ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସରକାରୀ ଦରମାରେ ଅସନ୍ତୁଷ୍ଟ କଙ୍ଗନା; କହିଲେ- '୫୦ ହଜାର ଟଙ୍କାରେ କଣ ହେବ?'

Published By : Harapriya Sethi | July 13, 2025 11:30 AM

ମୁମ୍ୱାଇ, ୧୩/୦୭: ବଲିଉଡ୍‌ର କଣ୍ଟ୍ରୋଭର୍ସି କ୍ଵିନ୍‌ କଙ୍ଗନା ରାଣାୱତ। ଅଭିନୟ ପରେ ରାଜନୀତିରେ ପାଦ ଦେଇଛନ୍ତି। ଏବେ କୁଆଡେ ସେ ରାଜନୀତିକୁ ନେଇ ପଶ୍ଚାତାପ କରୁଛନ୍ତି । ବିଜେପି ସାଂସଦ ତଥା ଅଭିନେତ୍ରୀଙ୍କ ବୟାନକୁ ନେଇ ଏହି ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ, ରାଜନୀତିକୁ ନେଇ ସେ ଦେଇଥିବା ଟିପ୍ପଣୀ ମଧ୍ୟ ବେଶ୍‌ ଚର୍ଚ୍ଚା ସାଉଁଟୁଛି । 

ରାଜନୀତି ଏକ କଷ୍ଟକର ବ୍ୟାପାର । ଏହା ସବୁଠୁ ଅଧିକ ଦୁର୍ବ୍ୟବହାରପୂର୍ଣ୍ଣ ବୃତ୍ତି । ଏକ ସାକ୍ଷାତକାରରେ ଏଭଳି କିଛି ବୟାନ ଦେଇ କଙ୍ଗନା ଚର୍ଚ୍ଚାକୁ ଆସିଛନ୍ତି । କହିଛନ୍ତି କି ରାଜନୀତିରେ ସେ ଖୁସି ନାହାଁନ୍ତି । ଏଥିସହ ଅଭିନେତ୍ରୀ ତଥା ସାଂସଦ ଏକଥା ମଧ୍ୟ କହିଛନ୍ତି ଯେ, ଯେଉଁ ସମୟରେ ସେ ରାଜନୀତିରେ ପାଦ ଦେଲେ ତାଙ୍କୁ ଏହି ଦୁନିଆ କିଛି ଭିନ୍ନ ଲାଗୁଥିଲା । ସାଂସଦ ଭାବେ ୬୦ରୁ ୭୦ଦିନ ଦାୟିତ୍ବ ତୁଲାଇବାକୁ ପଡ଼ିବ ବୋଲି ଟିକେଟ୍‌ ଦେବା ସମୟରେ ତାଙ୍କୁ କୁହାଯାଇଥିଲା । ଭାବିଥିଲେ ନିଶା ଓ ପେସାକୁ ଏକାଠି ନେଇ କାମ କରିବେ । ରାଜନୀତି ଓ ଅଭିନୟକୁ ଆବଶ୍ୟକ ମୁତାବକ ସମୟ ଦେଇପାରିବେ, କିନ୍ତୁ ବାସ୍ତବରେ ସେଭଳି କିଛି ଦେଖିବାକୁ ମିଳୁନି । ସାଂସଦ ମ୍ୟାଡାମଙ୍କ ଏହି ବୟାନ ଶୁଣିବାକୁ ଯେତିକି ରୋଚକ ଲାଗୁଛି ସେତିକି ପ୍ରଶ୍ନ ମଧ୍ୟ ଉଠିଛି କ’ଣ ପ୍ରକୃତରେ ରାଜନୀତିରେ ଖୁସି ନାହାଁନ୍ତି କି କଙ୍ଗନା।

ନିକଟରେ ବିରୋଧୀ କଙ୍ଗନାଙ୍କୁ ତାଙ୍କ ଅବହେଳା ଦର୍ଶାଇ ଟାର୍ଗେଟ୍‌ କରିଥିଲେ । ମଣ୍ଡିର ସାଂସଦ ହେବା ସତ୍ତ୍ବେ ବନ୍ୟା ପ୍ରଭାବିତ ଲୋକଙ୍କୁ ନା ଭେଟୁଛନ୍ତି ନା ସାହାଯ୍ୟ କରୁଛନ୍ତି ବୋଲି ହିମାଚଳପ୍ରଦେଶ କଂଗ୍ରେସ ପ୍ରଶ୍ନ କରିଥିଲା । ତେବେ କଙ୍ଗନାଙ୍କ ଉତ୍ତର ବେଶ୍‌ ତାଜୁବ କରିଥିଲା । ତାଙ୍କ ପାଖରେ ଅନ୍ୟ ନେତାଙ୍କ ପରି ନା କ୍ୟାବିନେଟ୍‌ ପାହ୍ୟା ଅଛି ନା କୌଣସି ଏନ୍‌ଜିଓ । ତେଣୁ ସେ ଜନତାଙ୍କୁ ସାହାଯ୍ୟ କରିପାରୁନଥିବା ବୋଲି କହିଥିଲେ । ତେବେ ଜଣେ ସାଂସଦ ଭାବେ ଯାହା ସମ୍ଭବ ସେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.