୋର୍ଟ ସୋମବାର ତୁର୍କୀ ଫାର୍ମ ସେଲେବିର ଆବେଦନକୁ ଖାରଜ କରିଦେଇଛନ୍ତି, ଯାହା ଜାତୀୟ ସୁରକ୍ଷା ଦୃଷ୍ଟିରୁ ବିମାନ ନିୟାମକ BCAS ର ସୁରକ୍ଷା କ୍ଲିୟରାନ୍ସ ବାତିଲ କରିବା ଆଦେଶକୁ ଚ୍ୟାଲେଞ୍ଜ କରିଥିଲା। ଜଷ୍ଟିସ୍ ସଚିନ ଦତ୍ତା ମେ ୨୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ଏହା ପରେ, ଆଜି କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି।
ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି (BCAS) ମେ ୧୫ ତାରିଖରେ ସୁରକ୍ଷା କ୍ଲିୟରାନ୍ସକୁ ପ୍ରତ୍ୟାହାର କରିନେଇଥିଲା। ଏହାର କିଛି ଦିନ ଅର୍ଥାତ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ 'ଅପରେସନ୍ ସିନ୍ଦୁର' ସମୟରେ ପାକିସ୍ତାନକୁ ତୁର୍କୀ ସମର୍ଥନ କରିଥିଲା। ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣକୁ ତୁର୍କୀ ନିନ୍ଦା କରିଥିଲା।
ସେଲେବି ଏୟାରପୋର୍ଟ ସର୍ଭିସେଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ସେଲେବି ଦିଲ୍ଲୀ କାର୍ଗୋ ଟର୍ମିନାଲ ମ୍ୟାନେଜମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦେଶର ବିଭିନ୍ନ ବିମାନ ବନ୍ଦରର ଗ୍ରାଉଣ୍ଡ ହାଣ୍ଡେଲିଂ ଓ କାର୍ଗୋ ଟର୍ମିନାଲ କାର୍ଯ୍ୟାର ଦେଖାଶୁଣା କରିଥାଏ। କେନ୍ଦ୍ରୀୟ ପ୍ରାଧିକରଣ ଓକିଲ ବିମାନ ସୁରକ୍ଷା ଚଳାଚଳ ସୁରକ୍ଷା ପ୍ରତି ବିପଦ ଦର୍ଶାଇ କାଯ୍ୟାନୁଷ୍ଠାନର ଗ୍ରହଣ କରିବାକୁ କହିଥିଲେ। ସେଲେବିର ଓକିଲ କହିଛନ୍ତି କେନ୍ଦ୍ରର ପଦକ୍ଷେପ ନ୍ୟାୟର ସିଦ୍ଧାନ୍ତ ବିରୋଧରେ ଓ ବିମାନ ସୁରକ୍ଷା ନିୟମ ଅନୁସାରେ ପକ୍ରିୟା ଉଲଂଘନ କରିଛନ୍ତି। ସେଲେବିର ଓକିଲ କହିଛନ୍ତି, ବେସାମରିକ ବିମାନ ସୁରକ୍ଷା ବ୍ୟୁରୋର ମହାନିର୍ଦେଶକକୁ ଆବେଦନକାରୀଙ୍କୁ ସଜା ପୂର୍ବରୁ ଶୁଣାଣୀର ସୁଯୋଗ ଦେବା ଦରକାର ଓ କାର୍ଯ୍ୟାନୁଷ୍ଠାନର କାରଣ କହିବା ଦରକାର ଥିଲା।
ଏହା ପୂର୍ବରୁ ୧୯ ମଇରେ କେନ୍ଦ୍ର କହିଥିଲା ମଞ୍ଜୁରୀ ରଦ୍ଦ କରିବାର ନିଷ୍ପତ୍ତି ରାଷ୍ଟ୍ରୀୟ ସୁରକ୍ଷାର ହିତରେ ନିଆଯାଇଥିଲା, କାରଣ କିଛି ଇନପୁଟ୍ ଆଧାରରେ ଆବେଦନକାରୀ କମ୍ପାନୀ ସେବା ଜାରି ରଖିବା ବର୍ତ୍ତମାନ ବିପଦଜନକ ହେବ। ସେଲେବି ୫ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ କାମ କରୁଥିଲା ଓ ୧୦ ହଜାରରୁ ଅଧିକ ଲୋକ ସେଥିରେ କାମ କରୁଥିଲେ। ୯ଟି ବିମାନ ବନ୍ଦରରେ ଏହା ନିଜର ସେବା ପ୍ରଦାନ କରିଥାଏ। BCAS ଏହାର ନିର୍ଦେଶରେ କହିଥିଲା, '... ଜାତୀୟ ସୁରକ୍ଷା ଦୃଷ୍ଟିରୁ ସେଲିବି ଏୟାରପୋର୍ଟ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସମ୍ବନ୍ଧୀୟ ସୁରକ୍ଷା ମଞ୍ଜୁରୀ ତୁରନ୍ତ ପ୍ରତ୍ୟାହାର କରାଯାଉଛି।' ତୁର୍କିର ସେଲିବିର ଅଂଶବିଶେଷ ଏହି କମ୍ପାନୀକୁ ନଭେମ୍ବର ୨୦୨୨ ରେ ସୁରକ୍ଷା ମଞ୍ଜୁରୀ ଦିଆଯାଇଥିଲା।