ପ୍ରମୂଖ ଖବର
  • ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫଳ, ସୂଚନା ଦେଲେ ବୋର୍ଡ ସଭାପତି
  • ||
  • ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼, ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ
  • ||
  • ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ଅଘଟଣ, ଜଳିଗଲା ତୀର୍ଥଯାତ୍ରୀ ବସ୍
  • ||
  • IPL 2025 : ରାତିରେ ସୁପରକିଙ୍ଗ୍‌ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମୁକାବିଲା
  • ||
  • ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଭାରତୀୟ ରେଲୱେର ଚମତ୍କାର ଇଞ୍ଜିନିୟରିଂ, ୧୯ରେ ଚେନାବ ବ୍ରିଜ୍‌କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
  • ||
  • ବାରାଣସୀରେ ଚାଞ୍ଚଲ୍ୟ: ଛାତ୍ରୀଙ୍କୁ ୭ ଦିନରେ ବନ୍ଧୁଙ୍କ ସହ ୨୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ୬ ଗିରଫ
  • ||
  • ବୋଝ ଉପରେ ନଳିତା ବିଡ଼ା: ଆଜିଠୁ ଏଲ୍‌ପିଜି ପାଇଁ ଅଧିକ ୫୦ ଟଙ୍କା ଗଣିବେ ଖାଉଟି
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବା ସମ୍ଭାବନା,୧୭ ଯାଏ ସ୍ୱଳ୍ପ ବର୍ଷା
  • ||

ଡ଼ରାଇଲା ଏକ ନୂଆ ଭବିଷ୍ୟବାଣୀ, ଏହି ଦେଶରେ ଜୁଲାଇରେ ଦେଖିବାକୁ ମିଳିବ ବଡ଼ ସୁନାମୀ !

Published By : Prameya | April 5, 2025 10:12 PM

ଟୋକିଓ : ସାରା ବିଶ୍ୱରେ ଅନେକ ଲୋକ ଅଛନ୍ତି ଯିଏକି ନିଜର ଭବିଷ୍ୟବାଣୀ ପାଇଁ ଖୁବ୍‌ ପ୍ରସିଦ୍ଧ ହୋଇଛନ୍ତି। ବାବା ଭେଙ୍ଗାଙ୍କ ଭଳି ନୋଷ୍ଟ୍ରାଡୋମସ ଏହି ତାଲିକାରେ ସାମିଲ ଅଛନ୍ତି। ଉଭୟଙ୍କର ଅନେକ ଭବିଷ୍ୟବାଣୀ ସଠିକ୍‌ ହୋଇ ସାରିଛି। ଏବେ ଏହିପରି ଆଉ ଏକ ନାଁ ସାମନାକୁ ଆସିଛି, ଯିଏ ନିଜର ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ମହିଳାଙ୍କ ନାଁ ରିୟୋ ତାତ୍ସୁକୀ। ସେ ପ୍ରଥମେ କମିକ୍ସ ତିଆରି କରିବା ପାଇଁ ଜଣାଶୁଣା ଥିଲେ , କିନ୍ତୁ ଏବେ ନିଜର ଭବିଷ୍ୟବାଣୀରେ ଖୁବ୍‌ ଚର୍ଚ୍ଚିତ ପାଲଟି ଯାଇଛନ୍ତି। 

‘ଟାଇମ୍ସ ଅଫ୍‌ ଇଣ୍ଡିଆ’ ଅନୁସାରେ , ରିୟୋ ତାତ୍ସୁକୀ ଅନେକ ଦଶକରୁ ଭବିଷ୍ୟବାଣୀ କରି ଆସୁଛନ୍ତି। ତାଙ୍କୁ ୧୯୮୦ର ଦଶକରୁ ସାରାବିଶ୍ୱରେ ହେବାକୁ ଥିବା ବିପତ୍ତିର ସ୍ୱପ୍ନାଦେଶ ହେଉଛି। ଏହାପରେ ସେ ଏକ ଡ୍ରିମ୍‌ ଡାଏରୀ ଲେଖିଛନ୍ତି ଏବଂ ୧୯୯୯ରେ ଦ ଫ୍ୟୁଚର ଆଇ ସ  ନାମକ ଏକ ମାଙ୍ଗା ମଧ୍ୟ ପ୍ରକାଶିତ କରିଛନ୍ତି। 

ଜୁଲାଇ ୨୦୨୫ ପାଇଁ ରିୟୋ ତାତ୍ସୁକୀ ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ଏଥିରେ କୁହାଯାଇଛି କି, ଜାପାନ ଓ ଏହାର ଆଖପାଖର ଦେଶ ଗୁଡ଼ିକରେ ଏକ ବଡ଼ ବିପତ୍ତି ଆସିପାରେ। ଏହା ଏକ ବଡ଼ ସୁନାମୀ ହେବ, ଯେଉଁଥିରୁ ଜାପାନ ଓ ଏହାର ନିକଟର ଦେଶ ପ୍ରଭାବିତ ହେବେ। ସେ କହିଛନ୍ତି ଯେ , ୨୦୧୧ରେ ଆସିଥିବା ସୁନାମୀ ଠାରୁ ମଧ୍ୟ ଏହା ୩ଗୁଣା ବଡ଼ ହୋଇ ପାରେ। ଯଦି ଏମିତି ହୁଏ ତ ଅନେକ ଲୋକଙ୍କ ଜୀବନ ଯାଇପାରେ। ଜାପାନ ବ୍ୟତୀତ ଫିଲିପାଇନ୍ସ , ଇଣ୍ଡୋନେସିଆ , ତାଇୱାନ ଭଳି ଦେଶ ଉପରେ ପ୍ରଭାବ ପଡ଼ି ପାରେ। 

ତାତ୍ସୁକୀ ଯେଉଁ କଥା ଅତୀତରେ ନିଜ ଡାଏରୀରେ ଲେଖିଛନ୍ତି, ଏଥିରୁ ଅନେକ ସଠିକ୍‌ ହୋଇ ସାରିଛି। ଏଥିପାଇଁ ଲୋକେ ତାଙ୍କର ସଦ୍ୟ ଚେତାବନୀକୁ ଖୁବ୍‌ ଗୁରୁତର ସହ ନେଉଛନ୍ତି। ସର୍ବ ପ୍ରଥମେ ୧୯୯୧ରେ ତାଙ୍କର ଏକ ଭବିଷ୍ୟବାଣୀ ସତ ହୋଇଥିଲା। ସେ କହିଥିଲେ ଯେ, ତାଙ୍କୁ ସିଙ୍ଗର ଫ୍ରେଡି ମର୍କରୀଙ୍କର ସ୍ୱପ୍ନ ଆସିଥିଲା। ଏହାର କିଛି ଦିନ ପରେ ସିଙ୍ଗରଙ୍କର ମୃତ୍ୟୁ ହୋଇ ଯାଇ ଥିଲା। 

ଖାଲି ଏତିକି ନୁହେଁ, ୧୯୯୫ରେ ମଧ୍ୟ ତାଙ୍କର ଏକ ଭବିଷ୍ୟବାଣୀ ସତ ହୋଇଥିଲା। ଏହି ସମୟରେ ସେ କହିଥିଲେ ଯେ, ଜାପାନାର କୋବେରେ ଭୂକମ୍ପ ଆସିବ। ଏହା ଖୁବ୍ ଭୟଙ୍କର ହେବ। କିଛି ସମୟ ପରେ ହିଁ ଭୂକମ୍ପ ଆସିଲା ଏବଂ ୬ହଜାର ଲୋକଙ୍କ ଜୀବନ ଚାଲି ଗଲା। ସେପଟେ ୨୦୧୧ରେ ମଧ୍ୟ ସେ ଭବିଷ୍ୟବାଣୀ କରିଥିଲେ ଯେ, ଏକ ବହୁତ ବଡ଼ ବିପଦ ଆସିବାକୁ ଯାଉଛି। କିଛି ସମୟ ପରେ ଜାପାନର ତୋହୋକୁର ୯ରୁ ଅଧିକ ତୀବ୍ରତାର ଭୂକମ୍ପ ଓ ସୁନାମୀ ଆସିଲା , ଯେଉଁଥିରେ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଚାଲିଗଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.