ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କଲେ କଙ୍ଗନା, କହିଲେ-'ମୋଦି ମଣିଷ ନୁହେଁ ଅବତାର'

Published By : prameya | April 8, 2025 12:50 PM

ନୂଆଦିଲ୍ଲୀ,୦୮/୦୪: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସବୁବେଳେ ନିଜର ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି । ସବୁବେଳେ ଅଭିନେତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଥିବାର ଦେଖାଯାଏ। ହେଲେ ଏବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବତାର ବୋଲି ମଧ୍ୟ କହିଛନ୍ତି, ଯାହା ପରେ ସେ ପୁଣି ଥରେ ସୋସିଆଲ ମିଡିଆର  ଲାଇମଲାଇଟରେ ଆସିଛନ୍ତି। ସାଂସଦ କଙ୍ଗନା ରାଣାୱତ  ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କ ଯାତ୍ରା ବିଷୟରେ ମଧ୍ୟ କହିଛନ୍ତି।  ସେ କହିଛନ୍ତି ଯେ,  ଆମେ ଆଜି ଏହି ଦିନ ଦେଖିଛୁ, କାରଣ ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ ରାଜନୀତିକୁ ଭଲ ମନେ କରୁନଥିଲେ ଏବଂ ଭୋଟ ଦେବାକୁ ମଧ୍ୟ ଯାଉନଥିଲେ। କିନ୍ତୁ ବର୍ତ୍ତମାନ  ଚିନ୍ତାଧାରା ବଦଳି ଯାଇଛି। 

କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ,  ପ୍ରଧାନମନ୍ତ୍ରୀ ମୋଦି ଜଣେ ସାଧାରଣ ନାଗରିକ ନୁହଁନ୍ତି ବରଂ ଏକ ଅବତାର।  ୨୦୧୪ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଥିଲେ, କିନ୍ତୁ ସେ ସମୟ ସଂଘର୍ଷର ଥିଲା। ସେ ମୁସଲିମ ମହିଳାଙ୍କ ସ୍ୱାର୍ଥ ବିଷୟରେ ଚିନ୍ତା କରିଥିଲେ ଏବଂ ଧାରା ୩୭୦ ଲାଗୁ କରି, ତିନି ତଲାକ ନାମରେ ମୁସଲିମ ମହିଳାଙ୍କ ଶୋଷଣ ବିଷୟରେ ଚିନ୍ତା କରିଥିଲେ। ୨୦୧୪ ପର୍ଯ୍ୟନ୍ତ ଆମେ ଭୋଟ ଦେବାକୁ ମଧ୍ୟ ଯାଇ ନଥିଲୁ, ଯାହା ଲଜ୍ଜାର ବିଷୟ। ଆମେ ନେତାମାନଙ୍କୁ ଘୃଣା କରିବା ଆରମ୍ଭ କରିଥିଲୁ, କିନ୍ତୁ ଏବେ ଆମେ ନିଜେ ରାଜନୀତିରେ ପ୍ରବେଶ କରିଛୁ। ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୂପରେ ଆମ ପାଖରେ ଜଣେ ଭଲ ନେତା ଅଛନ୍ତି। ସେଥିପାଇଁ କୁହାଯାଏ ଯେ ମୋଦି ଜଣେ ସାଧାରଣ ଲୋକ ନୁହଁନ୍ତି।

ଏହା ମଧ୍ୟ ପଢନ୍ତୁ- ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର

ଅନ୍ୟପଟେ କଙ୍ଗନା ରାଣାୱତ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯେତେବେଳେ ମୋଦି ସରକାର କୌଣସି ଜନହିତକର କାମ କରିବାକୁ ଚେଷ୍ଟା କରନ୍ତି, କଂଗ୍ରେସ ନେତାମାନେ ବିରୋଧ କରନ୍ତି।  ୱାକଫ୍ ବୋର୍ଡ ପ୍ରସଙ୍ଗ ଉଠାଇ କଙ୍ଗନା କହିଛନ୍ତି ଯେ, ୱାକଫ୍ ବୋର୍ଡ ଭଳି ଆଇନରେ ସଂଶୋଧନ ଏକ ଐତିହାସିକ ନିଷ୍ପତ୍ତି କିନ୍ତୁ ବିରୋଧୀ ଦଳ ମଧ୍ୟ ଏହାକୁ ପସନ୍ଦ କରିନାହାଁନ୍ତି ଏବଂ ସେମାନେ ଏହାର ପ୍ରତିବାଦ କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.