ମୁମ୍ବାଇ ୦୭/୦୪: ସୋସିଆଲ୍ ମିଡିଆ ଷ୍ଟାର ଓ ଡ୍ୟାନ୍ସର ଧନଶ୍ରୀ ବର୍ମା ରିଆଲିଟି ଶୋ’ରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କୁ ଅନେକଗୁଡି଼ଏ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ଲଗାତର ଅଫର ଆସୁଛି । ସେଥିମଧ୍ୟରୁ କିଛି ପ୍ରଡକ୍ସନ୍ ହାଉସ୍ ସହିତ ସେ ଆଲୋଚନା ଜାରି ରଖିଛନ୍ତି । କିନ୍ତୁ ଅଦ୍ୟାବଧି କୌଣସି ଶୋ’ ଲାଗି ହଁ ଭରିନାହାନ୍ତି ।
ସୂତ୍ର ମୁତାବକ, ଧନଶ୍ରୀ ‘ଖତରୋଁ କେ ଖିଲାଡି’ ଭଳି ଶାରୀରିକ ଟାସ୍କଭିତ୍ତିକ ଶୋ’କୁ ନେଇ ଉତ୍ସାହିତ ଅଛନ୍ତି । ତାଙ୍କୁ ବିଗ୍ ବସ୍ ହାଉସ୍ ପକ୍ଷରୁ ବି ଅଫର୍ ମିଳିଛି । ଧନଶ୍ରୀ କିନ୍ତୁ ସେଥିନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଯଦି ସେ ବିଗ୍ବସ୍କୁ ଆସନ୍ତି ତେବେ ନିଜର ବ୍ୟକ୍ତିଗତ ଜୀବନ ବିଶେଷକରି କ୍ରିକେଟର ଯୁଝବେନ୍ଦ୍ର ଚହଲଙ୍କୁ ବିବାହ ଓ ଛାଡ଼ପତ୍ର ନେଇ ଖୋଲାଖୋଲି ଭାବେ କହିବାକୁ ଶୋ’ର ଟିମ୍ ଚାହୁଁଛି । ଏହି ସର୍ତ୍ତ ଧନଶ୍ରୀଙ୍କୁ ଅଡୁଆରେ ପକାଇଛି । ଏପରିସ୍ଥଳେ ସେ ‘ଖତ୍ରୋଁ କେ ଖିଲାଡି’କୁ ବାଛିପାରନ୍ତି ବୋଲି ତାଙ୍କ ସହ ଘନିଷ୍ଠ ବ୍ୟକ୍ତି ପ୍ରକାଶ କରିଛନ୍ତି ।
ପୂର୍ବରୁ ଧନଶ୍ରୀ ୨୦୨୩ରେ ‘ଝଲକ ଦିଖଲାଜା-୧୧’ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । ସେତେବେଳେ ପୂର୍ବତନ ସ୍ୱାମୀ ଚହଲ ତାଙ୍କୁ ସମର୍ଥନ କରିବାକୁ ଥରେ ଶୋ’କୁ ମଧ୍ୟ ଆସିଥିଲେ । ୨୦୨୦ରେ ଦମ୍ପତିଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ତେବେ ଗତ ମାର୍ଚ୍ଚରେ ଉଭୟଙ୍କର ଛାଡ଼ପତ୍ର ହୋଇଛି ।