କୋଲକାତା,୧୭।୭: ପଶ୍ଚିମବଙ୍ଗର ହୁଗୁଳିରେ ରହୁଥିବା ସୈକତ ବସୁ ନିଜର ରୁଷୀୟ ପ୍ରେମିକା ଭିକ୍ଟୋରିଆଙ୍କୁ ୨୦୧୭ ରେ ବିବାହ କହିଥିଲେ। ଏହି ଦମ୍ପତ୍ତିଙ୍କର ୫ ବର୍ଷର ପୁଅଟିଏ ମଧ୍ୟ ଅଛି, ଯାହାକୁ ନେଇ ମହିଳା ଜଣକ ନିଖୋଜ ହୋଇଯାଇଛନ୍ତି। ସୈକତ ବୋସ ତାଙ୍କୁ ଖୋଜିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଆବେଦନ ଉପରେ ଶୁଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସେ ସମୟ ନଷ୍ଟ ନକରି ରୁଷ ମହିଳା ଓ ତାଙ୍କ ପୁଅକୁ ଖୋଜିକି ଆଣନ୍ତୁ। କୋର୍ଟ ବୈଦେଶିକ ଓ ଗୃହମନ୍ତ୍ରଣାଳୟକୁ ରୁଷ ମହିଳା(ଭିକ୍ଟୋରିଆ ବସୁ)ଙ୍କ ପାଇଁ ଲୁକ୍ ଆଉଟ ନୋଟିସ୍ ଜାରି କରିବାର ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ନିଜ ନିର୍ଦେଶରେ ଦିଲ୍ଲୀ ପୋଲିସକୁ ‘ସମୟ ନଷ୍ଟ ନକରି ନିଖୋଜ ମହିଳା ଓ ଶିଶୁର ସନ୍ଧାନ କରିବାକୁ ନିର୍ଦେଶ ଦେଇଛନ୍ତି। ନିଜ ଆବେଦନରେ ସୈକତ ବୋଷ କହିଛନ୍ତି, ଭିକ୍ଟୋରିଆ ବସୁ ତାଙ୍କର ୫ ବର୍ଷର ପୁଅକୁ ନେଇ ୭ ଜୁଲାଇରୁ ନିଖୋଜ ଅଛନ୍ତି। କୋର୍ଟ ଭିକ୍ଟୋରିଆ ବସୁଙ୍କ ପାସପୋର୍ଟ ଜବତ କରିବାର ମଧ୍ୟ ନିର୍ଦେଶ ଦିଆଯାଇଛି।
କୋର୍ଟ ଏହି ମାମଲାରେ ଆଗାମୀ ଦିନ ଅର୍ଥାତ ଶୁକ୍ରବାର ଷ୍ଟାଟସ୍ ରିପୋର୍ଟ ମଧ୍ୟ ଦାବି କରିଛି। ଏହାଛଡା କୋର୍ଟ କଷ୍ଟମ ଅଫିସରକୁ ବିମାନ ବନ୍ଦର ଓ ବନ୍ଦରର ନଜରରେ ରଖିବାକୁ ନିର୍ଦେଶ ଦେଇଛି। କୋର୍ଟ ସବୁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ସିସିଟିଭି ଫୁଟେଜ୍ ସଂରକ୍ଷିତ କରିବାର ନିର୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ ରୁଷ ଦୂତାବାସରୁ ମଧ୍ୟ ରୁଷ ମହିଳା ଓ ଶିଶୁଙ୍କ ସନ୍ଧାନ କରିବାକୁ କହିଛନ୍ତି। ଏଭଳି ନକଲେ ରୁଷ ଅଧିକାରୀଙ୍କୁ ଆଇନଗତ ଫଳାଫଳ ଭୋଗିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଏକ ନାଟକୀୟ ମୋଡରେ କୋର୍ଟ ଭିକ୍ଟୋରିଆ ବସୁଙ୍କ ଓକିଲଙ୍କ ସନ୍ଧିଗ୍ଧ ଆଚରଣ ଉପରେ ଅଙ୍ଗୁଳି ଉଠାଇଛନ୍ତି। ଯିଏକି ଦାବୀ କରିଥିଲେ, ତାଙ୍କ କ୍ଲାଏଣ୍ଟ ଠିକଣା ବିଷୟରେ ସେ ଜାଣନ୍ତି ନାହିଁ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, ଆପଣ ସବୁ ଜାଣନ୍ତି... କ’ଣ ଆପଣଙ୍କୁ ଲାଗୁଛି ? କ’ଣ ଆପଣ ଆମ ସହ ଏହି ଖେଳ ଖେଳି ପାରିବେ ? ମାମଲାରେ ଆବେଦନକାରୀ ସକୈତ ବସୁ ଅଭିଯୋଗ କରିଛନ୍ତି, ତାଙ୍କଠାରୁ ତାଙ୍କ ପତ୍ନୀ ଛାଡପତ୍ର ପାଇଁ ଦିଲ୍ଲୀର ସାକେତରେ ଥିବା ଏକ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି। ଚଳିତ ମାସ ଆରମ୍ଭରୁ ଜିନିଷ ସହ ପଛପଟ ଗେଟ୍ ଦେଇ ଦିଲ୍ଲୀ ସ୍ଥିତ ଋଷ ଦୂତାବାସକୁ ଯାଉଥିବା ଦେଖିଥିଲେ। ସେ ଦାବି କରିଛନ୍ତି, ତାଙ୍କ ସହ ରୁଷ ଦୂତାବାସର ଜଣେ ଅଧିକାରୀ ମଧ୍ୟ ଥିଲେ। ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଭିକ୍ଟୋରିଆ ତାଙ୍କ ପୁଅକୁ ନେଇ ଭାରତ ଛାଡି ଚାଲି ଯାଇଛନ୍ତି। ଖଣ୍ଡପୀଠ ରୁଷ ଦୂତାବାସ ଅଧିକାରୀଙ୍କ ଘରର ତଲାସୀ ନେବାକୁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁମତି ମାଗିଛନ୍ତି। ଭିକ୍ଟୋରିଆଙ୍କ ବାପା ଏଫ୍ଏସ୍ବି (ରୁଷ ଗୁଇନ୍ଦା ବିଭାଗ)ର ଅବସରପ୍ରାପ୍ତ ଅଧିକାରୀ।