ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ନୟନତାରା ଡକ୍ୟୁମେଣ୍ଟାରୀକୁ ନେଇ ପୁଣି ଘନେଇଲା ବିବାଦ; କପିରାଇଟ ପାଇଁ ୫ କୋଟି ଟଙ୍କାର ଲିଗାଲ ନୋଟିସ ଜାରି

Published By : Bijay Swain | July 8, 2025 9:05 PM

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରାଙ୍କ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିଅଣ୍ଡ ଦ ଫେରୀ ଟେଲ’ ପୁଣି ଥରେ ଆଇନଗତ ଝମେଲାରେ ଫସିଛି। ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ତାମିଲ ବ୍ଲକବସ୍ଟର ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ’ର ଦୃଶ୍ୟଗୁଡିକୁ ବିନା ଅନୁମତିରେ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ଉଠିଛି। ଏନେଇ ଏହାର ନିର୍ମାତାମାନଙ୍କ ଉପରେ ୫ କୋଟି ଟଙ୍କାର ଲିଗାଲ ନୋଟିସ ଜାରି କରାଯାଇଥିବା ନେଇ ସୂଚନା ମିଳିଛି।

ଜାତୀୟ ଗଣମାଧ୍ୟମ ‘ଲାଇଭ ଲ’ର ରିପୋର୍ଟ ଅନୁସାରେ, ‘ଚନ୍ଦ୍ରମୁଖୀ’ ଚଳଚ୍ଚିତ୍ରର ଅଡିଓ ଏବଂ ଭିଡିଓ ଅଧିକାର ରହିଥିବା ଏପି ଇଣ୍ଟରନ୍ୟାସନାଲ କମ୍ପାନୀ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଏହି ମାମଲାରେ ଡକ୍ୟୁମେଣ୍ଟାରୀର ନିର୍ମାତା ଟାର୍କ ଷ୍ଟୁଡିଓ ଏଲଏଲପି ଏବଂ ନେଟଫ୍ଲିକ୍ସ ଏଣ୍ଟରଟେନମେଣ୍ଟ ସର୍ଭିସେସ ଇଣ୍ଡିଆ ଏଲଏଲପିଙ୍କୁ ନୋଟିସ ଜାରି କରାଯାଇଛି। ଅଭିଯୋଗ ରହିଛି ଯେ ନିର୍ମାତାମାନେ ୟୁଟ୍ୟୁବରୁ ‘ଚନ୍ଦ୍ରମୁଖୀ’ର ଦୃଶ୍ୟ ନେଇ ଡକ୍ୟୁମେଣ୍ଟାରୀରେ ବ୍ୟବହାର କରିଛନ୍ତି। ଯାହା ଭାରତରେ ଥିବା କପିରାଇଟ ନିୟମର ଖୋଲା ଉଲ୍ଲଂଘନ ଅଟେ ବୋଲି ଅଭିଯୋଗ ହୋଇଛି।

ଏପି ଇଣ୍ଟରନ୍ୟାସନାଲ ପକ୍ଷରୁ କୁହାଯାଇଛି ଯେ ସେମାନେ ପୂର୍ବରୁ ନୟନତାରା ଏବଂ ନେଟଫ୍ଲିକ୍ସକୁ ଏକ ସିଜ୍ ଆଣ୍ଡ ଡିଜିଷ୍ଟ ନୋଟିସ ପଠାଇଥିଲେ। ଯେଉଁଥିରେ ଚନ୍ଦ୍ରମୁଖି ଚଳଚ୍ଚିତ୍ରର ବିଭିନ୍ନ ଦୃଶ୍ୟ ବ୍ୟବହାର ବନ୍ଦ କରିବା ଏବଂ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଥିଲା। ତେବେ ନୋଟିସ ପରେ ମଧ୍ୟ ନିର୍ମାତାମାନେ ଚନ୍ଦ୍ରମୁଖୀ ଚଳଚ୍ଚିତ୍ରର ଅଧିକାର ପାଇଁ କୌଣସି ପ୍ରକାରର ଯୋଗାଯୋଗ କରିନଥିବା ଜଣାପଡ଼ିଛି। ଏଣୁ ଏପି ଇଣ୍ଟରନ୍ୟାସନାଲ ଏକ ସ୍ଥାୟୀ ନିଷେଧାଦେଶ ପାଇଁ ଆବେଦନ କରିଛନ୍ତି। ଯାହା ଦ୍ୱାରା ଡକ୍ୟୁମେଣ୍ଟାରୀରୁ ‘ଚନ୍ଦ୍ରମୁଖୀ’ର ସମସ୍ତ ଦୃଶ୍ୟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।

ଏହା ପୂର୍ବରୁ ଅଭିନେତା ତଥା ନିର୍ମାତା ଧନୁଷ ମଧ୍ୟ ତାଙ୍କ ନିର୍ମାଣ କରିଥିବା ଚଳଚ୍ଚିତ୍ର ‘ନାନୁମ ରୌଡି ଧାନ’ର ଦୃଶ୍ୟ ଅନୁମତି ବିନା ବ୍ୟବହାର ହୋଇଥିବା ଅଭିଯୋଗରେ ନୟନତାରା ଏବଂ ନେଟଫ୍ଲିକ୍ସ ବିରୁଦ୍ଧରେ ୧୦ କୋଟି ଟଙ୍କାର ମାମଲା ଦାୟର କରିଥିଲେ। ଏହି ବିବାଦ ନୟନତାରା ସିନେମାର ନିର୍ମାତାଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଛି। କାରଣ ଏହି ଡକ୍ୟୁମେଣ୍ଟାରୀ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ନିର୍ମିତ ହୋଇଛି।

ତେବେ, ‘ଚନ୍ଦ୍ରମୁଖୀ’ର ମୂଳ ନିର୍ମାତା ସିଭାଜୀ ପ୍ରଡକ୍ସନସ୍ ପୂର୍ବରୁ ଦାବି କରିଥିଲେ ଯେ ସେମାନେ ନୟନତାରାଙ୍କୁ ଏକ ନୋ ଅବଜେକ୍ସନ ସାର୍ଟିଫିକେଟ (ଏନଓସି) ପ୍ରଦାନ କରିଥିଲେ ଏବଂ ଏନେଇ କୌଣସି ମାମଲା ଦାୟର କରି ନାହାନ୍ତି। ତେବେ ଏପି ଇଣ୍ଟରନ୍ୟାସନାଲ କିଛି ବର୍ଷ ପୂର୍ବେ ସିଭାଜୀ ପ୍ରଡକ୍ସନସ୍ ନିକଟରୁ ଚଳଚ୍ଚିତ୍ରର ସମସ୍ତ କପିରାଇଟ କିଣିନେଇଥିଲେ। ତେବେ ଏହି ନୂଆ ଆଇନଗତ ନୋଟିସ ସତ୍ତ୍ୱେ ନୟନତାରା ପ୍ରଡକ୍ସନ ଟିମ କିମ୍ବା ନେଟଫ୍ଲିକ୍ସ ଇଣ୍ଡିଆ ଏନେଇ କୌଣସି ମନ୍ତବ୍ୟ ଜାରି କରିନାହାନ୍ତି।

ଏହି ମାମଲା ନୟନତାରା ଡକ୍ୟୁମେଣ୍ଟାରୀକୁ ଆହୁରି ବିବାଦସ୍ପଦ କରିଛି। ଆପଣଙ୍କୁ ଜଣାଇରଖୁ ଯେ ଗତ ୨୦୨୪ ମସିହା ନଭେମ୍ବର ୧୮ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଯେଉଁଥିରେ ନୟନତାଙ୍କ କ୍ୟାରିୟରର ମାଇଲଷ୍ଟୋନ ଏବଂ ଚଳଚ୍ଚିତ୍ର ନିର୍ମାତା ବିଘ୍ନେଶ ଶିବନଙ୍କ ସହ ବିବାହ ଓ ସେମାନଙ୍କ ଯାଆଁଳା ପୁଅଙ୍କ ଜୀବନକୁ ଦର୍ଶାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.