ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

୪୪ ଦେଶରେ ଚାଲିବ ମୁସଲିମ୍‌ ଶାସନ ! ସାମନାକୁ ଆସିଲା ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ

Published By : Prameya | April 17, 2025 10:47 PM

ନୂଆଦିଲ୍ଲୀ : ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କ ଠାରେ ଭବିଷ୍ୟତକୁ ଦେଖିବାର ଶକ୍ତି ଥାଏ। ବାବା ଭେଙ୍ଗା ଏମାନଙ୍କ ମଧ୍ୟରେ ଜଣେ । ତାଙ୍କର ଅନେକ ଭବିଷ୍ୟବାଣୀ ଅତୀତରେ ସଠିକ୍‌ ସାବ୍ୟସ୍ତ ହୋଇ ସାରିଛି। ବାବା ଭେଙ୍ଗାଙ୍କୁ ବାଲକନର ନୋଷ୍ଟ୍ରାଡାମସ୍‌ ମଧ୍ୟ କୁହାଯାଉ ଥିଲା। ସେ ଏକ ଏମିତି ମହିଳା ଥିଲେ, ଯିଏ ନିଜର ଆଖିରେ କିଛି ଦେଖି ପାରୁ ନଥିଲେ, ହେଲେ ଠିକ୍‌ ଭାବେ ଭବିଷ୍ୟତ କହି ପାରୁ ଥିଲେ। ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି ଯେ, ୟୁରୋପରେ ୨୦୪୩ ସୁଦ୍ଧା ବଡ଼ ପରିବର୍ତ୍ତନ ଆସିବ ଏବଂ ୟୁରୋପର ୪୪ଟି ଦେଶରେ ମୁସଲିମ୍‌ ଶାସନ ସ୍ଥାପିତ ହୋଇଯିବ। 

ଏହା ବ୍ୟତୀତ ଆଗାମୀ ସମୟରେ ବାବାଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଦୁନିଆର ଅନ୍ତ ୨୦୨୫ରୁ ଆରମ୍ଭ ହେବ। ହେଲେ ତାଙ୍କର ଏହା କହିବାର ହେଲା କି, ମାନବତା ୫୦୭୯ ଯାଏ ସଂପୂର୍ଣ୍ଣ ରୂପେ ଶେଷ ହେବ ନାହିଁ। ୟୁରୋପରେ ପୂର୍ବାନୁମାନିକ ସଂଘର୍ଷ ବ୍ୟତୀତ, ତାଙ୍କର ପୂର୍ବାନୁମାନ ଯେ, ୨୦୪୩ ସୁଦ୍ଧା ୟୁରୋପ ମୁସଲିମ୍‌ ଶାସନର ଅଧିନ ହୋଇଯିବ ଏବଂ ୨୦୭୬ ସୁଦ୍ଧା, ସାରା ଦୁନିଆରେ କମ୍ୟୁନିଷ୍ଟ ଶାସନ ପୁଣି ଫେରି ଆସିବ।

ଭେଙ୍ଗା ଏହି କଥା ଉପରେ ଜୋର ଦେଇ କହିଛନ୍ତି ଯେ, ଦୁନିଆ ଅନ୍ତତଃ ୫୦୭୯ରେ ଏକ ପ୍ରାକୃତିକ ଘଟଣାର କାରଣ ଶେଷ ହୋଇଯିବ। କହି ରଖୁଛି କି, ବାବା ଭେଙ୍ଗା ଦ୍ୱିତୀୟ ବିଶ୍ୱଯୁଦ୍ଧ , ସୋଭିଏତ୍‌ ୟୁନିୟନ, ଚେର୍ନାବିଲ୍‌ ଡିଜାଷ୍ଟର, ସୋଭିଏତ୍‌ ଲିଡର ଜୋଶେଫ୍‌ ଷ୍ଟାଲିନ୍‌ଙ୍କ ମୃତ୍ୟୁ , ୯/୧୧ ଆତଙ୍କୀ ହମଲା ସମେତ ଅନେକ ଘଟଣାର ସଠିକ୍‌ ଭବିଷ୍ୟବାଣୀ କରି ଥିଲେ। ଏହା ବ୍ୟତୀତ, ସେ ୨୦୦୪ରେ ଆସିଥିବା ସୁନାମୀ , ୧୯୮୫ରେ ଆସିଥିବା ଉତ୍ତରୀ ବୁଲଗେରିଆରେ ଭୂକମ୍ପ ବିଷୟରେ ମଧ୍ୟ ପୂର୍ବରୁ କହି ଦେଇ ଥିଲେ। 

ଅନ୍ୟପଟେ, ଜାପାନର ମହିଳା ରିୟୋ ତାତ୍ସୁକୀଙ୍କ ମଧ୍ୟ ଭବିଷ୍ୟବାଣୀ ଚର୍ଚ୍ଚାରେ ଅଛି। ସେ ଜୁଲାଇ ୨୦୨୫ ପାଇଁ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ଏଥିରେ କହିଛନ୍ତି ଯେ, ଜାପାନ ଓ ଏହାର ଆଖପାଖର ଦେଶରେ ଜୁଲାଇ ମାସରେ ବଡ଼ ବିପତ୍ତି ଆସି ପାରେ। ଏହା ଏକ ସୁନାମୀ ହେବ, ଯାହା ଜାପାନ ଓ ଆଖପାଖର ଅଞ୍ଚଳକୁ ନିଜ କବଳକୁ ନେଇଯିବ। ୨୦୧୧ରେ ଜାପାନରେ ଆସି ଥିବା ସୁନାମୀ ତୁଳନାରେ ଏହା ୩ଗୁଣା ବଡ଼ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.