ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଠାକରେ ବ୍ରଦର୍ସଙ୍କୁ ନିଶିକାନ୍ତ ଦୁବେଙ୍କ ଚ୍ୟାଲେଞ୍ଜ: ନିଜକୁ ଯଦି ଏତେ ବଡ଼ ବସ୍ ଭାବୁଛ ତେବେ ବିହାର-ୟୁପି ଆସ, ତମକୁ...

Published By : Harapriya Biswal | July 7, 2025 8:10 PM

ନୂଆଦିଲ୍ଲୀ,୭।୭: ବିହାର ବିଧାନସଭା ନିର୍ବାଚନ ଓ ବିଏମ୍‌ସି ନିର୍ବାଚନ ପୂର୍ବରୁ ମୁମ୍ବାଇରେ ହିନ୍ଦୀ ଭାଷାଭାଷୀ ଲୋକଙ୍କ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ରାଜନୈତିକ ପ୍ରସଙ୍ଗ ପାଲଟିଛି। ବିଜେପି ସହ ବହୁ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ନେଇ ରାଜ ଠାକରେ ଓ ତାଙ୍କ ପାର୍ଟିକୁ ସମାଲୋଚନା କରିଛନ୍ତି। ସୋମବାର  ବିଜେପି ସାଂସଦ ନିଶିକାନ୍ତ ଦୁବେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଏବଂ ତାଙ୍କ ଭାଇ ଏବଂ ଶିବସେନା (BSP) ସଭାପତି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ଏହା ସହ ଚ୍ୟାଲେଞ୍ଜ ଦେଇଛନ୍ତି ଯଦି ସାହାସ ଅଛି ତେବେ ମହାରାଷ୍ଟ୍ରର ବାହରକୁ ଯାଇକି ଦେଖ। ଯଦି ତୁମେ ଏତେ ବଡ଼ ବସ୍‌, ତେବେ  ୟୁପି, ବିହାର କିମ୍ବା ତାମିଲନାଡୁ ଯାଇ ସେଠାରେ ଏଭଳି କର। ତମକୁ କଚାଡି କଚାଡି ମାରିବୁ।’

ଗୌହାଟିରେ ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ଦୁବେ କହିଛନ୍ତି, ଆମେ ମରାଠୀ ଓ ମହାରାଷ୍ଟ୍ରର ଲୋକଙ୍କୁ ସମ୍ମାନ କରୁ, ସେମାନେ ଭାରତର ସ୍ବାଧିନତା ପାଇଁ ଲଢିଛନ୍ତି। ବିଏମ୍‌ସି ନିର୍ବାଚନ ହେବାକୁ ଯାଉଛି,ତେଣୁ ରାଜ ଠାକରେ ଓ ଉଦ୍ଧବ ଠାକରେ ଶସ୍ତା ରାଜନୀତି କରୁଛନ୍ତି। ଯଦି ତାଙ୍କ ଭିତରେ ସାହାସ ଅଛି ତାଙ୍କୁ ମହିମ ଯିବା ଦରକାର ଓ ମହିମ ଦରଘା ଆଗରେ କୌଣସି ହିନ୍ଦୀ କିମ୍ବା ଉର୍ଦ୍ଧୁ କହୁଥିବା ଲୋକଙ୍କୁ ପିଟିକି ଦେଖ ସେମାନେ କ’ଣ କରୁଛନ୍ତି ତୁମ ସହ ।’

ଦୁବେ କହିଛନ୍ତି, ଆପଣ କାହା ରୁଟି ଖାଉଛନ୍ତି ? ଟାଟା, ବିର୍ଲା, ରିଲାୟନ୍ସର ମହାରାଷ୍ଟ୍ରରେ ୟୁନିଟି ବି ନାହିଁ। ଟାଟା ପ୍ରଥମ ଫ୍ୟାକ୍ଟ୍ରି ବିହାରରେ କରିଥିଲା।  ଆମ ଟଙ୍କାରେ ତୁମେ ବଞ୍ଚୁଛ। ତୁମେ କେଉଁ ଟ୍ୟାକ୍ସ ଦେଉଛ ? କେଉଁ ଇଣ୍ଡଷ୍ଟ୍ରୀ ତୁମ ପାଖରେ ଅଛି, ସବୁ ମାଇନ୍ସ ଆମ ପାଖରେ ରହିଛି। ଝାଡଖଣ୍ଡ, ଛତିଶଗଡ, ଓଡିଶା ଏବଂ ମଧ୍ୟ ପ୍ରଦେଶରେ ଏସବୁ ଅଛି। ରିଲାୟନ୍ସ ରିଫାଇନରୀ ଓ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରୀ ବି ଗୁଜରାଟରେ ଅଛି, ଖାଲିରେ ନିଜକୁ ବସ୍ ଦେଖାଇ ହେଉଛ। ଉଲ୍ଲେଖନୀୟ ଯେ, କିଛି ଦିନ ତ‌ଳେ ଏମ୍‌ଏନସି କର୍ମୀ ମୁମ୍ବାଇ ନିକଟସ୍ଥ ମୀରା ରୋଡ୍‌ରେ ମରାଠୀ ନକହିବା କାରଣରୁ ଜଣେ ଫୁଡ୍‌ ଷ୍ଟଲ୍ ମାଲିକଙ୍କୁ ମାଡ଼ ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବାପରେ ରାଜ୍ୟରେ ରାଜନୈତିକ ବିବାଦ ବଢିଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.