ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ

Published By : Tapas Panda | July 17, 2025 6:56 PM

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ନାଟୋ ମୁଖ୍ୟଙ୍କ ଧମକ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ।  ରୁଷ ସହିତ ବାଣିଜ୍ୟ ଜାରି ରଖିଲେ ଭାରତ ଉପରେ 'ଦ୍ୱିତୀୟ ପ୍ରତିବନ୍ଧକ' ଲଗାଇବାକୁ ଧମକ ଦେଇଥିଲେ ନାଟୋ ମୁଖ୍ୟ ।  ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ, ଏହି ମାମଲାରେ 'ଦୋମୁହାଁ ନୀତି' ଚଳିବ ନାହିଁ। ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଆମେ ଏ ବିଷୟରେ ଖବର ଦେଖିଛୁ ଏବଂ ଆମେ ଏହା ଉପରେ ନଜର ରଖିଛୁ। ଆମ ଲୋକଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବା ଆମର ସବୁଠାରୁ ବଡ଼ ପ୍ରାଥମିକତା । 

ନାଟୋର ଦୋମୁହାଁ ନୀତି ବିରୋଧରେ ଚେତାବନୀ ଦେଇ ଜୟସ୍ବାଲ କହିଛନ୍ତି ଯେ, ଆମେ ବଜାରରେ ଉପଲବ୍ଧ ଜିନିଷ ଏବଂ ବିଶ୍ୱ ପରିସ୍ଥିତିକୁ ଦେଖିବା ପରେ ହିଁ ନିଷ୍ପତ୍ତି ନେଇଥାଉ । ଆମକୁ ଏହି ମାମଲାରେ କୌଣସି ପ୍ରକାରର ଡବଲ ଷ୍ଟାଣ୍ଡାର୍ଡ ନୀତି ଏଡାଇବା ଉଚିତ। ବୈଦେଶିକ ମନ୍ତ୍ରଣାଳୟର ଏହି ମନ୍ତବ୍ୟ ନାଟୋ ମୁଖ୍ୟ ମାର୍କ ରୁଟ୍ଟଙ୍କ ବୟାନ ପରେ ଆସିଛି । ସେ ଆମେରିକାର ସିନେଟର ଟମ୍ ଟିଲିସ୍ ଏବଂ ଜିନ୍ ଶାହିନଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ, ଚୀନ୍ ଏବଂ ବ୍ରାଜିଲକୁ ରୁଷ ସହିତ ଆର୍ଥିକ ସମ୍ପର୍କର ପୁନର୍ବିଚାର କରିବାକୁ କହିଥିଲେ । ଯଦି ରୁଷ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ହେବ ନାହିଁ ତେବେ ' ୧୦୦ ପ୍ରତିଶତ ଦ୍ୱିତୀୟ ପ୍ରତିବନ୍ଧକ'ର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେ ଚେତାବନୀ ମଧ୍ୟ ଦେଇଥିଲେ ।




ରୁଟ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତକୁ ଦୋହରାଇଥିଲେ । ପୂର୍ବରୁ  ଟ୍ରମ୍ପ ରୁଷ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଭାରୀ ଟିକସ ଲାଗୁ କରିବାକୁ ଧମକ ଦେଇଥିଲେ । ରୁଟ୍ଟ କହିଥିଲେ, ‘ମୁଁ ଏହି ତିନୋଟି ଦେଶକୁ ଏହା ଉପରେ ଧ୍ୟାନ ଦେବାକୁ କହୁଛି ।  କାରଣ ଏହା ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ।’ ସେ ଏହି ଦେଶଗୁଡ଼ିକୁ ଆଲୋଚନା ପାଇଁ ରୁଷ ଉପରେ ଚାପ ପକାଇବାକୁ ଅପିଲ୍‌ କରିଥିଲେ। ସେ ଚେତାବନୀ ଦେଇଥିଲେ ଯେ, ‘ଦୟାକରି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରନ୍ତୁ ଏବଂ ତାଙ୍କୁ ଶାନ୍ତି ଆଲୋଚନା ପାଇଁ କୁହନ୍ତୁ । ନଚେତ୍ ଏହା ବ୍ରାଜିଲ, ଭାରତ ଏବଂ ଚୀନ୍ ଉପରେ ଖରାପ ପ୍ରଭାବ ପକାଇବ।’

ଟ୍ରମ୍ପ୍ ୟୁକ୍ରେନକୁ ଅତିରିକ୍ତ ସାମରିକ ସହାୟତା ଘୋଷଣା କରିବା ପରେ ତାଙ୍କର ଏହି ବିବୃତ୍ତି ଆସିଥିଲା । ଏହି ସହାୟତାରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ, କ୍ଷେପଣାସ୍ତ୍ର ଏବଂ ଗୋଳାବାରୁଦ ଅନ୍ତର୍ଭୁକ୍ତ । ଏହାର ଅଧିକାଂଶ ଖର୍ଚ୍ଚ ୟୁରୋପୀୟ ସହଯୋଗୀମାନେ ବହନ କରିବେ। ଶାନ୍ତି ଆଲୋଚନାରେ ସାମିଲ ହେବା ପାଇଁ ରୁଷକୁ ୫୦ ଦିନର ଅଲ୍ଟିମେଟମ ଦେଇଛନ୍ତି ଟ୍ରମ୍ପ । ଯଦି ପୁଟିନ୍‌ ଏନେଇ ରାଜି ନହୁଅନ୍ତି ତେବେ ରୁଷ ଉପରେ ପୁଣି ଟାରିଫ ଲାଗୁ ହେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.