ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅନ୍ୟ କାହାର କଲ୍ ରେକର୍ଡିଂ କରୁଥିଲେ ସାବଧାନ ! ଏଥିପାଇଁ ତଣ୍ଡ ଗଣିବା ସହ ଯାଇପାରନ୍ତି ଜେଲ୍

Published By : Swapna Ray | April 23, 2025 8:11 PM

ନୂଆଦିଲ୍ଲୀ, ୨୩।୪: ପ୍ରତିଦିନ ଆମେ ପରସ୍ପରକୁ ଅନେକ କଲ୍ କରୁ ଓ କଲ୍ ରିସିଭ୍ କରୁ । ସାଧାରଣତଃ ଲୋକମାନେ କଲ୍ କରିବା ସମୟରେ ଅନେକ ଦିଗ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ସେମାନେ ଏହା ବିଷୟରେ ସଚେତନ ମଧ୍ୟ ନୁହଁନ୍ତି । ଅନେକ ଲୋକଙ୍କର ସମସ୍ତ କଲ୍ ରେକର୍ଡ କରିବାର ଅଭ୍ୟାସ ଥାଏ, ସେମାନେ ଅନ୍ୟ ବ୍ୟକ୍ତିଙ୍କ ଅନୁମତି ବିନା ତାଙ୍କ ଫୋନ କଲ୍ ରେକର୍ଡ କରନ୍ତି । ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି, ତେବେ ସତର୍କ ରୁହନ୍ତୁ, କାରଣ କଲ୍ ରେକର୍ଡିଂ କରୁଥିଲେ ଏଥିପାଇଁ ଆପଣଙ୍କୁ ଜେଲ୍ ବି ଯିବାକୁ ପଡ଼ିପାରେ । 

କିଛି ବର୍ଷ ପୂର୍ବେ, ସମସ୍ତ ଫୋନରେ କଲ୍ ରେକର୍ଡିଂ ବିକଳ୍ପ ଉପଲବ୍ଧ ଥିଲା, କିନ୍ତୁ ଏବେ ଏହାକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ କାହାର କଲ୍ ରେକର୍ଡ କଲେ ସେହି ବ୍ୟକ୍ତିବିଶେଷ କଲ୍ ରେକର୍ଡ ହେଉଛି ବୋଲି ଜାଣିପାରନ୍ତି । ଏହାର ଅର୍ଥ ହେଉଛି, କେହି ଗୁପ୍ତ ଭାବରେ କଲ୍ ରେକର୍ଡ କରିପାରିବେ ନାହିଁ । ଗୁଗୁଲ୍ ଷ୍ଟୋରରୁ ଏପରି ଅନେକ ଆପ୍ ମଧ୍ୟ ହଟାଇ ଦେଇଛି ଯାହା କଲ୍ ରେକର୍ଡିଂ ସୁବିଧା ପ୍ରଦାନ କରୁଥିଲା । 

କାହାର ସମ୍ମତି ବିନା ତାଙ୍କ କଲ୍ ରେକର୍ଡ କରିବା ତାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯାଏ । ଯଦି ଆପଣ କାହାର ସମ୍ମତି ବିନା କଲ୍ ରେକର୍ଡ କରିଛନ୍ତି, ତେବେ ସେ କୋର୍ଟକୁ ଯାଇ ଆପଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିପାରିବେ । ଏହା ପରେ, ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଆପଣଙ୍କୁ ଗିରଫ ମଧ୍ୟ କରାଯାଇପାରେ । କଲ୍ ରେକର୍ଡିଂ ବ୍ୟତୀତ, ଗୁପ୍ତରେ କାହାର ଫଟୋ ଉଠାଇବା କିମ୍ବା ଭିଡିଓ ତିଆରି କରିବା ମଧ୍ୟ ଏକ ଅପରାଧ । ଏଥିପାଇଁ ଜେଲ ଯିବାକୁ ପଡ଼ିପାରେ । ଏହା ଧାରା ୨୧ ଉଲ୍ଲଂଘନ, ଯଦି ଆପଣ ନିଜ ଫୋନରେ ଅନ୍ୟ କାହାର କଲ୍ ରେକର୍ଡ ସେଭ୍ କରି ରଖିଛନ୍ତି ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ । ଏହା କରିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

ଆଇନ କ’ଣ କୁହେ ?

ଯଦି ଆପଣ କାହାର ଅନୁମତି ବିନା ତାଙ୍କ ମୋବାଇଲ୍ କଲ୍ ରେକର୍ଡ କରନ୍ତି, ତେବେ ଆପଣଙ୍କ ବିରୁଦ୍ଧରେ ଆଇଟି ଆକ୍ଟ-୨୦୦୦ର ଧାରା ୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଆଇଟି ଆଇନ ଅନୁଯାୟୀ, କୌଣସି ତୃତୀୟ ପକ୍ଷ ବ୍ୟକ୍ତିଙ୍କ ଅନୁମତି କିମ୍ବା ଜ୍ଞାନ ବିନା କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍ ମାଧ୍ୟମରେ ତାଙ୍କ ସହ ଜଡ଼ିତ ସୂଚନା, ଡକ୍ୟୁମେଣ୍ଟ୍ ଇତ୍ୟାଦି ସାର୍ବଜନୀନ କରିବା ଧାରା ୭୨ର ଉଲ୍ଲଂଘନ ବୋଲି ବିବେଚନା କରାଯିବ । ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିର ଗୋପନୀୟତାର ଅଧିକାର ଅଛି । ଯଦି ଆପଣ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଆପଣଙ୍କୁ ୨ ବର୍ଷ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.