ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଂଶୁରୀ ସ୍ୱରାଜଙ୍କ କଳା ବ୍ୟାଗ୍‌ରେ ଏମିତି କଣ ଲେଖା ଥିଲା ? ଯାହା ଉପରେ ଅଟକିଗଲା ନଜର

Published By : Ankita S | April 22, 2025 12:35 PM

ନୂଆଦିଲ୍ଲୀ,୨୨/୦୪: ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ବ୍ୟାଗକୁ ନେଇ ଚର୍ଚ୍ଚା ହୋଇଛି । ଆଜି ୱାନ୍ ନେସନ ୱାନ୍ ଇଲେକ୍ସନ ଜେପିସି ବୈଠକରେ ସାମିଲ ହେବାକୁ ସଂସଦରେ ପହଞ୍ଚିଥିଲେ ସାଂସଦ ବାଂଶୁରୀ ସ୍ୱରାଜ । ଏହି ସମୟରେ ସେ ପକାଇଥିବା କଳା ବ୍ୟାଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେଥିରେ ଏମିତି କିଛି ଲେଖା ଥିଲା ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜେପିସି ବୈଠକରେ ସାମିଲ ହେବାକୁ ସାଂସଦରେ ପହଞ୍ଚିଥିଲେ ସାଂସଦ ବାଂଶୁରୀ ସ୍ୱରାଜ । ଏହି ସମୟରେ ସେ ଏକ କଳା ରଙ୍ଗର ହ୍ୟାଣ୍ଡବ୍ୟାଗ୍‌ ପକାଇଥିଲେ । ଯେଉଁଥିରେ ଲାଲ ଅକ୍ଷରରେ ଲେଖାଥିଲା 'ନ୍ୟାସନାଲ ହେରାଲ୍ଡ କି ଲୁଟ' । ଯାହାର କନେକ୍ସନ ଗାନ୍ଧୀ ପରିବାର ସହିତ ରହିଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଷ୍ଟାଇଲରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବାଂଶୁରୀ । ପୂର୍ବରୁ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ପକାଇ ସଂସଦ ଆସିଥିଲେ ପ୍ରିୟଙ୍କା ଗାନ୍ଧୀ ।

ବ୍ୟାଗକୁ ନେଇ ଚର୍ଚ୍ଚା ହେବା ପରେ ବାଂଶୁରୀ କହିଛନ୍ତି, ପ୍ରଥମ ଥର ଏମିତି ହୋଇଛି ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ଅର୍ଥାତ ମିଡିଆକୁ ନେଇ ଦୁର୍ନୀତି ହୋଇଛି । ନିକଟରେ ଇଡ଼ି ଦାଖଲ କରିଥିବା ଚାର୍ଜସିଟରେ ଏହା ଏକ ଗମ୍ଭୀର ଉଦାହରଣର ପ୍ରମାଣ ଦେଇଛି କି, ଯେଉଁଠି କଂଗ୍ରେସର ପୁରୁଣା କାର୍ଯ୍ୟଶୈଳୀ ଓ ବିଚାରଧାରା ସାମ୍ନାକୁ ଆସିଛି । ସେ ସେବା ଆଳରେ ସାର୍ବଜନୀକ ସଂସ୍ଥାକୁ ବ୍ୟକ୍ତଗତ କାମ ପାଇଁ ବ୍ୟବହାର କରିଛନ୍ତି । ୨ ହଜାର କୋଟି ସମ୍ପତ୍ତିକୁ ମାତ୍ର ୫୦ଲକ୍ଷରେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ହଡପ କରିଥିଲା । ଗାନ୍ଧୀ ପରିବାର ଏହାର ୭୬ ପ୍ରତିଶତ ମାଲିକ । ଜନତା ଉତ୍ତର ମାଗୁଛନ୍ତି । ତେଣୁ ଏପ୍ରିଲ ୨୫ରେ କୋର୍ଟରେ କଂଗ୍ରେସ ଦଳକୁ ଓ ଶୀର୍ଷ ନେତାଙ୍କୁ ଜବାବ ଦେବାକୁ ପଡିବ ।

ଅଧିକ ପଢନ୍ତୁ...ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା,ବିଜେପିର ଦେଲା ଏଭଳି ପ୍ରତିକ୍ରିୟା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.