ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

‘ଇଣ୍ଡିଆନ୍‌ ଆଇଡଲ୍‌-୧୫’ ବିଜେତା ମାନସୀ ଘୋଷ, ଟ୍ରଫି ସହ ମିଳିଲା ୨୫ ଲକ୍ଷ ଟଙ୍କା, କାର୍‌

Published By : Prameya | April 7, 2025 8:12 AM

ମୁମ୍ବାଇ ୦୭/୦୪: ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଇଣ୍ଡିଆନ୍‌ ଆଇଡଲ୍‌-୧୫’ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି । କୋଲକାତାର ମାନସୀ ଘୋଷ ଏହି ସିରିଜର ବିଜେତା ଘୋଷିତ ହୋଇଛନ୍ତି । ନିଜ ଯାଦୁକରୀ କଣ୍ଠରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିଣିଛନ୍ତି । ପୁରସ୍କାର ସ୍ୱରୂପ ତାଙ୍କୁ ଟ୍ରଫି ସମେତ ୨୫ ଲକ୍ଷ ଟଙ୍କା ମିଳିଛି । ଏଥିସହିତ ତାଙ୍କୁ ଏକ କାର୍‌ ଉପହାର ବି ମିଳିଛି ।

‘ଇଣ୍ଡିଆନ୍‌ ଆଇଡଲ୍‌’ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମାନସୀ ଘୋଷଙ୍କୁ ଶୁଭେଚ୍ଛା ଦିଆଯାଇଛି । ଏଥିରେ ଲେଖାଯାଇଛି ଯେ ଇଣ୍ଡିଆନ ଆଇଡଲ୍‌ ସିଜନ ୧୫ ଜିତିଥିବାରୁ ମାନସୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ବିଜୟ ମୁକୁଟ ପିନ୍ଧିବାକୁ ସେ ହକ୍‌ଦାର ଥିଲେ । ତାଙ୍କର ପ୍ରତ୍ୟେକ ସଙ୍ଗୀତ ପରିବେଷଣ ଅଭୁଲା ରହିବ । 




ତେବେ ଏହି ସିଜନରେ ଶ୍ରେୟା ଘୋଷାଲ, ବିଶାଲ ଡଡଲାନି ଓ ବାଦଶାହ ଜଜ୍‌ ରହିଥିଲେ । ଗ୍ରାଣ୍ଡ ଫିନାଲେକୁ ମାନସୀଙ୍କ ସମେତ ଶୁଭଜିତ ଚକ୍ରବର୍ତ୍ତୀ, ଚୈତନ୍ୟ ଦେୱଧେ(ମୌଲୀ), ପ୍ରିୟାଂଶୁ ଦତ୍ତା ଓ ସ୍ନେହା ଶଙ୍କର ଉପନୀତ ହୋଇଥିଲେ । ଟପ୍‌ ୩ ଫାଇନାଲିଷ୍ଟ ହୋଇଥିଲେ ମାନସୀ, ଶୁଭଜିତ ଓ ସ୍ନେହା । ମଞ୍ଚରେ ସମସ୍ତଙ୍କ ଗୀତ ଦର୍ଶକଙ୍କୁ ପସନ୍ଦ ଆସିଥିଲା । କିନ୍ତୁ ମାନସୀ ତାଙ୍କର ଚମତ୍କାର ସ୍ୱର ଓ ତାଳରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । କୋଟି କୋଟି ଲୋକଙ୍କ ହୃଦୟ ଜିଣିଥିଲେ । ୨୪ ବର୍ଷୀୟା ମାନସୀଙ୍କ ଘର କୋଲକାତାରେ । ସ୍ନେହା ଶଙ୍କର ଦ୍ୱିତୀୟ ରନର-ଅପ୍‌ ହୋଇ ୫ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି । ଗ୍ରାଣ୍ଡ ଫିନାଲେରେ ମିକା ସିଂହ ଓ ରବୀନା ଟଣ୍ଡନ ଅତିଥି ଭାବେ ମଞ୍ଚାସୀନ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.