ପ୍ରମୂଖ ଖବର
  • ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫଳ, ସୂଚନା ଦେଲେ ବୋର୍ଡ ସଭାପତି
  • ||
  • ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼, ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ
  • ||
  • ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ଅଘଟଣ, ଜଳିଗଲା ତୀର୍ଥଯାତ୍ରୀ ବସ୍
  • ||
  • IPL 2025 : ରାତିରେ ସୁପରକିଙ୍ଗ୍‌ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମୁକାବିଲା
  • ||
  • ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଭାରତୀୟ ରେଲୱେର ଚମତ୍କାର ଇଞ୍ଜିନିୟରିଂ, ୧୯ରେ ଚେନାବ ବ୍ରିଜ୍‌କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
  • ||
  • ବାରାଣସୀରେ ଚାଞ୍ଚଲ୍ୟ: ଛାତ୍ରୀଙ୍କୁ ୭ ଦିନରେ ବନ୍ଧୁଙ୍କ ସହ ୨୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ୬ ଗିରଫ
  • ||
  • ବୋଝ ଉପରେ ନଳିତା ବିଡ଼ା: ଆଜିଠୁ ଏଲ୍‌ପିଜି ପାଇଁ ଅଧିକ ୫୦ ଟଙ୍କା ଗଣିବେ ଖାଉଟି
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବା ସମ୍ଭାବନା,୧୭ ଯାଏ ସ୍ୱଳ୍ପ ବର୍ଷା
  • ||

ଅଟୋ ଡ୍ରାଇଭରରୁ ହେଲେ ରୋଲ୍ସ ରୟସର ମାଲିକ ! ବେଙ୍ଗାଲୁରୁର ସତ୍ୟା ଶଙ୍କରଙ୍କର ସଂଘର୍ଷ କାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya | April 5, 2025 7:34 PM

ନୂଆଦିଲ୍ଲୀ : କୁହାଯାଏ କି , ଯେଉଁ ପରି ସ୍ୱପ୍ନ ଦେଖିବା ପାଇଁ ନିଦର ଆବଶ୍ୟକ ହୋଇଥାଏ, ସେହିପରି ସ୍ୱପ୍ନ ପୂରା କରିବା ପାଇଁ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ସହ ଧୈର୍ଯ୍ୟର ମଧ୍ୟ ଆବଶ୍ୟକ ରହିଛି। ବେଙ୍ଗାଲୁରୁର ସତ୍ୟା ଶଙ୍କରଙ୍କର କାହାଣୀ ମଧ୍ୟ ସେହିପରି, ସ୍ୱପ୍ନ , ସାହସ, ପରିଶ୍ରମ ଓ ନିଷ୍ଠା ଭଳି ସକାରାତ୍ମକ କଥାକୁ ନେଇ ହୋଇଛି ,ଯେଉଁଠି ସେ ଜଣେ ଅଟୋ ରିକ୍ସା ଡ୍ରାଇଭରରୁ ବିଶ୍ୱର ସବୁଠୁ ଲଗଜରୀ କାର ମଧ୍ୟରେ ଗୋଟିଏ ରୋଲ୍ସ ରୟସ୍‌ ଫ୍ୟାଣ୍ଟମ୍‌ର ମାଲିକ ହୋଇଛନ୍ତି । ଏହା ପଛରେ ରହିଛି ଏକ ଲମ୍ୱା ସଂଘର୍ଷପୂର୍ଣ୍ଣ ଯାତ୍ରା।

କାହାଣୀ ଆରମ୍ଭ ହୋଇଥାଏ ୧୯୮୦ର ଦଶକରୁ, ଯେବେ ସତ୍ୟା ଶଙ୍କର ବେଙ୍ଗାଲୁରୁର ସଡ଼କରେ ଅଟୋ ଚଲାଇବା ସମୟରେ ଦେଖୁ ଥିଲେ ଅନେକ ପ୍ରକାରର ସ୍ୱପ୍ନ । ଏହି ସହରରେ ନିଜର ପରିଚୟ ସୃଷ୍ଟି କରିବା ସହ ଜୀବନରେ ଆଗକୁ ଆଗେଇବାକୁ ସ୍ୱପ୍ନ ସଜାଡୁ ଥିଲେ। କ୍ରମେ ସମୟ ବଦଳିଗଲା , ସେ ଅଟୋ ପାଇଁ ଲୋନ୍‌ ଶୁଝିବା ପାଇଁ ଅଟୋ ବିକ୍ରି କରି ନିଜ ପାଇଁ ଆମ୍ୱାସାଡାର କାର୍‌ କିଣିଲେ। ପରେ , ସେ ଆଗେଇଲେ ଏବଂ ଅଟୋମୋଟିଭ୍‌ ଗ୍ୟାରେଜ୍‌ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ ଏବଂ ଟାୟାର ସେଲିଂ ଆରମ୍ଭ କଲେ। କିନ୍ତୁ ଭାଗ୍ୟ ବୋଧେ ତାଙ୍କ ପାଇଁ ଆଉ କିଛି ସାଇଥି ଥିଲା। ୨୦୦୨ ମସିହାରେ , ସେ ଏସଜି କର୍ପୋରେଟ୍ସ ଏନଏଏସ ସହ ଏକ କମ୍ପାନୀ ତିଆରି କଲେ। ବିନ୍ଦୁ , ଜିରା , ମସାଲା ସୋଡା ସମେତ ଆହୁରି ଅନେକ ଜିନିଷ ବିକ୍ରି କଲେ। ଭାଗ୍ୟ ତାଙ୍କୁ ସହଯୋଗ କଲା ଏବଂ ଗତ ୨୩ ବର୍ଷରେ ସେ ଖୁବ୍‌ ଆଗେଇ ଗଲେ। 

ଆଜି ସତ୍ୟା ଶଙ୍କରଙ୍କ ପାଖରେ ସବୁକିଛି ଅଛି ଏବଂ ଏହାସହ ଅଛି ରୋଲ୍ସ ରୟସ୍‌ ଫ୍ୟାଣ୍ଟମ ( Rolls Royce Phantom VIII) ଭାବେ ଏକ ଏମିତି କାର, ଯାହାକୁ ଦେଶ ଦୁନିଆର ଅଧିକାଂଶ ଲୋକ ସ୍ୱପ୍ନରେ ବି ଭାବି ପାରନ୍ତି ନାହିଁ। ସତ୍ୟା ଶଙ୍କରଙ୍କ ନୂଆ ରୋଲ୍ସ ରୟସ ଫ୍ୟାଟମ୍‌ର ଦାମ୍‌ ୧୧ କୋଟି ଟଙ୍କାରୁ ଅଧିକ ଅଛି ଏବଂ ଏଥିରେ ବିଶେଷ ଭାବେ ସତ୍ୟା ଶଙ୍କରଙ୍କ ପାଇଁ ତିଆରି ଲେଖା ଅଛି। ଏହି ଲଗଜରୀ ସେଡାନକୁ ଭାରତରେ ୨୦୧୮ ମସିହାରେ ଲଞ୍ଚ କରାଯାଇ ଥିଲା। ଏହାର ଲମ୍ୱ ୫.୭ ମିଟର ଏବଂ ଏଥିରେ ୩.୭ ମିଟରର ହ୍ୱିଲବେସ୍‌ ଦିଆଯାଇଛି।

ଆପଣଙ୍କୁ କହି ରଖୁଛି କି, ରୋଲ୍ସ ରୟସ ଫ୍ୟାଣ୍ଟସ ୮କୁ ଅଲ୍‌ ନ୍ୟୁ ଆଲ୍ୟୁମିନିୟମ ସ୍ପେସଫ୍ରେମ୍‌ ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି। ଯେଉଁପରି ଏହାର ଏକ୍ସଟିରିୟର ଖୁବ୍‌ ଜବରଦସ୍ତ ଅଛି, ସେହିପରି ଇଣ୍ଟିରିୟର ଖୁବ୍‌ ଆକର୍ଷଣୀୟ ଅଛି। ପରେ ଅନ୍ୟ ଫିଚର୍ସ ତ ଏମିତି ସବୁ ଅଛି ଯେ, ଲୋକଙ୍କ ହୋସ୍‌ ଉଡ଼ିଯିବ। ଏଥିରେ ୬.୭୫ ଲିଟରର ଟ୍ୱିନ୍‌ ଟର୍ବୋଚାର୍ଜଡ୍‌ ଭି -୧୨ ଇଞ୍ଜିନ ଦିଆ ଯାଇଛି। ଯାହାକି ହର୍ସପାୱାର ଓ ୯୦୦ ନ୍ୟୁଟନ ମିଟରର ପିକ୍‌ ଟର୍କ ଜେନେରେଟ୍‌ କରିଥାଏ। ଏହି ଲଗଜରୀ ସେଡାନରେ ୮ଟି ସ୍ପିଡ୍‌ ଅଟୋମେଟିକ୍‌ ଗିୟରବକ୍ସ ଦିଆ ଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.