ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

କ୍ରେଡିଟ୍‌ କାର୍ଡ ଭରସାରେ ଚାଲିଛି ମାସିକ ୫୦ ହଜାରରୁ କମ୍ ଆୟ କରୁଥିବା ଲୋକଙ୍କ ଜୀବନ, ନୂଆ ଷ୍ଟଡିରେ ଖୁଲାସା

Published By : Harapriya Biswal | July 17, 2025 5:59 PM

ନୂଆଦିଲ୍ଲୀ,୧୭।୭:  ଆଜିକାଲି, କ୍ରେଡିଟ୍ କାର୍ଡ ଏବଂ ଡିଜିଟାଲ୍ ଋଣ ସାଧାରଣ ଲୋକଙ୍କ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ମାସିକ ୫୦୦୦୦ ଟଙ୍କାରୁ କମ୍ ରୋଜଗାର କରୁଥିବା ୯୩% ନିଯୁକ୍ତିପ୍ରାପ୍ତ ବ୍ୟକ୍ତି ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ, ୮୫% ଲୋକ ଯେଉଁମାନେ ନିଜେ କାମ କରନ୍ତି ସେମାନଙ୍କର କ୍ରେଡିଟ୍ କାର୍ଡ ବିନା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡ଼େ। Think360.ai ଏହି ଅଧ୍ୟୟନରେ ୨୦ ହଜାରରୁ ଅଧିକ ନିଯୁକ୍ତିପ୍ରାପ୍ତ ଏବଂ ସ୍ବରୋଜଗାର କରୁଥିବା ଲୋକଙ୍କ ଖର୍ଚ୍ଚ ଅଭ୍ୟାସକୁ ସମ୍ପୂର୍ଣ୍ଣ ଏକ ବର୍ଷ ଧରି ପର୍ଯ୍ୟବେକ୍ଷଣ କରିବା ପରେ ଏହି ତଥ୍ୟ ପ୍ରସ୍ତୁତ କରିଛି।

ପୂର୍ବରୁ କ୍ରେଡିଟ୍ କାର୍ଡ କେବଳ ଧନୀ ଲୋକମାନେ ନିଜର ସଉକ ଓ ଷ୍ଟାଟସ୍ ପାଇଁ ବ୍ୟବହାର କରୁଥିଲେ। କିନ୍ତୁ ଏବେ ଏହା ବହୁତ ଲୋକଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି। ଏହା ବିନା ମାସିକ ଖର୍ଚ୍ଚ ଚଳାଇବା ଖୁବ୍ କଷ୍ଟକର। ରାସନ, ବିଜୁଳି ବିଲ୍ ହେଉ କିମ୍ବା ଅନଲାଇନ୍ ସପିଂ ଲୋକେ କ୍ରେଡିଟ୍ କାର୍ଡକୁ ସ୍ବାଇପ୍ କରିବାକୁ ଭୁଲନ୍ତି ନାହିଁ। ଏକ ଷ୍ଟଡିରୁ ଜଣାପଡିଛି ଯେ, କମ୍ ଆୟ କରୁଥିବା ଲୋକ ନିଜ ଦରମା ସରିଯିବା ପରେ ମଧ୍ୟ କ୍ରେଡିଟ୍ କାର୍ଡରୁ ନିଜର ଖର୍ଚ୍ଚ ତୁଲାଉଛନ୍ତି। ତା ପରେ ଆସନ୍ତା ମାସ ସାଲାରୀରୁ କାର୍ଡର ବିଲ୍ ଭରନ୍ତି। ବିଲ୍ ଭରିବା ମାତ୍ରେ ଟଙ୍କା ଶେଷ ଓ ତା ପରେ କ୍ରେଡିଟ୍ କାର୍ଡର ସାହାରା ନିଅନ୍ତି। ବହୁ ଲୋକ ଏଭଳି ଭାବରେ ଫଶି ଯାଉଛନ୍ତି ଯେ, ବାହାରକୁ ଆସିପାରୁ ନାହାନ୍ତି।

ଆଜିର ମହଙ୍ଗା ଯୁଗରେ ଖାଦ୍ୟ ପେୟ, ବିଜୁଳି ଓ ପାଣି ବିଲ୍, ପିଲାଙ୍କ ଫି’ ଏବଂ ଅନ୍ୟ ଜରୁରୀ ଜିନିଷ ପାଇଁ ପକେଟ୍ ଉପରେ ଭାରି ପଡିବାରେ ଲାଗିଛି। ଏଭଳି ସ୍ଥିତିରେ କମ୍ ଆୟ କରୁଥିବା ଲୋକ ନିଜ ଦରମା ଶେଷ ହେବାପରେ କ୍ରେଡିଟ୍ କାର୍ଡ ଓ ବିଏନ୍‌ପିଏଲ (ବାଏ ନାଓ, ପେ ଲ୍ୟାଟର) ଭଳି ଡିଜିଟାଲ କ୍ରେଡିଟ୍ ସେବାର ସାହାରା ନେଉଛନ୍ତି। ଷ୍ଟଡିରେ କୁହାଯାଇଛି ଯେ, ଏହି ଲୋକ ନିଜର ନଗଦର ଅଭାବକୁ ପୁରା କରିବାର ନୂଆ ଉପାୟ ଗ୍ରହଣ କରିଛନ୍ତି। ଷ୍ଟଡି ଅନୁସାରେ,୧୮% ସ୍ବରୋଜଗାର କରୁଥିବା ଲୋକ ଓ ୧୫% ଚାକିରିଆ ଲୋକ ଏହି ସେବାକୁ ବ୍ୟବହାର କରୁଛନ୍ତି। ଏହି ଷ୍ଟଡିରେ ଫିନଟେକ୍ କମ୍ପାନୀଗୁଡ଼ିକର ଶକ୍ତିକୁ ମଧ୍ୟ ଜୋରଦାର ଭାବରେ ଦର୍ଶାଯାଇଛି। ଏହି କମ୍ପାନୀଗୁଡ଼ିକ ଡିଜିଟାଲ୍ ଋଣ ପ୍ରଦାନ ମାଧ୍ୟମରେ ଦେଶରେ ଏକ ନୂତନ ବିପ୍ଳବ ଆଣୁଛନ୍ତି। ୨୦୨୩ ଆର୍ଥିକ ବର୍ଷରେ, ଫିନଟେକ୍ କମ୍ପାନୀଗୁଡ଼ିକ ୯୨,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟକ୍ତିଗତ ଋଣ ଦେଇଥିଲେ, ଯାହା ନୂତନ ଋଣର ୭୬%। ଏହି ସଂଖ୍ୟାଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଫିନଟେକ୍ କମ୍ପାନୀଗୁଡ଼ିକ ଛୋଟ ଏବଂ ଶୀଘ୍ର ଋଣ ଦେଇ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.