ଭିଟାମିନ୍-ଡି ଆମ ଶରୀର ପାଇଁ ଏକ ଜରୁରୀ ତତ୍ତ୍ବ ଅଟେ। ଏହି ଭିଟାମିନ ସାହାଯ୍ୟରେ ହାଡ଼ ଓ ଚର୍ମକୁ ପୋଷଣ ମିଳିଥାଏ । କିନ୍ତୁ ଏହି ଭିଟାମିନ୍-ଡିର ମାତ୍ରା ଶରୀରରେ କମ୍ ଥାଏ। ଭାରତରେ ଭିଟାମିନ୍ ବି-୧୨ ପରେ ଯଦି କୌଣିସି ତତ୍ତ୍ବର ଅଭାବ ଦେଖାଦେଇଥାଏ, ତେବେ ଏହା ଭିଟାମିନ୍-ଡି। ତେବେ ଦିଲ୍ଲୀ ସମେତ ପୂରା ଦେଶରେ ଏହି ଭିଟାମିନର ଅଭାବ ଦେଖାଦେଇଥାଏ।
ଯାହାକୁ ଆଖି ଆଗରେ ରଖି କାଉଂନ୍ସିଲ ଫର୍ ଇଣ୍ଟରନ୍ୟାଶନାଲ ଇକୋନମିକ ରେଲେଶନ ନିଜର ଏକ ରିପୋର୍ଟ ଜାରି କରି କହିଛି ଯେ, ଏହା କିପରି ଦେଶର ଲୋକଙ୍କ ପାଇଁ ଏକ ଗମ୍ଭୀର ସମସ୍ୟା ହେବାକୁ ଯାଉଛି। ଏହି ସମସ୍ୟାରୁ ଆଶ୍ବସ୍ତି ପାଇବା ପାଇଁ ଦିଲ୍ଲୀର ସରକାରୀ ଡ଼ାକ୍ତରଖାନାରେ ଭିଟାମିନ୍-ଡିର ଅଭାବ ଅଛି କି ନାହିଁ ଜାଣିବା ପାଇଁ ଏହାର ଯାଞ୍ଚ କିଭଳ ଫ୍ରିରେ ହୋଇପାରିବ, ଏନେଇ ଯୋଜନା ପ୍ରସ୍ତୁତି ହେଉଛି। ଗତକାଲି ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ପଙ୍କଜ ସିଂଙ୍କ ସହିତ ଆଇସିଆରଇଆର ର ପ୍ରତିନିଧିତ୍ବ କରୁଥିବା ମନ୍ତ୍ରୀ ମଣ୍ଡଳ ସାକ୍ଷାତ କରି ରିପୋର୍ଟ ଉପସ୍ଥାପନା କରିଥିଲେ । ରିପୋର୍ଟରେ କୁହାଯାଇଛି ଯେ, ଭିଟାମିନ-ଡିର ଅଭାବ ଏକ ଗମ୍ଭୀର ସମସ୍ୟା ଅଟେ । ଯାହା ଆଗକୁ ବଡ଼ ବିପଦ ଆଣିପାରେ ।
ଏହି ମହାମାରୀ ଦେଶର ପୂର୍ବ ରାଜ୍ୟରେ ଅଧିକ ଦେଖିବାକୁ ମିଳିଛି। ଯାହାକୁ ନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସରକାରୀ ସ୍କୁଲ, ହସ୍ପିଟାଲ ଓ ସ୍ବାସ୍ଥ୍ୟ କେନ୍ଦ୍ରରେ ଯଥାଶୀଘ୍ର ମାଗଣା ଯାଞ୍ଚ କରିବାର ସୁବିଧା ପ୍ରଦାନ କରାଯିବା ନେଇ କହିଛନ୍ତି । ସେ କହିଛନ୍ତି ଯେ, ସରକାର ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବେଶ ଚିନ୍ତାରେ । ଭିଟାମିନ-ଡିର ଅଭାବ ଯୋଗୁଁ ହାଡ଼ ଦୁର୍ବଳ ହେବା ସହ ଅଷ୍ଟିଓପୋରେସିସ ଓ ରିକେଟସ୍ର ସମସ୍ୟା ବଢିଥାଏ। ହାର୍ଟ ସମ୍ବନ୍ଧୀୟ ସମସ୍ୟା, ଡାଇବେଟିସ ଓ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ବଢିଥାଏ। ସେହିପରି ମାନସିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଭିଟାମିନ-ଡିର ଅଭାବ ଯୋଗୁଁ କ୍ୟାନସର ମଧ୍ୟ ହୋଇପାରେ ।