ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ବିଜେପି ପ୍ରତିଷ୍ଠା ଦିବସ, ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ମଣ୍ଡଳସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ

Published By : Prameya | April 6, 2025 9:44 AM

ଭୁବନେଶ୍ୱର, ୦୬/୦୪: ଆଜି ପ୍ରତିଷ୍ଠା ଦିବସ ପାଳିବ ବିଜେପି । ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ମଣ୍ଡଳସ୍ତରରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ହେବ । ବୁଥ୍‌ସ୍ତରରେ ଟିଫିନ୍‌ ବୈଠକଠାରୁ ନେଇ  ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ ପାଇଁ  ଦଳ ଲକ୍ଷ୍ୟ ରଖିଛି ।  ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯିବ । 

ରାମନବମୀ ଥିବାରୁ ବିଭିନ୍ନ  ଜିଲ୍ଲାରେ ୭ ତାରିଖରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ ।  ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀମାନେ ନିଜ ଘର  ଆଗରେ ଦଳ ପତାକା ଉଡ଼ାଇବେ । ଏହାକୁ ‘ବିଜେପି ଫର୍‌  ବିକଶିତ ଭାରତ’ ହ୍ୟାସଟ୍ୟାଗ ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯିବ ।  କାର୍ଯ୍ୟକର୍ତ୍ତା ନିଜ ଘରେ ଦଳୀୟ ପତାକା  ଉଡ଼ାଇବେ । ବୁଥ୍‌ସ୍ତରରେ ଟିଫିନ୍‌ ବୈଠକ  ହେବ । ପ୍ରତି ବୁଥ୍‌ରୁ ୨୦୦ ପ୍ରାଥମିକ  ସଦସ୍ୟ ସାମିଲ ହେବେ ବୋଲି ରାଜ୍ୟ  ସଭାପତି ମନମୋହନ ସାମଲ କହିଛନ୍ତି ।  ଆମ୍ବେଦକର ଜୟନ୍ତୀ ଯାଏ ଜନସମ୍ପର୍କ  କାର୍ଯ୍ୟକ୍ରମ ହେବ । କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ଦଳର  ଆଦର୍ଶ ପ୍ରଚାର କରିବେ । ୧୧ରେ ପୁରୀ ସ୍ୱାମୀ ନାରାୟଣ ମନ୍ଦିରରେ ବିଧାୟକ, ସାଂସଦଙ୍କ ପ୍ରଶିକ୍ଷଣ ଶିବିର ହେବ ।  ଜେପି ନଡ୍ଡା ଶିବିର ଉଦ୍‌ଘାଟନ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.