ପ୍ରମୂଖ ଖବର
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଖୁବ୍‌ଶୀଘ୍ର ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ମିସ୍‌କଲ ଫ୍ରେଣ୍ଡ’, ଅମ୍ଲାନଙ୍କ ସହ ରୋମାନ୍ସ କରିବେ ଶୀତଲ

Published By : Prameya | July 16, 2025 10:46 AM

କଟକ ୧୬/୦୭: ପ୍ରଥମ ଥର ପାଇଁ ଅମ୍ଳାନଙ୍କ ନାୟିକା ଭାବେ ନଜର ଆସିବେ ଓଡ଼ିଆ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ଶୀତଲ । ଜୀ ସାର୍ଥକ ବ୍ୟାନରରେ ନିର୍ମାଣାଧୀନ ଏ ସିନେମାର ନାଁ ରହିଛି  ‘ମିସ୍‌କଲ ଫ୍ରେଣ୍ଡ’ । ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାହୁ । 

ପୂର୍ବରୁ ‘ତୋର ଦିନେକୁ ମୋର ଦିନେ’ ସିନେମାରେ ଅମ୍ଳାନ ଓ ଶୀତଲ ଅଭିନୟ କରିଥିଲେ ହେଁ ଶୀତଲଙ୍କ ବିପକ୍ଷରେ ନାୟକ ନଥିଲେ ଅମ୍ଳାନ । ଶୀତଲଙ୍କ ନାୟକ ଥିଲେ ଅରିନ୍ଦମ । ‘ମିସ୍‌କଲ ଫ୍ରେଣ୍ଡ’ରେ ରୀୟା ଦେ ମଧ୍ୟ ଏକ ଦମ୍‌ଦାର ଚରିତ୍ରରେ ନଜର ଆସିବେ । ପ୍ରଜ୍ଞା ଓ ଅନ୍ୟ କିଛି କଳାକାର  ଏ ଫିଲ୍ମର ସ୍ୱତନ୍ତ୍ର ଆକର୍ଷଣ । ଫିଲ୍ମର ସମସ୍ତ କାର୍ଯ୍ୟ ଶେଷ ହୋଇଛି,  କେବଳ ରିଲିଜକୁ ଅପେକ୍ଷା । 

ଅମ୍ଳାନଙ୍କ ସହ ଦର୍ଶକ ତାଙ୍କୁ ଆଉ ଏକ ସିନେମାରେ ମଧ୍ୟ ଦେଖିବାକୁ ପାଇବେ ବୋଲି କହିଛନ୍ତି ଶୀତଲ ।  ତେବେ ଏ ଚଳଚ୍ଚିତ୍ରର ନାମ ଘୋଷଣା ହୋଇନାହିଁ । ଫିଲ୍ମ ‘ରାବଣ’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ଶୀତଲ।  ଅନୁପମ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା ମଧ୍ୟ  ଚୂଡ଼ାନ୍ତ ହୋଇଥିଲା । ‘ରାବଣ’ ପାଇଁ ଦୁଇ  ତିନିଟି ଫିଲ୍ମ ଓ ରିୟଲିଟି ସୋ’ର ଅଫର୍‌  ଛାଡ଼ିଥିଲେ ଶୀତଲ । କିନ୍ତୁ କେତେକ  କାରଣରୁ ଅନୁପମ ‘ରାବଣ’ କରିବେ  ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।  ତେଣୁ ଶୀତଲ ବର୍ତ୍ତମାନ ଆଉ  କିଛି ପ୍ରୋଜେକ୍ଟ ପାଇଁ ହଁ  ଭରିଛନ୍ତି ବୋଲି କଥାବାର୍ତ୍ତାବେଳେ  କହିଥିଲେ । ‘ମନ୍ତ୍ରମୁଗ୍ଧ’ରେ ଭୂମିକା  କରିଥିବା ଚରିତ୍ର ତାଙ୍କୁ ଅଫର୍‌  ହୋଇଥିଲା । କିନ୍ତୁ ଏ ଫିଲ୍ମ କରିବା  ପାଇଁ ସେ ମନା କରିଦେଇଛନ୍ତି ।  ଶେଷଥର ପାଇଁ ‘ଆଜିର  ରେବତୀ’ରେ ନଜର  ଆସିଥିଲେ ଶୀତଲ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.