ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଡଙ୍କି ରୁଟ୍‌ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ

Published By : Tapas Panda | July 9, 2025 8:17 PM

Image source: TV9

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଜଳନ୍ଧର ଶାଖା ପଞ୍ଜାବ ଏବଂ ହରିୟାଣାର ଅନେକ ଜିଲ୍ଲାରେ ଏକକାଳୀନ ଚଢାଉ କରିଛି । ଏହି ଚଢାଉ ବେଆଇନ ଭାବରେ ଆମେରିକା ପଠାଯାଇଥିବା ଲୋକଙ୍କ ସହିତ ଜଡିତ ଡଙ୍କି ରୁଟ୍ ମାମଲା ସହିତ ଜଡିତ । ହରିୟାଣା ଏବଂ ପଞ୍ଜାବର ଅମୃତସର, ସଂଗ୍ରୁର, ପଟିଆଲା, ମୋଗା, ଅମ୍ବାଲା, କୁରୁକ୍ଷେତ୍ର ଏବଂ କର୍ନାଲରେ ଚଢାଉ କରାଯାଉଛି । ଇଡି ଏକ ମନି ଲଣ୍ଡରିଂ ମାମଲାରେ ତଦନ୍ତ ଆରମ୍ଭ କରିଛି । ପଞ୍ଜାବ ଏବଂ ହରିୟାଣା ପୁଲିସ ଦ୍ୱାରା ପଞ୍ଜିକୃତ ୧୭ ଟି ଏଫଆଇଆର ଉପରେ ଏହି ଚଢ଼ାଉ କରିଛି ଇଡି । 

କିଛି ଟ୍ରାଭେଲ୍ ଏବଂ ଭିସା ଏଜେଣ୍ଟ ଓ ଦଲାଲ ଲୋକଙ୍କୁ ଆମେରିକା ପଠାଇବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବାର ଅଭିଯୋଗ ରହିଛି । ତଦନ୍ତରୁ ଜଣାପଡିଛି ଯେ, ଏଜେଣ୍ଟମାନେ ନିରୀହ ଲୋକଙ୍କୁ ଫ୍ଲାଇଟ୍ ମାଧ୍ୟମରେ ଆଇନଗତ ଭାବରେ ବିଦେଶ ପଠାଇବେ କହି ଠକୁଥିଲେ । ସେମାନେ ପ୍ରତି ବ୍ୟକ୍ତି ପାଇଁ ୪୫ ରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଥିଲେ । କିନ୍ତୁ ବାସ୍ତବରେ, ଏହି ଲୋକମାନଙ୍କୁ ଡଙ୍କି ରୁଟ୍‌ ଅର୍ଥାତ୍ ଜଙ୍ଗଲ ଏବଂ ବିପଦପୂର୍ଣ୍ଣ ରାସ୍ତା ଦେଇ ଅନେକ ଦେଶର ସୀମା ପାର କରି ଆମେରିକା ପଠାଉଥିଳେ । କେବଳ ଏତିକି ନୁହେଁ, ଏହି ଏଜେଣ୍ଟମାନେ ଡଙ୍କି ରୁଟ୍‌ରେ କାମ କରୁଥିବା ମାଫିଆମାନଙ୍କ ସହ ମିଶି ଲୋକଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ। 

ସେମାନଙ୍କ ପରିବାରକୁ ବି ଧମକ ଦେଉଥିଲେ । ଯଦି ସେମାନେ ଟଙ୍କା ନ ଦିଅନ୍ତି, ତେବେ ସେମାନଙ୍କ ସମ୍ପର୍କୀୟମାନେ ଗମ୍ଭୀର ବିପଦରେ ପଡ଼ିପାରନ୍ତି ବୋଲି କହୁଥିଲେ ଏଜେଣ୍ଟ । ଆମେରିକାରୁ ନିର୍ବାସିତ ହୋଇଥିବା ଲୋକଙ୍କ ବୟାନ ମଧ୍ୟ ED ରେକର୍ଡ କରିଛି ।ଏହା ପରେ ଅନ୍ୟ କେତେକ ବ୍ୟକ୍ତିଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି ।  ସେମାନଙ୍କ ଆଡ୍ଡା ଉପରେ ଆଜି ଚଢାଉ କରାଯାଇଛି । ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ତଦନ୍ତରୁ ଆହୁରି ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇପାରିବ ବୋଲି ଆଶା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.