ପ୍ରମୂଖ ଖବର
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ବିଦ୍ୟୁତ ଆଲୁଅରୁ ବଞ୍ଚିତ ବାଢାଯୋଡି ଅଞ୍ଚଳବାସୀ, ଅନ୍ଧକାରରେ ରହୁଛନ୍ତି ଅନେକ ଗାଁ

Published By : Harapriya Sethi | April 7, 2025 2:09 PM

ଫିରିଙ୍ଗିଆ,୦୭/୦୪: ସ୍ୱାଧୀନତା ବହୁତ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜିବି ଅନ୍ଧକାର ଭିତରେ ରହି ଆସୁଛନ୍ତି ଅପହଞ୍ଚ ଇଲାକାର ଜନସାଧାରଣ । ବିଦ୍ୟୁତ ଆଲୁଅ ଦେଖିବା ଏକ ଅଞ୍ଚଳବାସୀଙ୍କ ପାଇଁଁ ସପ୍ନ । ଡିବିରି ଆଲୁଅରେ ବିତୁଛି ଦିନ ଗୋଟିଏ ଦିନ ନୁହେଁ ମାସ ମାସ ବର୍ଷ ବର୍ଷ । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଅଞ୍ଚଳର ବିକାଶ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରି ଅଞ୍ଚଳ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରନ୍ତି ସତ, କିନ୍ତୁ ଆଜିବି ବିଦ୍ୟୁତ ଆଲୁଅରୁ ବଞ୍ଚିତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ଅନ୍ତର୍ଗତ ବାଢାଯୋଡିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ଅନ୍ତର୍ଗତ ବାଢାଯୋଡିରେ ୨୦ ଉର୍ଦ୍ଧ୍ୱ ଘର ରହିଥିବା ବେଳେ ମାଦାପାଙ୍ଗା ୭ ରୁ ଉର୍ଦ୍ଧ୍ୱ ପରିବାର ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୁଅରୁ ବଞ୍ଚିତ । ବାରମ୍ବାର ବିଦ୍ୟୁତ ଆଲୁଅ ସଂଯୋଗ ପାଇଁ ଦାବି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ସମେତ ସ୍ଥାନୀୟ ସରପଞ୍ଚ ରଶ୍ମିତା କହଁର ଅଭିଯୋଗ କରିଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ, ଏହିଭଳି ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇ ନଥିବା ଯୋଗୁଁ ଅନ୍ଧକାର ରାତିରେ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ କ୍ୟାଣ୍ଡେଲ କିମ୍ବା ଡିବିରି ଆଲୁଅ ହିଁ ସାହା ଭରଷା ।

ଅନ୍ୟ ପଟେ ଏହିଭଳି ଭୂଙ୍ଗିଯୋଡି ପଞ୍ଚାୟତ ଗାଜୁରିଘାଟି ଗାଁଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଜଙ୍ଗଲ ଘେରା ଗାଁ କୁଜିକେତା ସାହିରେ ୪ ପରିବାର ରହି ଆସୁଛନ୍ତି । ୨୫ ରୁ ଉର୍ଦ୍ଧ୍ୱ ପରିବାର ପାଇଁ ଡିବିରି ଆଲୁଅ ହିଁ ଏକମାତ୍ର ଭରଷା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ, ଏହି ସ୍ଥାନରେ ରହୁଥିବା ଲୋକ କେବେ ପାଇ ପାରିବେ ବିଦ୍ୟୁତ ଆଲୁଅ । କେବେ ଶୁଣିବ ପ୍ରଶାସନ ତାହା ଦେଖିବା ବାକି ରହିଛି । ଏଠାକାର ଛୋଟ ଛୋଟ କୋମଳ ଶିଶୁ ମାନଙ୍କ ପାଇଁ ପାଠ ପଢିବା କଷ୍ଟ କର ଥିବା ବେଳେ ରାତ୍ରି ଏବଂ ସନ୍ଧ୍ୟା ସମୟରେ ଘର ବାହାରକୁ ଆସିବା ପାଇଁ ଏଠାକାର ଲୋକ ଭୟ କରୁଛନ୍ତି । ଏଠାକାର ଜନସାଧାରଣ ବାରମ୍ବାର ବିଦ୍ୟୁତ ଆଲୁଅ ପାଇଁ ଦାବିପତ୍ର ଦେଇଛନ୍ତି ସତ କିନ୍ତୁ କୌଣସି ପଦକ୍ଷେପ ନେଉନାହାଁନ୍ତି ସରକାର । ନାଳ ପାରି ହୋଇ ଗ୍ରାମବାସୀ ଯାଉଛନ୍ତି । ବର୍ଷା ହେଲେ ଯିବା ଆସିବା ବନ୍ଦ ହୋଇଯାଉଛି । 

ଆଜିର ଦିନରେ ଗାଁ ଗାଁରେ ଘରେ ଘରେ ବିଦ୍ୟୁତ ଆଲୁଅ ରହିଛି କିନ୍ତୁ ଭୂଙ୍ଗିଯୋଡି ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଜଙ୍ଗଲ ମଝିରେ ଥିବା ପାହାଡିଆ ଛୋଟ ଗାଁଟି ଅତି ସୁନ୍ଦର । ହେଲେ ସ୍ୱପ୍ନ ବାକି ରହିଛି, ବିଦ୍ୟୁତ ଆଲୁଅ ଅପେକ୍ଷାରେ ଚାହିଁ ବସିଛନ୍ତି ଅଞ୍ଚଳର ନିରିହ ଗରିବ ପରିବାର । ତେଣୁ ଏଠିକାର ଅଞ୍ଚଳବାସୀ ଗୋପିନାଥ କହଁର, କିଙ୍ଗା କହଁର, ଲସିବନ କହଁର, ନନ୍ଦି କହଁର, ବିଦ୍ୟୁତ ଆଲୁଅ ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ ସହ ଅନୁରୋଧ କରିଛନ୍ତି । ବାଢାଯୋଡି ଗାଁର ଜନସାଧାରଣ ବାରମ୍ବାର ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଅଧିକାରୀଙ୍କୁ ଦାବି କରିଥିଲେ ମଧ୍ୟ କୌଣସି କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଞ୍ଚଳ ନିରିହ ଜନସାଧାରଣ ଅଭିଯୋଗ କରିଛନ୍ତି । 

ତେବେ ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ଜୟଦେବ ସାହୁଙ୍କୁ ପଚାରିବାରୁ ମୋ ପାଖରେ ସଠିକ୍ ଖବର ନାହିଁ ବୋଲି ସେ କହିଥିଲେ । ଉଚିତ୍ ତଦନ୍ତ କରି ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ। କେତେ ବର୍ଷ ପରେ ବାଢାଯୋଡି, ମାଦାପାଙ୍ଗା, କୁଜିକେତା ବାସୀ ବିଦ୍ୟୁତ ଆଲୁଅ ପାଇ ପାରିବେ ତାହା ଦେଖିବାକୁ ବାକି ରହିଛି । ତେଣୁ ପ୍ରଶାସନ ଅପହଞ୍ଚ ଇଲାକାରେ ରହି ଆସୁଥିବା ଅଞ୍ଚଳବାସୀଙ୍କ ପାଇଁ ବିଦ୍ୟୁତ ଆଲୁଅ ଯୋଗାଇ ଦେବା ପାଇଁ ବାଢାଯୋଡି ଗ୍ରାମବାସୀ ୱାଡମେମ୍ବର ଗବ୍ରି ଦିଗାଲ, କାଳିଦାସ କହଁର, ଦଶନାମ କହଁର, ରଘୁନାଥ କହଁର, ଚକ୍ରଧର କହଁର, ତ୍ରିଲୋଚନ କହଁର, ତୁମ୍ବେଶ୍ଵର କହଁର,ଲବ କହଁର, କୁଶ କହଁର, ମାଳତୀ କହଁର ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.