ପ୍ରମୂଖ ଖବର
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଅଭିନେତ୍ରୀ କଶିଶ କପୁରଙ୍କ ଘରେ ଚୋରି, ଏତିକି ଲକ୍ଷ ଟଙ୍କା ନେଇ ସହାୟକ ଫେରାର୍

Published By : Anindita Ratha | July 14, 2025 8:32 AM

ମୁମ୍ବାଇ,୧୪/୦୭:ବିଗ୍‌ ବସ୍‌ ଫେମ୍‌ ତଥା ଅଭିନେତ୍ରୀ କଶିଶ କପୁରଙ୍କ ମୁମ୍ବାଇ ଅନେ୍ଧରୀ ସ୍ଥିତ ଘରୁ ଚୋରି ହୋଇଛି । ତାଙ୍କ ଚାକର ପ୍ରାୟ ୪ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ନେଇ ପଳାଇଥିବା ସେ ଅମ୍ବୋଲି ଥାନାରେ ଏତଲା ଦେଇଛନ୍ତି । ପୁଲିସ କହିଛି, କଶିଶଙ୍କ ଘରେ କାମ କରୁଥିବା ସଚିନ କୁମାର ଚୌଧୁରୀ ନାମକ ଜଣେ ବ୍ୟକ୍ତି ୪ ଲକ୍ଷ ନଗଦ ଟଙ୍କା ନେଇଯାଇଛନ୍ତି । ଏ ନେଇ ମାମଲା ରୁଜୁ ହେବା ସହ ଅମ୍ବୋଲି ପୁଲିସ ଏବଂ କ୍ରାଇମ ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ଅଭିଯୁକ୍ତଙ୍କ ସନ୍ଧାନରେ ଲାଗିଛି ।

ବିହାରର ମୂଳବାସିନ୍ଦା କଶିଶ ଅନେ୍ଧରୀର ଆଜାଦ ନଗରରେ ବୀରା ଦେଶାଇ ରୋଡ୍‌ ସ୍ଥିତ ନ୍ୟୁ ଆମ୍ବିଓଲି ସୋସାଇଟିରେ ରହୁଛନ୍ତି । ସେ ଅନେକ ଟେଲିଭିଜନ ଶୋ’ରେ ଅଭିନୟ କରିଛନ୍ତି । ଲୋକପ୍ରିୟ ରିଅଲିଟି ଶୋ’ ବିଗ୍‌ ବସ୍‌ରେ ମଧ୍ୟ ସେ ପ୍ରତିଯୋଗିତା କରିଥିଲେ । ସୂଚନା ଅନୁସାରେ, ସଚିନ କୁମାର ପ୍ରାୟ ୫ ମାସ ଧରି କଶିଶଙ୍କ ଘରେ କାମ କରୁଥିଲେ । ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ କାମ ସାରି ପଳାଉଥିଲେ । ଅଭିଯୋଗ ମୁତାବକ, କଶିଶ ଆଲମିରାର ଏକ ଥାକରେ ୭ ଲକ୍ଷ ନଗଦ ଟଙ୍କା ରଖିଥିଲେ । ଗତ ୯ ତାରିଖରେ ସେ ବିହାରରେ ଥିବା ତାଙ୍କ ମା’ଙ୍କ ନିକଟକୁ ଟଙ୍କା ପଠାଇବା ଲାଗି ଆଲମିରା ଖୋଲିଥିଲେ । କିନ୍ତୁ ସେଠାରେ ମାତ୍ର ଅଢ଼େଇ ଲକ୍ଷ ଟଙ୍କା ଥିବା ଦେଖିବାକୁ ପାଇôଥଲେ । ସେ ଘରେ ଖୋଜାଖୋଜି କରିଥିଲେ ହେଁ ଟଙ୍କା ମିଳି ନ ଥିଲା । ପଚରାଉଚରା କରିବାରୁ ସଚିନ ଘାବରେଇ ଯାଇଥିଲେ । ଏଥିସହ ସଚିନ ଚୋରି କରି ନ ଥିବା ମଧ୍ୟ କହିଥିଲେ । କଶିଶ ତାଙ୍କ ପକେଟ ଯାଞ୍ଚ କରିବାକୁ ଯିବା ବେଳେ ସଚିନ ସେଠାରୁ ଖସି ପଳାଇଥିଲେ । ତେଣୁ ସନ୍ଦେହରେ କଶିଶ ତାଙ୍କ ନାଁରେ ଏତଲା ଦେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.