ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ମୁମ୍ବାଇ ମେଟ୍ରୋ ଷ୍ଟେସନରେ ସୃଷ୍ଟିହେଲା ଦଳାଚକଟା ପରିସ୍ଥିତି; ସୋସିଆଲ ମିଡିଆରେ ଅସନ୍ତୋଷ ଝାଡିଲେ ୟୁଜର୍ସ

Published By : Bijay Swain | July 7, 2025 6:15 PM

ମୁମ୍ବାଇ: ମୁମ୍ବାଇର ଘାଟକୋପାର ମେଟ୍ରୋ ଷ୍ଟେସନରେ ସୋମବାର ସକାଳେ ଏକ ଦଲାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ସହରର ଜନଗହଳିପୂର୍ଣ୍ଣ ଜନସାଧାରଣ ପରିବହନ ବ୍ୟବସ୍ଥାରେ ସୁରକ୍ଷା ସମସ୍ୟାକୁ ନେଇ ପୁଣିଥରେ ଆଲୋଚନାର ପରିସରକୁ ଆସିଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅତ୍ୟଧିକ ଭିଡ଼ ହେତୁ ଯାତ୍ରୀମାନେ ମେଟ୍ରୋ ଷ୍ଟେସନରେ ପରସ୍ପରକୁ ଠେଲାପେଲା କରୁଥିବା ଦେଖାଯାଇଛି। ଏହି ଘଟଣା ମୁମ୍ବାଇ ମେଟ୍ରୋ ଲାଇନ୍ ୧ (ଭରସୋଭା-ଆନ୍ଧେରୀ-ଘାଟକୋପାର) ରେ ଟେକ୍ନିକାଲ ତ୍ରୁଟି ହେତୁ ଟ୍ରେନ୍ ବିଳମ୍ବ ହେବା ଓ ଗୋଟିଏ ସେବା ପ୍ରତ୍ୟାହାର କରାଯିବା ପରେ ଘଟିଥିବା ନେଇ ଜଣାପଡିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରାଯାଇଥିବା ଅନେକ ଭିଡିଓରେ ଦେଖାଯାଇଛି ଯେ, ଯାତ୍ରୀମାନେ ମେଟ୍ରୋରୁ ଓହ୍ଲାଇବା ଓ ଚଢ଼ିବା ସମୟରେ ପରସ୍ପରକୁ ଠେଲାପେଲା କରୁଛନ୍ତି। ଯେଉଁଥିପାଇଁ ଏହା ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଜଣେ ସୋସିଆଲ ମିଡିଆ ୟୁଜର ଏହି ଘଟଣାକୁ "ଦଳାଚକଟା ପରିସ୍ଥିତି" ବୋଲି ବର୍ଣ୍ଣନା କରି ମୁମ୍ବାଇ ମେଟ୍ରୋ କର୍ତ୍ତୃପକ୍ଷଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ଆହୁରି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ ମେଟ୍ରୋ ଲାଇନ୍ ୧ ରେ ୪ କାର ବଦଳରେ ୬ କାର ରେକ୍ ଏବଂ ଅଧିକ ଟ୍ରେନ୍ ଚଳାଚଳ କରାଇବା ଆବଶ୍ୟକତା ରହିଛି।

ଏହି ଘଟଣା ମୁମ୍ବାଇର ଜନସାଧାରଣ ପରିବହନ ବ୍ୟବସ୍ଥାରେ ଦୀର୍ଘଦିନୀୟ ସମସ୍ୟା ଉପରେ ଆଲୋକପାତ କରିଛି। ନିକଟ ଅତୀତରେ ଘାଟକୋପାର ଓ ଥାନେ ଷ୍ଟେସନଗୁଡ଼ିକରେ ଅତ୍ୟଧିକ ଭିଡ଼ ହେତୁ ଦୁର୍ଘଟଣା ଘଟି କିଛି ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଏହା ମୁମ୍ୱାଇର ବିକଶିତ ଭିତ୍ତିଭୂମି ଏବଂ ଯାତ୍ରୀ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ କହିଛନ୍ତି ଯେ ଘାଟକୋପାର, କଲ୍ୟାଣ, ଥାନେ, କୁର୍ଲା, ଦାଦର, ଆନ୍ଧେରୀ ଏବଂ ବାନ୍ଦ୍ରା ଭଳି ଷ୍ଟେସନଗୁଡ଼ିକରେ ଏଭଳି ଭିଡ଼ ଏକ ନିୟମିତ ଘଟଣା। ଏକ ରେଡ଼ିଟ୍ ପୋଷ୍ଟରେ ଜଣେ ବ୍ୟବହାରକାରୀ ଉଲ୍ଲେଖ କରିଛନ୍ତି ଯେ ଏହା ମୁମ୍ବାଇର ନିୟମିତ ଯାତାୟାତ ସମସ୍ୟାର ଏକ ଅଂଶ।

ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଖାଦେଇଛି। କେହି କେହି ମେଟ୍ରୋ କର୍ତ୍ତୃପକ୍ଷଙ୍କ ଉପରେ ଦାୟିତ୍ୱ ଝାଡିଥିବା ବେଳେ କେତେକ ଯାତ୍ରୀଙ୍କ ଅନିୟମିତ ଆଚରଣକୁ ଦାୟୀ କରିଛନ୍ତି। ଜଣେ ସୋଶିଆଲ ମିଡିଆ ବ୍ୟବହାରକାରୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଟାଗ୍ କରି ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ମୁମ୍ବାଇ ମେଟ୍ରୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଘଟଣା ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତି ଜାରି ହୋଇନାହିଁ। ତେବେ ଏହି ଘଟଣା ପରେ ସହରର ପରିବହନ ବ୍ୟବସ୍ଥାରେ ଉନ୍ନତି ଓ ଯାତ୍ରୀ ସୁରକ୍ଷା ନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.