ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପ୍ରେମିକ ସହିତ ମିିଶି ୫ ବର୍ଷୀୟା ଝିଅକୁ ମାରିଦେଲା ମାଆ; ମରଶରୀର ପାଖରେ ବସି ରଖିଥିଲା ଶାରୀରିକ ସମ୍ପର୍କ

Published By : Bijay Swain | July 16, 2025 9:14 PM

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ହୃଦୟବିଦାରକ ଓ ନୃଶଂସ ଅପରାଧିକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ନିଜର ୫ ବର୍ଷୀୟା ଝିଅର ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ଅଭିଯୁକ୍ତ ମହିଳା ଓ ତାଙ୍କ ପ୍ରେମିକ ମୃତ ଝିଅର ଶବ ପାଖରେ ଶାରୀରିକ ସମ୍ପର୍କ ରଖିଥିବା ଭଳି ଆହୁରି ଜଘନ୍ୟ ଅଭିଯୋଗ ସାମ୍ନାକୁ ଆସିଛି।

ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ମହିଳାଙ୍କ ନାମ ରୋଶନି ହୋଇଥିବା ବେଳେ ତାଙ୍କ ପ୍ରେମିକଙ୍କ ନାମ ଉଦିତ୍ ବୋଲି ଜଣାପଡିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଉଦିତ୍ ମହିଳାଙ୍କ ସ୍ୱାମୀ ଶାହାରୁଖଙ୍କ ପିଲାବେଳ ସାଙ୍ଗ ବୋଲି ଜଣାପଡିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳା ଜଣଙ୍କ ମୃତ୍ୟୁର ସମସ୍ତ ଦୋଷ ନିଜ ସ୍ୱାମୀଙ୍କ ମୁଣ୍ଡରେ ଲଦି ଦେଇଥିଲେ। କାରଣ ଯଦି ଶାହାରୁଖ ମିଛ କେସରେ ଜେଲ ଯାଇଥାନ୍ତେ ତେବେ ରୋଶନି ନିଜ ପ୍ରେମିକଙ୍କ ସହ ଖୁସିରେ ରହିଥାନ୍ତେ ବୋଲି ପ୍ରାକାଶ କରିଛନ୍ତି। 

ସୂଚନା ମୁତାବକ, ଗତ ରବିବାର(ଜୁଲାଇ 13) ଉଦିତ୍ ରୋଶନିଙ୍କୁ ଘରକୁ ଆସିଥିଲେ। ଆସିବା ବେଳେ ବଜାରରୁ କିଛି ଖାଦ୍ୟ, ସିଗାରେଟ ଓ ମଦ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ। ଏତିକିବେଳେ ଶାହରୁଖ ଘରେ ନଥିବାରୁ ଏହି ମଉକାରେ ଉଭୟେ ଅନୈତିକ ସମ୍ପର୍କ ରଖିଥିଲେ। ତେବେ ଏହାର କିଛି ସମୟ ପରେ ରୋଶନିଙ୍କ ଝିଅ ସାଇନା ଘରମଧ୍ୟରେ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖିନେଇଥିଲେ। ଏହାପରେ ଉଭୟେ ତାଙ୍କୁ ଧରିନେବା ସହ ପାଟି ନକରିବା ପାଇଁ ତାଙ୍କ ମୁହଁରେ ଏକ ରୁମାଲ ଭରିଦେଇଥିଲେ। ଏହାପରେ ଉଦିତ ସାଇନାଙ୍କ ପେଟକୁ ବାରମ୍ୱାର ଗୋଇଠା ମାରିଚାଲିଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ସାଇନାଙ୍କ ମୃତ୍ୟୁ ହୋଇଥିଲା।

ଏତିକିରେ ମଧ୍ୟ ଉଭୟଙ୍କ ମନ ଶାନ୍ତି ହୋଇନଥିଲା। ସାଇନାହ୍କ ମୁତ୍ୟୁ ପରେ ଉଭୟେ ସାଙ୍ଗ ହୋଇ ଗାଧୋଇବା ସହ ମଦ ପିଇ ଥିଲେ। ଏହାପରେ ଆଣିଥିବା ଖାଦ୍ୟ ଖାଇ ସାଇନାଙ୍କ ମୃତ ଦେହ ନିକଟରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ସେଇ ଗୋଟିଏ ରୁମରେ ଉଭୟେ ଶୋଇଥିଲେ ମଧ୍ୟ। 

ମଙ୍ଗଳବାର ରୋଶନି ପୋଲିସକୁ ଫୋନ କରି ଶାହରୁଖ ତାଙ୍କ ଝିଅକୁ ମାରି ବାହାପଟୁ ତାଲା ପକାଇ ଫେରାର ହୋଇଯାଇଛନ୍ତି ବୋଲି ସୂଚନା ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତରୁ ସାହରୁଖଙ୍କ ଗୋଡ ଅପରେସନ ହୋଇଥିବା ଜାଣିବାକୁ ପାଇଥିଲା। ଯେଉଁଥିପାଇଁ ସେ ଚାଲି ମଧ୍ୟ ପାରୁନଥିଲେ। ଏହାସହ ପୋଲିସକୁ ମିଳିଥିବା ସିସିଟିଭି ଫୁଟେଜରେ ଶାହରୁଖ ନଜର ଆସିନଥିଲେ। ଏହାସହ ଏହି ଘଟଣା ଘଟିବାର ୩୬ ଘଣ୍ଟା ପରେ ରିପୋର୍ଟ କରାଯାଇଥିବାରୁ ପୋଲିସର ସନ୍ଦେହ ରୋଶନିଙ୍କ ଉପରକୁ ଯାଇଥିଲା। ପୋଲିସ ଅଧିକ ପଚରାଉଚରା କରିବା ପରେ ରୋଶନି ଶେଷରେ ନିଜ ଭୁଲ ସ୍ୱିକାର କରିଥିଲେ। 

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ହତ୍ୟା ଓ ଅନ୍ୟାନ୍ୟ ଗୁରୁତର ଅପରାଧିକ ଧାରାରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ଏବଂ ମୃତ ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି ଏବଂ ଲୋକମାନେ ଏହି ନୃଶଂସ କାଣ୍ଡ ପାଇଁ ଅଭିଯୁକ୍ତ ଦ୍ୱୟଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.