ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଫିଲ୍ମ ‘ଧୁରନ୍ଧର’ର ଫାର୍ଷ୍ଟ ଲୁକ୍‌ ଆଉଟ୍‌, ଲିଡ୍‌ ଲେଡି ଭାବରେ ନଜର ଆସିଲେ ସାରା ଅର୍ଜୁନ

Published By : Krishna Priya | July 9, 2025 1:16 PM

ନୂଆଦିଲ୍ଲୀ ୦୯/୦୭: ଗତ ରବିବାର ରିଲିଜ୍‌ ହୋଇଥିଲା ରଣବୀର ସିଂହଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଧୁରନ୍ଧର’ର ଫାର୍ଷ୍ଟ ଲୁକ୍‌ । ରଣବୀରଙ୍କ ୪୦ତମ ଜନ୍ମଦିନ ଅବସରରେ ନିର୍ମାତା ଫିଲ୍ମର ଫାର୍ଷ୍ଟ ଲୁକ୍‌ ଜାରି କରିଥିଲେ । ଏଥିରେ ସଞ୍ଜୟ ଦତ୍ତ, ଅକ୍ଷୟ ଖାନ୍ନା, ଅର୍ଜୁନ ରାମପାଲ ଓ ଆର୍‌ ମାଧବନ ଅଭିନୟ କରିଛନ୍ତି । ଫାର୍ଷ୍ଟ ଲୁକ୍‌ ଭିଡିଓରେ କିନ୍ତୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଫିଲ୍ମର ଫିମେଲ୍‌ ଲିଡ୍‌ ସାରା ଅର୍ଜୁନ । ଦୀର୍ଘ ବର୍ଷ ଧରି ଶିଶୁ କଳାକାର ଭାବେ ଲୋକପ୍ରିୟତା ଅର୍ଜନ କରିଥିବା ସାରା ‘ଧୁରନ୍ଧର’ ଜରିଆରେ ଫିମେଲ୍‌ ଲିଡ୍‌ ଭାବେ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି ।

୨୦୦୫ ମସିହାରେ ଜନ୍ମିତ ସାରା ଅଭିନେତା ରାଜ ଅର୍ଜୁନଙ୍କ ଝିଅ । ମାତ୍ର ୧ ବର୍ଷ ବୟସରେ ସେ ପ୍ରଥମ ଫିଲ୍ମରେ ନଜର ଆସିଥିଲେ । ଫିଲ୍ମରେ ନିଜ ମାତାପିତାଙ୍କ ସହିତ ଏକ ମଲ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା । ୨୦୧୧ ମସିହାର ଫିଲ୍ମ ‘ଡିଭା ଥିରୁମଗଲ’ରେ ସେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏଥିରେ ସେ ବିକ୍ରମଙ୍କ ଝିଅ ଭୂମିକା ନିର୍ବାହ କରିଥିଲେ । ତା’ପରେ ସେ ‘ଏକ୍‌ ଥୀ ଡାୟନ୍‌’, ‘ସୈବମ୍‌’ ଓ ‘ସାଣ୍ଢ୍‌ କି ଆଁଖ୍‌’ ଭଳି ଫିଲ୍ମରେ ନଜର ଆସିଲେ । 

୨୦୨୨ରେ ସାରା ସବୁଠୁ ହାଇ-ପ୍ରୋଫାଇଲ୍‌ ଫିଲ୍ମ ଚରିତ୍ରରେ ନଜର ଆସିଲେ । ମଣି ରତ୍ନମ୍‌ଙ୍କ ଐତିହାସିକ ନାଟକ ‘ପୋନିୟିନ୍‌ ସେଲ୍‌ଭନ’ର ୨ଟିଯାକ ଭାଗରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ପିଲାଦିନର ନନ୍ଦିନୀ ଚରିତ୍ର ନିର୍ବାହ କରିଥିଲେ । ବିଶ୍ୱସ୍ତରରେ ୮୦୦ କୋଟି କଲେକ୍ସନ୍‌ କରିଥିବା ଏହି ଫିଲ୍ମ ସାରାଙ୍କୁ ବଡ଼ ସଫଳତା ଆଣିଦେଲା । ଫିଲ୍ମର ସଫଳତା ପରେ ୨୦୨୨ରେ ସାରାଙ୍କ ନେଟ୍‌ ସମ୍ପତ୍ତି ୧୦ କୋଟି ହେଲା, ଯାହା ତାଙ୍କୁ ଭାରତର ସବୁଠୁ ଧନୀ ଶିଶୁ କଳାକାର ମାନ୍ୟତା ଦେଲା । ପୁରୁଷପ୍ରାଧାନ୍ୟ ଫିଲ୍ମ ‘ଧୁରନ୍ଧର’ରେ ସାରାଙ୍କ ଭୂମିକା ଅପେକ୍ଷାକୃତ ଛୋଟ, କିନ୍ତୁ ନିର୍ଦ୍ଦେଶକ ଆଦିତ୍ୟ ଧର ଏହା ମାଧ୍ୟମରେ ତାଙ୍କୁ ହିନ୍ଦୀ ଓ ତେଲୁଗୁ ସିନେମାର ଶିଶୁ କଳାକାରରୁ ଲିଡ୍‌ ଲେଡିର ଟ୍ୟାଗ୍‌ ଦେଇଛନ୍ତି । ଫିଲ୍ମର ଫାର୍ଷ୍ଟ ଲୁକ୍‌ରେ ସାରାଙ୍କର ୩ଟି ସିନ୍‌ ରହିଛି । 

 

 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.