ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ହିମାଚଳରେ ବାରମ୍ବାର ଭୂ-ସ୍ଖଳନର ଗୋଟିଏ କାରଣ ଘାସ କି? ଜାତୀୟ ଗଣମାଧ୍ୟମର ଗ୍ରାଉଣ୍ଡ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା

Published By : Soubhagya Ranjan | July 16, 2025 7:00 PM

ନୂଆଦିଲ୍ଲୀ,୧୬/୦୭: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁଁ ବାରମ୍ବାର ହେଉଥିବା କ୍ଷୟକ୍ଷତି ପଛରେ ଘାସ ମଧ୍ୟ ଏକ ବଡ଼ କାରଣ। ନିକଟରେ ଯେତେବେଳେ ସେରାଜ ଘାଟିର ପ୍ରଶାସନିକ ଅଧିକାରୀମାନେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଏହି ବିଷୟରେ କହିଥିଲେ, ସେ ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ମଣ୍ଡିର ଥୁନାଙ୍ଗ ଅଞ୍ଚଳରେ ଏତେ ବଡ଼ କ୍ଷୟକ୍ଷତି ଦ୍ୱିତୀୟ ଥର ପାଇଁ ଘଟିଛି। ଯେତେବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର କାରଣ ପଚାରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଏହା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମତଃ ଜଳବାୟୁ ପରିବର୍ତ୍ତନ ଏବଂ ଦ୍ୱିତୀୟତଃ, ପାହାଡ଼ରେ ଘାସର ଅଭାବ। ଥୁନାଙ୍ଗର ତହସିଲଦାର ନିଜେ ଅନୁରାଗ ଠାକୁରଙ୍କୁ କହିବା ମାତ୍ରେ ସେଠାରେ ଠିଆ ହୋଇଥିବା ଚାଷୀମାନେ ପ୍ରତିବାଦ କରିବା ଆରମ୍ଭ କରିଦେଲେ ଯେ ଏଥିପାଇଁ ଘାସ କିପରି ଦାୟୀ ହୋଇପାରେ? ତଥାପି, ଅନୁରାଗ ଠାକୁର କହିଛନ୍ତି ଯେ ଏକ ସ୍ଥାୟୀ ସମାଧାନ ଖୋଜିବାକୁ ପଡ଼ିବ। ନଚେତ୍, ଏପରି ବିପର୍ଯ୍ୟୟ ବାରମ୍ବାର ଘଟିବ।

ଘାସ ପୋଡ଼ିବାକୁ ବ୍ୟବହୃଦ ଔଷଧରେ ପ୍ରଭାବିତ ହେଉଛି ଜମିବାଡ଼ି: 

ଉଲ୍ଲେଖଯୋଗ୍ୟ ଯେ, ବଜାରରେ ଏପରି ଅନେକ କିଟନାଶକ ରହିଛି, ଯାହା ମାତ୍ର ୩୦୦ ଟଙ୍କାରେ ୨୦-୩୦ ଦିନ ପାଇଁ ସେଓ, ଟମାଟୋ ଏବଂ ପନିପରିବା କ୍ଷେତରୁ ଘାସ ଏବଂ ଅନାବନା ଛୋଟ ଗଛକୁ ହଟାଇ ଦେଇଥାଏ। ଚାଷୀମାନେ ନିଜେ ବିଶ୍ୱାସ କରନ୍ତି ଯେ ଏହା ମାଟିକୁ ଦୁର୍ବଳ କରିଥାଏ। ସୂରଜ ମଣିଙ୍କ ପରି ଜଣେ ଚାଷୀ କହିଛନ୍ତି ଯେ "ଘାସ ଜାଳିବା ଔଷଧ ଘାସକୁ ପୋଡ଼ି ଦେଇଥାଏ। କିନ୍ତୁ ଏହା କ୍ଷେତକୁ ନଷ୍ଟ କରିଦିଏ ଏବଂ ମାଟିକୁ ଦୁର୍ବଳ କରିଦିଏ।" 

୨୦୨୩ ଏବଂ ୨୦୨୫ରେ ବାଦଲଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି: 

୨୦୨୩ ଏବଂ ୨୦୨୫ ମସିହାରେ ମଣ୍ଡିର ସେରାଜ ଉପତ୍ୟକାରେ ବାଦଲଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଥିଲା। ଏହି ଅଞ୍ଚଳଟିରେ ବଡ଼ ପରିମାଣରେ ସେଓ ଏବଂ ଟମାଟୋ ଚାଷ କରାଯାଏ, ତେଣୁ ଏହି ଛୋଟ ତୃଣନାଶକ ଯୋଗୁଁ କ’ଣ ପ୍ରକୃତରେ ନଷ୍ଟର ପରିସର ବୃଦ୍ଧି ପାଇଛି? ଘାସନାଶକର ବ୍ୟବହାର ମାଟିକୁ ଦୁର୍ବଳ କରିଦେଇଥିଲା। ପ୍ରକୃତରେ, ଏହାର ଗୋଟିଏ କାରଣ ମଧ୍ୟ ଏହାଯେ, ପୂର୍ବରୁ ଦେଓଦର ଭଳି ବଡ଼ ଗଛ ପ୍ରବଳ ବର୍ଷାକୁ ଅଟକାଇବାରେ ସକ୍ଷମ ହୋଇଥିଲା ଏବଂ ପାହାଡ଼ିଆ ଘାସ ଥିବା ଯୋଗୁ ମଧ୍ୟ ଭୂସ୍ଖଳନ ଉପରେ ବିଶେଷ ପ୍ରଭାବ ପଡ଼ିନଥିଲା। କିନ୍ତୁ ବର୍ତ୍ତମାନ ପ୍ରବଳ ବର୍ଷା ହେଲେ ମାଟି ଦ୍ରୁତ ଗତିରେ କ୍ଷୟ ହେଉଛି, କାରଣ ଘାସମାରିବା ପାଇଁ ବ୍ୟବହୃତ କିଟନାସକ ଗୁଡ଼ିକ ମାଟିକୁ ଦୁର୍ବଳ କରୁଛନ୍ତି। ଏହି କାରଣରୁ ସେରାଜ ଉପତ୍ୟକାରେ ବାରମ୍ବାର ବାଦଲଫଟା ବର୍ଷା ଯୋଗୁଁ ବହୁତ କ୍ଷୟକ୍ଷତି ହେଉଛି। ଏହି କାରଣରୁ ସେରାଜ ଉପତ୍ୟକାରେ ଥିବା ସେଓ ବଗିଚାଗୁଡ଼ିକ ଅଧିକ କ୍ଷତି ସହିଛି।

ଏପରି ଅଞ୍ଚଳରେ ମେଘ ଫାଟିବା ଭଳି ବିପର୍ଯ୍ୟୟକୁ ରୋକିବା ପାଇଁ କେବଳ ଦୁଇଟି ସ୍ଥାୟୀ ସମାଧାନ ଅଛି। ପ୍ରଥମତଃ, ଜଳବାୟୁ ପରିବର୍ତ୍ତନରେ ସ୍ଥିରତା ଏବଂ ଦ୍ୱିତୀୟତଃ, ପାହାଡ଼ରେ ପାଇନ୍ ଏବଂ ଦେବଦାରୁ ଭଳି ଗଛକୁ ବଞ୍ଚାଇ ରଖିବା ଏବଂ ଘାସମରା ଔଷଧ ବ୍ୟବହାରକୁ ବନ୍ଦ କରିବାର ଆବଶ୍ୟକତା ରହିଛି। ତେବେ ହିଁ ଏହି ପ୍ରାକୃତିକ ବିପର୍ଯ୍ୟୟର ପାର୍ଶ୍ୱରେ ଠିଆ ହୋଇଥିବା ପାର୍ବତ୍ୟାଞ୍ଚଳଗୁଡ଼ିକୁ ବିନାଶରୁ ରକ୍ଷା କରାଯାଇପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.