ଭୁବନେଶ୍ୱର,୧୭/୦୭: ପୁଣିଥରେ ବିଦେଶ ମାଟିରେ ଓଡ଼ିଶାର ଟେକ ରଖିଛନ୍ତି ଓଡ଼ିଶାର ଡାକ୍ତର ସାଇପ୍ରସନ୍ନା ବେହେରା । ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲରେ ପ୍ରତିଯୋଗୀରୁ ଯାତ୍ରା ଆରମ୍ଭ କରି ମୁକୁଟ ଧାରଣ କରିବା ସହ ପ୍ରଥମ ଭାରତୀୟ ଭାବେ ସେ ୨୦୨୫-୨୭ ବର୍ଷ ପାଇଁ ମିସେସ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲର ଅଫିସିଆଲ୍ ଫେସ୍ ଏବଂ ବ୍ରାଣ୍ଡ ଆମ୍ବାସଡର ଭାବରେ ନିଯୁକ୍ତ ହୋଇଛନ୍ତି ।
୨୦୨୩-୨୪ରେ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲେ ସାଇପ୍ରସନ୍ନା । ସେହି ବର୍ଷ ବିଜେତା ହେବା ପରେ ଉତ୍କର୍ଷତା ଏବଂ ସୌନ୍ଦର୍ଯ୍ୟରେ ନୂତନ ମାନଦଣ୍ଡ ସ୍ଥାପନ କରିଥିଲେ । ଏହାସହ ପ୍ରଥମଥର ପାଇଁ ସେ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୪-୨୫ ଭାବରେ ପୁନଃ ମୁକୁଟ ଧାରଣ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲା । ଏବେ ତାଙ୍କ ଯାତ୍ରାରେ ଆଉ ଏକ ପାଦ ଆଗେଇ ସେ ୨୦୨୫-୨୭ ବର୍ଷ ପାଇଁ ମିସେସ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି। ନାରୀ ସଶକ୍ତୀକରଣ ଏବଂ ସୌନ୍ଦର୍ଯ୍ୟର ଏକ ପ୍ରକୃତ ପ୍ରେରଣାଦାୟକ ପ୍ରତିଛବି ପାଲଟିଛନ୍ତି ସାଇପ୍ରସନ୍ନା ।