ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ସ୍ୱଦେଶୀ ବମ୍ବର ନିର୍ମାଣ କରୁଛି ଭାରତ; ଥରକେ ଯାଇପାରିବ ୧୨ ହଜାର କିଲୋମିଟର...

Published By : Bijay Swain | July 17, 2025 7:48 PM

ନୂଆଦିଲ୍ଲୀ: ଭାରତ ଏକ ଅତ୍ୟାଧୁନିକ ସ୍ୱଦେଶୀ ସାମରିକ ବୋମା ବର୍ଷଣକାରି ବିମାନ ନିର୍ମାଣ କରୁଛି। ଯାହାର ନାମ ଅଲଟ୍ରା ଲଙ୍ଗ-ରେଞ୍ଜ ଷ୍ଟ୍ରାଇକ ଏୟାରକ୍ରାଫ୍ଟ (ULRA) ରହିଛି। ଏହି ବିମାନ ୧୨,୦୦୦ କିଲୋମିଟର ଦୂରତା ଅତିକ୍ରମ କରି ଆକ୍ରମଣ କରିପାରିବାକ କ୍ଷମତା ସହ, ବିନା ଇନ୍ଧନ ପୂରଣରେ ଆମେରିକା, ୟୁରୋପ, ଆଫ୍ରିକା କିମ୍ବା ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ପହଞ୍ଚି ପାରିବ। ଆମେରିକା, ରୁଷିଆ ଓ ଚାଇନା ପରେ ଭାରତ ଏହି ଶ୍ରେଣୀର ବିମାନ ପ୍ରସ୍ତୁତି ଓ ପରିଚାଳନା କରୁଥିବା ଚତୁର୍ଥ ଦେଶ ହେବାକୁ ଯାଉଛି।

ଏହି ପ୍ରସ୍ତାବିତ ବିମାନ ୧୨ ଟନ୍‌ ଅସ୍ତ୍ରଶସ୍ତ୍ର ବହନ କରିପାରିବ। ଯେଉଁଥିରେ ବ୍ରହ୍ମୋସ-ଏନଜି ସୁପରସୋନିକ କ୍ରୁଜ ମିସାଇଲ, ଅଗ୍ନି-୧ପି ବାଲିଷ୍ଟିକ ମିସାଇଲ, ଲେଜର-ଗାଇଡେଡ ବୋମା ଓ ଆଣ୍ଟି-ରେଡିଏସନ ମିସାଇଲ ଭଳି ଅନେକ ଅସ୍ତ୍ରଶସ୍ତ୍ର ଅନ୍ତର୍ଭୁକ୍ତ ରହିଛି। ରାଡାର ଚିହ୍ନଟ ଏଡାଇବା ପାଇଁ ଏହି ବାମନରେ ଷ୍ଟେଲଥ ପ୍ରଯୁକ୍ତି ଓ ସ୍ୱୟଂଚାଳିତ ଉଡ଼ାଣ ବ୍ୟବସ୍ଥା ଭଳି ବୈଶିଷ୍ଟ୍ୟ ରହିବ। ରୁଷିଆର ଟିୟୁ-୧୬୦ ବ୍ଲାକଜାକ ଓ ଆମେରିକାର ବି-୨୧ ରେଡରଙ୍କୁ ଦୃଷ୍ଟିରେ ରଖି ଭାରତୀୟ ଆବଶ୍ୟକତା ଅନୁଯାୟୀ ଏହି ବିମାନଟିକୁ ଡିଜାଇନ ହେଉଛି। ଭାରତ ନିକଟରେ ଏଭିଓନିକ୍ସ ଓ ଷ୍ଟେଲଥ ପ୍ରଯୁକ୍ତି ନଥିବାରୁ ଏହି ଦିଗରେ ଫ୍ରାନ୍ସର ସହାୟତା ନିଆଯାଉଛି। ଏହାସହ ଏହି ବିମାନ ନିର୍ମାଣ ପାଇଁ ଆବଶ୍ୟକ ଅନ୍ୟାନ୍ୟ ବୌଷୟିକ ଜ୍ଞାନ ଭାରତ ଋଷ ସହାୟତାରେ ହାସଲ କରିବ ବୋଲି ସୂଚନା ମିଳିଛି।

ଏହି ବିମାନର ପ୍ରାଥମିକ ଡିଜାଇନ କାମ ଆରମ୍ଭ ହୋଇସାରିଛି। ଆଗାମୀ କିଛି ବର୍ଷରେ ପ୍ରୋଟୋଟାଇପ ପରୀକ୍ଷଣ କରାଯିବା ପରେ  ୨୦୩୫ ସୁଦ୍ଧା ଏହା ନିଜର ପ୍ରଥମ ଉଡ଼ାଣ ଭରିବ ବୋଲି ଯୋଜନା ରହିଛି। ଏହା ଏଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (AMCA) ପରେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ। ଭାରତୀୟ ବାୟୁସେନା ପାଇଁ ଏହି ବର୍ତ୍ତମାନ ପରିପ୍ରେକ୍ଷିରେ ଏହି ଶ୍ରେଣୀର ୧୨ରୁ ୧୪ଟି ବିମାନର ଆବଶ୍ୟକତା ରହିଛି।

ଏହି ବିମାନ ଭାରତର ପରମାଣୁ ନିରୋଧକ ଶକ୍ତିକୁ ମଜବୁତ କରିବ ଓ ବିଶ୍ୱବ୍ୟାପୀ ସାମରିକ ଶକ୍ତି ଭାବେ ପ୍ରତିଷ୍ଠା କରିବ। ଏହା ‘ମେକ୍‌ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ ଉଦ୍ୟମର ଅଂଶ, ଯେଉଁଥିରେ ଅଧିକାଂଶ ଉପକରଣ ସ୍ୱଦେଶୀ ଭାବେ ଉତ୍ପାଦିତ ହେବ। ରୁଷିଆ ଓ ଫ୍ରାନ୍ସ ସହ ପ୍ରଯୁକ୍ତି ହସ୍ତାନ୍ତର ଚୁକ୍ତି ମାଧ୍ୟମରେ ଆତ୍ମନିର୍ଭରତା ହାସଲ କରାଯିବ।

ଏହା ରୁଷିଆର ଟିୟୁ-୧୬୦ (୧୨,୩୦୦ କି.ମି. ରେଞ୍ଜ, ୪୦ ଟନ୍‌ ଅସ୍ତ୍ରଶସ୍ତ୍ର ବହନ କ୍ଷମତା) ଓ ଆମେରିକାର ବି-୨୧ (୧୦ ଟନ୍‌ ଅସ୍ତ୍ରଶସ୍ତ୍ର ବହନ କ୍ଷମତା) ସହ ସମାନ ରହବ। ଏହି ପ୍ରୋଜେକ୍ଟ ଭାରତର ପ୍ରତିରକ୍ଷା ନୀତିରେ ବଡ଼ ପରିବର୍ତ୍ତନ ଆଣିବ ଓ ବିଶ୍ୱର ଅଗ୍ରଣୀ ସାମରିକ ଶକ୍ତି ଭାବେ ପ୍ରତିଷ୍ଠିତ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.