ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଇସଲାମାବାଦ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବରର ସତ୍ୟତା କେତେ ?

Published By : Tapas Panda | July 17, 2025 4:51 PM

ନୂଆଦିଲ୍ଲୀ: ଚୀନ୍ ସହ ପାକିସ୍ତାନର ସଂପର୍କ ଖୁବ ଭଲ । ଆଉ ଏବେ ଆମେରିକା ସହ ସୁସଂପର୍କ ସ୍ଥାପନ କରିବାକୁ ଯୋଜନା କରୁଛି ପାକିସ୍ତାନ । ଏବେ ଆମେରିକାକୁ ମଧ୍ୟ ଆକର୍ଷିତ କରିବାକୁ ଚେଷ୍ଟା କରୁଛି ଇସଲାମାବାଦ । ପାକ୍ ସେନା ମୁଖ୍ୟ ଅସୀମ ମୁନିର ଆମେରିକା ଗସ୍ତ କରିଥିଲେ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଆଉ ଏବେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନ ଗସ୍ତ କରିବେ ବୋଲି ଖବର ପ୍ରସାରିତ ହେଉଛି । ପାକିସ୍ତାନୀ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହି ସବୁ ଖବର ମିଛ । ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଟ୍ରମ୍ପ ସେପ୍ଟେମ୍ବରରେ ପାକିସ୍ତାନ ଗସ୍ତରେ ଆସିପାରନ୍ତି ।  

ହ୍ୱାଇଟ୍ ହାଉସ୍  ପାକିସ୍ତାନର ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ୍ ଅସୀମ୍ ମୁନିରଙ୍କୁ ସ୍ୱାଗତ କରିଥିଲା। ମୁନିରଙ୍କ ଆମେରିକା ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ହେଉଥିବା ଜଣାପଡ଼ିଛି। ଏବେ ଟ୍ରମ୍ପ୍ ମଧ୍ୟ ପାକିସ୍ତାନ ଆଡକୁ ମୁହାଁଇଛନ୍ତି ବୋଲି ଚର୍ଚ୍ଚା ହେଉଥିଲା । ସେ ସେପ୍ଟେମ୍ବରରେ ଇସ୍ଲାମାବାଦ ଆସିପାରନ୍ତି ବୋଲି ପାକ୍‌ ମିଡିଆ ପ୍ରଚାର କରିଥିଲା । କିନ୍ତୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ତାଙ୍କ ପାଖରେ ଟ୍ରମ୍ପଙ୍କ ଗସ୍ତ ବିଷୟରେ କୌଣସି ସୂଚନା ନାହିଁ ଏବଂ ହ୍ୱାଇଟ୍ ହାଉସ୍ ମଧ୍ୟ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସରକାରୀ ସୂଚନା ଦେଇନାହିଁ ।

ମିଳିଥିବା ସୂଚନା ଅନୁସାରେ, ୧୭ରୁ ୧୯ ସେପ୍ଟେମ୍ବର ଯାଏଁ ବ୍ରିଟେନ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ସେଠାରେ ରାଜା ଚାର୍ଲସ୍‌ ତୃତୀୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପାକିସ୍ତାନର ସାମା ଟିଭି ରିପୋର୍ଟ କରିଥିଲା ଯେ, ଟ୍ରମ୍ପ ସେପ୍ଟେମ୍ବର ୧୮ରେ ଇସଲାମାବାଦ ଆସିପାରନ୍ତି । ସେପଟେ ଗତ ଦୁଇ ଦଶନ୍ଧୀ ମଧ୍ୟରେ କୌଣସି ଆମେରିକୀୟ ରାଷ୍ଟ୍ରପତି ପାକିସ୍ତାନ ଗସ୍ତ କରିନାହାନ୍ତି। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ବୁଶ୍ ମାର୍ଚ୍ଚ ୨୦୦୬ରେ ପାକିସ୍ତାନ ଗସ୍ତ କରିଥିଲେ । ବୁଶଙ୍କ ପୂର୍ବରୁ ବିଲ୍ କ୍ଲିଣ୍ଟନ୍ ୨୦୦୦ ମସିହାରେ ପାକିସ୍ତାନ ଗସ୍ତ କରିଥିଲେ । ସେ କେବଳ କିଛି ଘଣ୍ଟା ପାଇଁ ରହିଥିଲେ। 

ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟରେ ଭାରତୀୟ ସେନା ପିଓକେ ଏବଂ ପାକିସ୍ତାନରେ ଅବସ୍ଥିତ ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଭାରତର ଅପରେସନରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହାର ଜବାବରେ ପାକିସ୍ତାନ ସେନା ଭାରତୀୟ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି ହୋଇଥିଲା। ଟ୍ରମ୍ପ ଦାବି କରିଥିଲେ ଯେ, ଦୁଇ ଦେଶ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ଏହା ପରେ ପରେ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଆମେରିକା ଗସ୍ତ କରିଥିଲେ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଥିଲେ । ମୁନିର ଏବଂ ଟ୍ରମ୍ପଙ୍କ ଏହି ଭେଟଘାଟକୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ହୋଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.