ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବାଂଲାଦେଶରେ ପାଦ ଥାପୁଛି ପାକିସ୍ତାନ ତାଲିବାନ; ଚିନ୍ତାରେ ଭାରତ

Published By : Bijay Swain | July 17, 2025 5:49 PM

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ପାକିସ୍ତାନରେ ଅବସ୍ଥାନ ଜାହୀର କରିବା ପରେ ଜିହାଦୀ ଆତଙ୍କୀ ଗୋଷ୍ଠୀ ତେହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) ବର୍ତ୍ତମାନ ବାଂଲାଦେଶରେ ନିଜ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ପରିପ୍ରେକ୍ଷିରେ ଟିଟିପି ବାଂଲାଦେଶରେ ନିଜ ସଂଗଠନର ଉପସ୍ଥିତି ପାଇଁ ନିଯୁକ୍ତି ଦେବା ଆରମ୍ଭ କରିଛି। ତେବେ ବାଂଲାଦେଶ ସହ ଭାରତର ଦୀର୍ଘ ୪୦୦୦ କିମିର ସୀମା ରହିଥିବାରୁ ନୂଆଦିଲ୍ଲୀ ପାଇଁ ଚିନ୍ତା ବଢିବାରେ ଲାଗିଛି। 

ଖବର ମୁତାବକ, ନିଜ ସଂଗଠନର ଉପସ୍ଥିତି ବଢାଇବା ପାଇଁ ବାଂଲାଦେଶର ଦୁଇଜଣ ତାଲିବାନ ଏଜେଣ୍ଟ ଆଫଗାନିସ୍ତାନ ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ତେବେ ଗତ ଏପ୍ରିଲ୍‌ ମାସରେ ୱାଜିରସ୍ତାନ ନିକଟରେ ପାକିସ୍ତାନି ସେନା ସହ ମୁହାଁମୁହିଁ ହେବାରୁ ଏନକାଉଣ୍ଟରରେ ଜଣେ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିଲା। ଖାଲି ଏତିକି ନୁହେଁ ଗତ ଜୁନ ମାସରେ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିବା ଅଭିଯୋଗରେ ମାଲେସିଆ ନିଜ ଦେଶରେ ଥିବା ୩୬ ଜଣ ବାଂଲାଦେଶି ନାଗରିକଙ୍କୁ ସ୍ୱଦେଶକୁ ପଠାଇ ଦେଇଥିଲା। 

ଆପଣଙ୍କୁ ଜଣାଇରଖୁ ଯେ ଟିଟିପି ମୁଖ୍ୟତଃ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଥିବା ସୀମାନ୍ତ ଅଞ୍ଚଳ, ଖାସକରି ଖାଇବର ପଖତନୱା ଅଞ୍ଚଳରେ ନିଜର ଆଧିପତ୍ୟ ଜାରି ରଖିଛି। ତେବେ ଗତ ବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଶେଖ ହସିନା ସରକାରର ପତନ ପରେ ଟିଟିପି ବାଂଲାଦେଶରେ ନିଜ ସଂଗଠନକୁ ବଢାଇବାରେ ଲାଗିଛି। ଗତ ଜୁଲାଇ ୧୪ ତାରିଖରେ ବାଂଲାଦେଶର ଆଣ୍ଚି ଟେରରିଜିମ୍ ୟୁନିଟ(ଏଟିୟୁ) ନାରାୟଣଗଞ୍ଜରୁ ସମିନ ମହଫୁଜ ଓ ମହମ୍ମଦ ଫୟସଲ ନାମକ ଦୁଇଜଣ ଛାତ୍ର ନେତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଦ୍ୱୟଙ୍କର ଟିଟିପି ସହ ଲିଙ୍କ ଥିବା ଆଧାରରେ ଏହି ଗିରଫଦାରି ହୋଇଥିଲା ବୋଲି ବାଂଲାଦେଶର ଜାତୀୟ ଗଣମାଧ୍ୟମ ଦ ଡେଲି ଷ୍ଟାରରେ ଖବର ପ୍ରକାଶିତ ହୋଇଥିଲା। 

ବାଂଲାଦେଶର ଅନ୍ତରୀଣ ସରକାର ମଧ୍ୟ ବିଭିନ୍ନ ଗୁଇନ୍ଦା ରିପୋର୍ଟ ଓ ଅପରେସନ ଜରିଆରେ ଟିଟିପି ସହ ଜଡିତ ଲୋକମାନଙ୍କୁ ଗିରଫ କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ୨୦୧୭ରେ ପ୍ରତିଷ୍ଟିତ ହୋଇଥିବା ଏଟିୟୁ ଜାରି କରିଥିବା ସୂଚନା ମୁତାବକ, ବାଂଲାଦେଶର ପ୍ରାୟ ୮ ଜଣରୁ ଅଧିକ ବ୍ୟକ୍ତି ଆଫଗାନିସ୍ତାନରେ ବର୍ତ୍ତମାନ ଆତଙ୍କୀ ଟ୍ରେନିଂ ନେଉଛନ୍ତି। ଏହି ତାଲିମ ନେଉଥିବା ସମସ୍ତେ ବର୍ତ୍ତମାନ ଏଟିୟୁ ରାଡାରରେ ଅଛନ୍ତି ବୋଲି ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି। 

ତେବେ ପୂବରୁ ଗିରଫ ହୋଇଥିବା ଦୁଇ ଛାତ୍ରନେତା ପୋଲିସକୁ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ଏହି ସୂଚନା ଆଧାରରେ ଆଗକୁ ମଧ୍ୟ ଗିରଫଦାରି ବଢିବ ବୋଲି ସୂଚନା ମିଳିଛି। ଏହା ସହ ବିଗତ କିଛି ବର୍ଷ ମଧ୍ୟରେ ବାଂଲାଦେଶରେ ଆତଙ୍କୀ ଆକ୍ରମଣ ବଢିବାରେ ଲାଗିଛି। ୨୦୧୬ରେ ହୋଇଥିବା ଏକ ଆତଙ୍କୀ ଆକ୍ରମଣରେ ପଖାପାଖି ୨୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। 

ବାଂଲାଦେଶରୁ ଦୁଇ ହାର୍ଡକୋର ଟିଟିପି ଆତଙ୍କୀଙ୍କୁ ଗିରଫ କରିବା ପରେ ଏହା ବାଂଲାଦେଶ ସରକାରର ନିଦ ହଜାଇ ଦେଇଛି। ଖାଲି ଏତିକି ନୁହେଁ, ଭାରତ ମଧ୍ୟ ଏହାପାଇଁ ଚିନ୍ତା ପ୍ରକଟ କରିଛି। କାରଣ ଭାରତ ଓ ବାଂଲାଦେଶର ଅନେକ ସୀମାନ୍ତ ବିଭିନ୍ନ କାରଣ ପାଇଁ ଏଯାଏ ମଧ୍ୟ ମୁକୁଳା ପଡିଛି। ଯେଉଁଥିପାଇଁ ଆତଙ୍କବାଦୀମାନେ ଭାରତ ସୀମା ମଧ୍ୟକୁ ପଶିଆସିବାର ସମ୍ଭାବନା ରହଛି। ତେଣୁ ଭାରତ ଏଭଳି ସମ୍ବେଦନଶୀଳ ଘଟଣା ଉପରେ କଡା ନଜର ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.