ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତିରେ କାହିଁକି ବାଧା ସୃଷ୍ଟି କରୁଛି ‘ନନଭେଜ୍ ମିଲ୍କ୍’ ? ଜାଣନ୍ତୁ…

Published By : Ladu Kishor | July 16, 2025 6:42 PM

ନୂଆଦିଲ୍ଲୀ: ଗତ କିଛି ମାସ ଧରି ସୋସିଆଲ ମିଡିଆ ଏବଂ କିଛି ଜାତୀୟ ଗଣମାଧ୍ୟମରେ ନନଭେଜ୍ ମିଲ୍କକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି ।କ’ଣ ଏହି ନନଭେଜ୍ ମିଲ୍କ ? ଆମେ ସମସ୍ତେ ଜାଣୁ ଯେ, କ୍ଷୀର ଶାକାହାରୀ । କିନ୍ତୁ, କ୍ଷୀର ଏବେ ଆମିଷ ବୋଲି ଏହି ଚର୍ଚ୍ଚା ହେଉଛି । ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟିକ ଚୁକ୍ତିରେ ଏବେ ବଡ଼ ପ୍ରତିବନ୍ଧକ ସାଜିଛି ଏହି ନନଭେଜ୍ ମିଲ୍କ। ଗାଈ ଗୋଟିଏ ଶାକାହାରୀ ପ୍ରାଣୀ ବୋଲି ସମସ୍ତେ ଜାଣନ୍ତି ।ଏମାନେ ସାଧାରଣତଃ ଘାସ, କୁଣ୍ଡା, ଚୋକଡ଼ ଆଦି ଖାଆନ୍ତି। ଆଉ ଏମାନଙ୍କ ଠାରୁ ନିର୍ଗତ କ୍ଷୀରକୁ ବି ଶୁଦ୍ଧ ଶାକାହାରୀ ଭାବେ ବିବେଚନା କରାଯାଏ । କେବଳ ଖାଦ୍ୟରେ ପାଇଁ ନୁହେଁ, ପୂଜାପର୍ବ ଆଦି ପବିତ୍ର କାର୍ଯ୍ୟରେ ମଧ୍ୟ ଗାଈର କ୍ଷୀର ବ୍ୟବହାର କରାଯାଏ । ଭାରତରେ ଗାଈଙ୍କୁ ଗୋମାତା ଭାବେ ପୂଜା କରାଯାଏ। କିନ୍ତୁ, ଆମେରିକାରେ ଗାଈଙ୍କୁ ନେଇ ଏଭଳି ମାନ୍ୟତା ନାହିଁ । ଅଧିକ କ୍ଷୀର ଉତ୍ପାଦନ ପାଇଁ ସେଠାରେ ଗାଈ ମାନଙ୍କୁ ମାଂସ ଉଦ୍ୟୋଗରୁ ବାହାରୁଥିବା ବର୍ଜ୍ୟ ପଦାର୍ଥ ଖାଇବାକୁ ଦିଆଯାଏ। ତେଣୁ ଏହି ଗାଈ ମାନଙ୍କ ଠାରୁ ମିଳୁଥିବା କ୍ଷୀରକୁ ନନଭେଜ୍ କ୍ଷୀର ବୋଲି କୁହାଯାଏ। ଆମେରିକା ଖବରକାଗଜ ଦ ସିଏଟଲ ଟାଇମ୍ସର ରିପୋର୍ଟ ଅନୁସାରେ, ଆମେରିକାରେ ଗାଈ ମାନଙ୍କୁ ଯେଉଁ ଚାରା ଖାଇବାକୁ ଦିଆଯାଏ, ସେଥିରେ ଘୁଷୁରି, ମାଛ, କୁକୁଡ଼ା, ଘୋଡ଼ା, ବିଲେଇ, କୁକୁର ଆଦି ଜୀବଜନ୍ତୁ ମାନଙ୍କର ଚର୍ବି ମିଶା ଯାଇଥାଏ । ପ୍ରୋଟିନ ପାଇଁ ଗାଈ ମାନଙ୍କୁ ଘୁଷୁରି ଓ ଘୋଡ଼ାର ରକ୍ତ ମଧ୍ୟ ଦିଆଯାଏ ।

ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ, ମାନେ ଭାରତ-ଆମେରିକା ମଧ୍ୟରେ ଅଟକିଥିବା ବାଣିଜ୍ୟିକ ଚୁକ୍ତି । ଭାରତ ଏବଂ ଆମେରିକା ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ,ଏବେ କୃଷି ଏବଂ କ୍ଷୀର ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି । ଭାରତ ଏହି ଦୁଇଟି କ୍ଷେତ୍ରକୁ ଆମେରିକା ପାଇଁ ଖୋଲିବା ପାଇଁ ଏକ ପ୍ରତିବନ୍ଧକ ରେଖା ଟାଣିଛି, କାରଣ ଏହା ଭାରତ  ପାଇଁ ବଡ଼ କ୍ଷତି ଆଣିପାରେ। ଭାରତରେ କ୍ଷୀର କ୍ଷେତ୍ର ୧.୪ ବିଲିୟନରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇଥାଏ ଏବଂ ୮ କୋଟିରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥାଏ। ଏହା ବ୍ୟତୀତ "ନନଭେଜ୍ ମିଲ୍କ" ମଧ୍ୟ ବିବାଦ ସୃଷ୍ଟି କରୁଛି।

ଏହି ସମୟରେ ଭାରତ ଦାବି କରୁଛି ଯେ, ଆମଦାନୀ ହୋଇଥିବା କ୍ଷୀର ପାଇଁ ଶକ୍ତ ପ୍ରମାଣୀକରଣ ଆବଶ୍ୟକତା ରହିଛି, ଯାହା ସ୍ପଷ୍ଟ ଭାବେ ସୂଚାଇବ ଯେ, ସେହି ଗାଈ ମାନଙ୍କୁ ମାଂସ କିମ୍ବା ରକ୍ତ ଭଳି ପଶୁ-ଭିତ୍ତିକ ଉତ୍ପାଦ ଖୁଆଇ ଦିଆଯାଇ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ସମ୍ବେଦନଶୀଳତା ହେତୁ ଭାରତ ଏହାକୁ ଅସଙ୍ଗତ ସୀମା ବୋଲି କହିଛି । ଭାରତରେ ପ୍ରତିଦିନ ଧାର୍ମିକ ରୀତିନୀତିରେ କ୍ଷୀର ଏବଂ ଘିଅ ବ୍ୟବହାର କରାଯାଏ।

ନୂଆଦିଲ୍ଲୀ ସ୍ଥିତ ଥିଙ୍କ ଟ୍ୟାଙ୍କ ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (GTRI)ର ଅଜୟ ଶ୍ରୀବାସ୍ତବ PTIକୁ କହିଛନ୍ତି ଯେ, କଳ୍ପନା କରନ୍ତୁ କି, ଆପଣ ସେହି ଗାଇ ମାନଙ୍କ କ୍ଷୀରରେ ତିଆରି ଘିଅ ଖାଉଛନ୍ତି, ଯେଉଁ ମାନଙ୍କୁ କି ଅନ୍ୟ ଗାଇ ମାନଙ୍କ ମାଂସ ଏବଂ ରକ୍ତ ଖାଇବାକୁ ଦିଆଯାଉଛି । ଭାରତ କେବେବି ଏହାକୁ ଅନୁମତି ଦେବା ଉଚିତ୍ ନୁହେଁ । ତେବେ ଆମେରିକା ଭାରତର ଦାବିକୁ ଅନାବଶ୍ୟକ ବାଣିଜ୍ୟିକ ବାଧା ବୋଲି କହିଛି ।  

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.