ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଚେନ୍ନାଇ କମିଶନରଙ୍କ ଉପରେ ଜୋରିମାନା ଲଗାଇଲେ ମଦ୍ରାସ ହାଇକୋର୍ଟ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

Published By : Bijay Swain | July 9, 2025 5:59 PM

ଚେନ୍ନାଇ: ମଦ୍ରାସ ହାଇକୋର୍ଟ ଚେନ୍ନାଇ ମହାନଗର ନିଗମ (ଜିସିସି) କମିଶନର ଜେ. କୁମାରଗୁରୁବରଣଙ୍କୁ ରୋୟାପୁରମ ଜୋନରେ ଅନଧିକୃତ ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବା ଅଭିଯୋଗରେ ନୀତିମଣ୍ଡଳୀ ଅବମାନନା ମାମଲାରେ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛନ୍ତି। ପ୍ରଧାନ ବିଚାରପତି ଆର. ମହାଦେବନ ଏବଂ ବିଚାରପତି ସୁନ୍ଦର ମୋହନଙ୍କ ନେତୃତ୍ୱାଧୀନ ପ୍ରଥମ ବେଞ୍ଚ ତାମିଲନାଡୁ ସରକାରଙ୍କୁ ଏହି ଜରିମାନା କମିଶନରଙ୍କ ଦରମାରୁ କାଟି ଆଦ୍ୟାର କ୍ୟାନ୍ସର ଇନଷ୍ଟିଚ୍ୟୁଟର ଖାତାରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ଚେନ୍ନାଇର ରୁକମାଙ୍ଗାଥାନ ନାମକ ଜଣେ ଓକିଲ ଗତ 2022 ମସିହା ଏପ୍ରିଲ ମାସରେ କମିଶନରଙ୍କ ଉପରେ ଏକ ଅଭିଯୋଗ ଦାୟର କରିଥିଲେ। ଯେଉଁଥିରେ କମିଶନର ଜଣଙ୍କୁ ରୋୟାପୁରମ ଅଞ୍ଚଳର ପଞ୍ଚମ ଜୋନରେ ଗଢି ଉଠଥିବା ଅବୌଧ ନିର୍ମାଣ ଗୁଡିକ ବିରୁଦ୍ଧରେ କୋର୍ଟ ଆଦେଶ ପର ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ନେଇ ଅଭିଯୋଗ ରହିଥିଲା। ଏହି ମାମଲାର ଶୁଣାଣି କରି ବେଞ୍ଚ କହିଛନ୍ତି ଯେ ଏଥିରେ ଶତପ୍ରତିଶତ କମିଶନରଙ୍କ ଭୁଲ ରହିଛି। ତେବେ କମିଶନର ନିଜ ସପକ୍ଷରେ ମତ୍ତ ରଖି କହିଥିଲେ ଯେ ଓକିଲଙ୍କ ଭୁଲ ହଲଫନାମା ଯୋଗୁଁ ସେ ଉକ୍ତ ଜୋନରେ କାର୍ଯ୍ୟାନୁଷ୍ଠାନ ନେଇପାରି ନଥିଲେ। 

ଏହାର ଜବାବରେ ବେଞ୍ଚ କହିଥିଲେ ଯେ  ଯଦି ତାଙ୍କ ଓକିଲମାନେ ଭୁଲ ହଲଫନାମା ଦାଖଲ କରିଥାନ୍ତି, କମିଶନର ଏହାକୁ ଠିକ କରିବା ପୂର୍ବରୁ ତାହାର ବିଷୟବସ୍ତୁ ଗୁଡିକୁ ସଠିକ ଭାବେ ପଢ଼ିବା ଉଚିତ୍ ଥିଲା। ବେଞ୍ଚ ଆହୁରି ମଧ୍ୟ କହିଛନ୍ତି ଯେ, “ଯଦି ସେ ତାହା ନ କରିଥାନ୍ତି, ତେବେ ସେ କମିଶନର ଭାବେ ଅଯୋଗ୍ୟ।” କୁମାରଗୁରୁବରଣଙ୍କୁ ଗୁରୁବାର ଦିନ ବ୍ୟକ୍ତିଗତ ଭାବେ ହାଜର ହେବାକୁ ବେଞ୍ଚ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଏହି ଘଟଣା ଅନଧିକୃତ ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଅଧିକାରୀମାନଙ୍କର ବିଫଳତା ଉପରେ ମଦ୍ରାସ ହାଇକୋର୍ଟର ଦୃଢ଼ ମନୋଭାବକୁ ପ୍ରତିଫଳିତ କରୁଛି। ଏହା ପୂର୍ବରୁ ଅନ୍ୟ ମାମଲାଗୁଡ଼ିକରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଇଛି। ଉଦାହରଣ ସ୍ୱରୂପ, ପୂର୍ବରୁ ହାଇକୋର୍ଟରେ ଗଠିତ ଆଉ ଏକ ବେଞ୍ଚ ତିରୁଚିରାପଲ୍ଲୀରେ ଏକ ଅନଧିକୃତ ଚାଉଳ ମିଲ୍ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ତାମିଲନାଡୁରେ  ଅନଧିକୃତ ନିର୍ମାଣକୁ ରୋକିବା ପାଇଁ ଅଧିକାରୀମାନଙ୍କୁ କଡ଼ା ନିରୀକ୍ଷଣ କରିବାକୁ କହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.