ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କରନ ବୀର ମେହେରାଙ୍କ ବହୁ ପ୍ରତିକ୍ଷିତ ଆଗାମୀ ଫିଲ୍ମ ଶୀଲାର ଫାଷ୍ଟ ଲୁକ ଆଉଟ୍

Published By : Anindita Ratha | July 13, 2025 10:14 AM

ମୁମ୍ବାଇ,୧୩/୦୭:ଫ୍ୟାନ୍ସଙ୍କ  ଅପେକ୍ଷାର ହେଲା ଅନ୍ତ ।ସାମ୍ନାକୁ ଆସିଲା କରନବୀର ମେହେରାଙ୍କ ବହୁ ପ୍ରତିକ୍ଷିତ ଆଗାମୀ ଫିଲ୍ମ 'ଶୀଲା'ର ଫାଷ୍ଟ ଲୁକ  । ଏହି ଫିଲ୍ମର ଅଭିନେତା କରନବୀର ମେହେରା ବିଗ୍ ବସ୍ ୧୮ର ବିଜେତା ହୋଇଥିଲେ । ଏବେ ଫିଲ୍ମର ପୋଷ୍ଟରରେ ନାୟକଙ୍କର ଏକ ଦୁର୍ଦ୍ଦଶ ଅବତାର ଦେଖିବାକୁ ମିଳିବ । ଫିଲ୍ମର ପୋଷ୍ଟରଟିକୁ କରନ ବୀର ମେହେରା  ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।

'ଶୀଲା' ଫିଲ୍ମରେ କରନବୀରଙ୍କର ଚରିତ୍ରଟି ଖୁବ ଦୁର୍ଦ୍ଦଶ ହୋଇଥିବା ବେଳେ ସେ ନିଜ ଲୁକରେ ଏକ ବଡ ପରିବର୍ତ୍ତନ ଆଣିଛନ୍ତି ।ତାଙ୍କର ଏହି ଖଳନାୟକ ଚରିତ୍ରଟି ବହୁ କିଛି ପ୍ରକାଶ କରୁଛି । କରନବୀର ମେହେରାଙ୍କ ଏହି ପୋଷ୍ଟରେ ଅନ୍ୟ ଅଭିନେତା ଓ ସହ କଳାକାରମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଭିନେତ୍ରୀ ମୌନୀ ରାୟ ଅଭିନେତାଙ୍କ ପୋଷ୍ଟରେ କମେଣ୍ଟ କରି 'Amazing' ବୋଲି ଲେଖିଛନ୍ତି । ମେରୀ କମ୍ ଏବଂ ସର୍ବଜିତ୍ ଭଳି ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ଚଳଚ୍ଚିତ୍ରଗୁଡ଼ିକର ନିର୍ଦ୍ଦେଶନା ଦେଇଥିବା ଓମଙ୍ଗ କୁମାର ଜୁଲାଇ ୧ ତାରିଖରେ ଆନୁଷ୍ଠାନିକ ଭାବରେ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଛନ୍ତି । ଶିଲା ଚଳଚ୍ଚିତ୍ରଟି ଜି ଷ୍ଟୁଡିଓ ଅଧିନରେ ନିର୍ମିତ ହେବାକୁ ଯାଉଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.