ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଭାରତରେ ଆରମ୍ଭରୁ ଝୁଣ୍ଟିଲାଣି ମସ୍କଙ୍କ ଟେସ୍‌ଲା, ୨୭ ଲକ୍ଷର କାର ଉପରେ ଲାଗୁଛି ୩୩ ଲକ୍ଷ ଟଙ୍କା ଟ୍ୟାକ୍ସ !

Published By : Tapas Panda | July 16, 2025 11:03 PM

Image Courtesy: indianexpress

ନୂଆଦିଲ୍ଲୀ: ଏବେ ଭାରତରେ ଟେସଲା କାରକୁ ନେଇ ଚର୍ଚ୍ଚା । ବିଶେଷ କରି ଟେସଲା କାରର ଦାମକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି ।  ଗାଡ଼ିର ଦାମ ଯେତିକି, ତା ଉପରେ ଟ୍ୟାକ୍ସ ଡବଲରୁ ଅଧିକା । ଅର୍ଥାତ, ଆପଣ ଯଦି ୨୭ ଲକ୍ଷ ଟଙ୍କାର ଗୋଟିଏ ଟେସଲା କାର କିଣିବାକୁ ଯିବେ, ତେବେ ଆପଣଙ୍କୁ ପ୍ରାୟ ୩୩ ଲକ୍ଷ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ । ଆଉ ଏଥିପାଇଁ ଟେସଲାକୁ ଲୋକେ ଟ୍ୟାକ୍ସ-ଲା ବୋଲି କହିଲେଣି । ପ୍ରକୃତରେ ବହୁଚର୍ଚ୍ଚିତ ଟେସଲା କାର ଶୋରୁମ ଭାରତରେ ଖୋଲିଛି । 

ଦୀର୍ଘ ଦିନର ଚର୍ଚ୍ଚା ଆଲୋଚନା ପରେ ମୁମ୍ବାଇରେ ଖୋଲିଛି ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ଟେସଲାର ଶୋରୁମ୍ ।  ଏହା ସହ କମ୍ପାନି ନିଜର ସବୁଠାରୁ ଲୋକପ୍ରିୟ ଇଲେକ୍ଟ୍ରିକ୍ କାର ମଡେଲ ଓ୍ବାଇ ଭାରତରେ ଲଞ୍ଚ ହୋଇଛି ।  ହେଲେ ଏହି କାର ମୂଲ୍ୟ ଜାଣି ଲୋକଙ୍କ ଚିନ୍ତା ବଢ଼ିଥିବା ବେଳେ ସୋସିଆଲ ମିଡିଆରେ ଅସନ୍ତୋଷ ଝାଡ଼ୁଛନ୍ତି । ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ଭାରତରେ ଲାଗୁଥିବା ଟ୍ୟାକ୍ସ । ଫଳରେ ୨୭ ଲକ୍ଷ ଟଙ୍କାର କାର ୬୦ ଲକ୍ଷ ଟଙ୍କାରେ ପହଞ୍ଚିଯାଇଛି । 

ଟେସଲା ଏହାର ମଡେଲ Y କାରର ଦୁଇଟି ଭାରିଆଣ୍ଟ ଲଞ୍ଚ କରିଛି। ଟେସଲାର ଭାରତୀୟ ୱେବସାଇଟ୍ ତଥ୍ୟ କହୁଛି ଗୋଟିଏ ମଡେଲର ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା ଏବଂ ଅନ୍ୟଟି ୬୭.୮୯ ଲକ୍ଷ ଟଙ୍କା। ଏହି ମୂଲ୍ୟ ଶୁଣିବା ପରେ ବର୍ତ୍ତମାନ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । କାରଣ ଆମେରିକାରେ ଏହି କାର ଟିକସ ସହିତ ପ୍ରାୟ ୩୩ ଲକ୍ଷ ଟଙ୍କାରେ ମିଳୁଛି । ତେବେ ଭାରତରେ ଏହା ଏତେ ମହଙ୍ଗା କାହିଁକି ? ଆଉ ଏହାର ଜବାବ- ଟିକସ ।  ଟେସଲା ଏବେ ଭାରତରେ ଏହାର କାର ତିଆରି କରୁନାହିଁ। ଏହି କାରଗୁଡ଼ିକ ଚୀନରେ ତିଆରି ହେଉଛି ଏବଂ ଭାରତକୁ ଆସୁଛି । ଭାରତରେ ବୈଦ୍ୟୁତିକ ଯାନ ଉପରେ ୭୦ ପ୍ରତିଶତ ଆମଦାନି ଶୁଳ୍କ ଲାଗୁ ହେଉଛି । ଏହା ବ୍ୟତୀତ, ୩୦ ପ୍ରତିଶତ ଲଗଜରୀ ଟିକସ ମଧ୍ୟ ଦେବାକୁ ପଡ଼େ । ଏହି କାରଣରୁ କାରର ପ୍ରାୟ ଅଧା ମୂଲ୍ୟ ଟିକସ ଆକାରରେ ସରକାରଙ୍କ ପାଖକୁ ଯାଉଛି । 

ଟେସଲାର ମୂଲ୍ୟ ଏବଂ ଟିକସକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଟେସଲାକୁ ଟ୍ୟାକ୍ସ-ଲା କହୁଛନ୍ତି ଲୋକେ । ଟେସଲା ଓ୍ବାଇ କିଣିଲେ କମ୍ପାନିକୁ ୨୭ ଏବଂ ସରକାରଙ୍କୁ ୩୩ ଲକ୍ଷ ଦେବାକୁ ପଡ଼ିବ ବୋଲି ଜଣେ ସୋସିଆଲ ମିଡିଆ ୟୁଜର କହିଛନ୍ତି । ସେହିଭଳି ଟେସଲା ନିଜର କାର ଭାରତରେ ତିଆରି ନକଲେ ଏହାର ମୂଲ୍ୟ କମିବ ନାହିଁ ବୋଲି ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଆମଦାନୀ ଶୁଳ୍କ ଏବଂ ଟିକସ ଯୋଗୁଁ ଟେସଲା ମଡେଲ ୱାଇର ମୂଲ୍ୟ ଦ୍ୱିଗୁଣିତ ହେଉଛି। ଏହା ବ୍ୟତୀତ, ସଡ଼କ ଟିକସ, ବୀମା ଏବଂ GST ମଧ୍ୟ ଲାଗୁ ହେବ। ଯଦି ଭାରତରେ ଉତ୍ପାଦନ ଆରମ୍ଭ ନହୁଏ, ତେବେ ଟେସଲାକୁ ଏଠାରେ ସଫଳତା ମିଳିବ ନାହିଁ।

ସେପଟେ ବଡ଼ ସ୍ବପ୍ନ ନେଇ ଭାରତ ଭଳି ବଡ଼ ମାର୍କେଟ୍‌ରେ ନିଜର କାୟା ମେଲାଇବାକୁ ଯୋଜନା କରିଛି ଏଲନ ମସ୍କଙ୍କ ଟେସଲା । କିନ୍ତୁ କାରର ମୂଲ୍ୟ ଏବଂ ଟିକସ ପାଇଁ   ଆରମ୍ଭରୁ ମିଳିଲାଣି ବଡ଼ ଚ୍ୟାଲେଞ୍ଜ । ଯଦି ଟେସଲା ଭାରତରେ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରେ, ତେବେ କେବଳ କାରର ମୂଲ୍ୟ ହ୍ରାସ ପାଇବ ନାହିଁ, ବରଂ ଆମଦାନୀ ଶୁଳ୍କ ମଧ୍ୟ ହ୍ରାସ ପାଇବ ବୋଲି କହିଛନ୍ତି ବିଶେଷଜ୍ଞ। ଏଭଳି ସ୍ଥିତିରେ ଟେସଲା୍ ଆଗକୁ କ’ଣ ପଦକ୍ଷେପ ନେବ ତା’ ଉପରେ ସମସ୍ତଙ୍କ ନଜର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.