ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

‘ଅପରେସନ୍ ସିନ୍ଦୂର’ ରେ ପାକିସ୍ତାନକୁ ଚକମା ଦେଇଥିଲା ଭାରତୀୟ ଜେଟ୍‌ର ଉନ୍ନତ ଟେକ୍ନୋଲୋଜି, ଆମେରିକା ଫାଇଟର ପାଇଲଟଙ୍କ ଖୁଲାସା

Published By : Harapriya Biswal | July 7, 2025 4:04 PM

ନୂଆଦିଲ୍ଲୀ,୭।୭:  ଭାରତ ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନକୁ ଦେଇଥିଲା କଡ଼ା ଜବାବ୍। ଏଭଳି ଚକମା ଦେଇଥିଲା ଯେ ପାକିସ୍ତାନର ହୀନ ଉଦେଶ୍ୟ ଜାଣିପାରିଥିଲା ସାରା ଦୁନିଆ। ଏହି ଅପରେସନ୍ ଭାରତୀୟ ବାୟୁସେନା (ଆଇଏଏଫ୍) ଉନ୍ନତ ଇଲୋକ୍ଟେ୍ରାନିକ୍ସ ଯୁଦ୍ଧ ରଣନୀତିକୁ ଦୁନିଆ ଆଗକୁ ଆଣିଥିଲା। 

ପୂର୍ବ ଆମେରିକୀୟ ଏଫ୍ ୧୫ଇ ଷ୍ଟ୍ରାଇକ୍ ଇଗଲ ଓ ଏଫ୍-୧୬ ଥଣ୍ଡରବର୍ଡ ପାଇଲଟ୍ ରୟାନ ବୋଡେନହାଇମର ଆଇଏଏଫ୍‌ର ରଣନୀତିକୁ ‘ଏ ପର୍ଯ୍ୟନ୍ତ ସବୁଠାରୁ ଭଲ ସ୍ପୁଫିଙ୍ଗ ଓ ଡିସପ୍ରେସନ୍’ (ଭ୍ରମ ଓ ଧୋକା) ବୋଲି କହିଥିଲା। ସେ ଏହି ସଫଳତାର ଶ୍ରେୟ ରାଫେଲ ଜେଟ୍‌ର ଏକ୍ସ-ଗାର୍ଡ ଡିକୟ ଓ SPECTRA EW ସୁଟ୍‌କୁ ଦେଇଥିଲା, ଯିଏକି ପାକ୍‌ର ପିଏଲ୍‌-୧୫ଇ ମିସାଇଲକୁ ଧୋକା ଦେଇଥିଲା।

ଅପରେସନ୍ ସିନ୍ଦୂର ୭ ମଇ ୨୦୨୫ରେ ଆରମ୍ଭ ହୋଇଥିଲା, ଯେତବେଳେ ଭାରତୀୟ ବାୟୁସେନା ୨୨ ଏପ୍ରିଲ ୨୦୨୫ ରେ ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲାର ଜବାବ ଦେଇଥିଲା, ଯେଉଁଥିରେ ୨୬ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଅପରେସନରେ ଆଇଏଏଫ୍‌ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ୯ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଭାରତର ବାୟୁସୀମାରେ ରହି ରାଫେଲ, ସୁଖୋଇ Su-30 MKI ଓ ମିରାଜ ୨୦୦୦ ଜେଟସ୍‌ SCALP କ୍ରୁଜ ମିସାଇଲ ଓ ସ୍ପାଇସ୍‌-୨୦୦ ବୋମାର ଉପଯୋଗ କରି ସଠିକ୍ ଆକ୍ରମଣ କରିଥିଲା। 

ପାକିସ୍ତାନ ଦାବି କରିଥିଲା ଯେ, ସେ ୫ ଭାରତୀୟ ଜେଟ୍‌, ଯାହା ଭିତରେ ତିନି ରାଫେଲ ଥିଲା, ତାକୁ ମାରି ନଷ୍ଟ କରିଥିଲା। କିନ୍ତୁ ଭାରତୀୟ ସୁତ୍ର ଓ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଏହି ଦାବିକୁ ଖାରଜ କରି କହିଛନ୍ତି, ଏହା ନଷ୍ଟ ହୋଇଥିବା ଡିକୟ (ଏକ୍ସ-ଗାର୍ଡ) ଥଲା। ତାହା ପ୍ରକୃତ ରାଫେଲ୍ ଜେଟ୍ ନଥିଲା। ଏହି ଅପରେସନରେ ଆଇଏଏଫ୍‌ର ଇଲୋକ୍ଟେ୍ରାନିକ୍ ଯୁଦ୍ଧ ଟେକ୍ନୋଲୋଜି ପାକିସ୍ତାନ ବାୟୁସେନାକୁ ପୁରା ଭ୍ରମିତ କରିଦେଇଥିଲା। ଏଥିରେ ଏକ୍ସ ଗାର୍ଡ ଜୋମିଂ ଡିକୟ, ୩୬୦ ଡିଗ୍ରୀ ଜୋମିଂ ସିଗନାଲ, ଏଆଇ ଅପରେଟେଡ୍ ଟେକ୍ନୋଲୋଜି, ଡିଜିଟାଲ ରେଡିଓ ଫିକ୍ବେଏନ୍ସି ମେମୋରୀ ଭଳି ଟେକ୍ନୋଲୋଜି ବ୍ୟବହାର ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.