ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଅବ୍ୟବସ୍ଥାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଫିରିଙ୍ଗିଆ, କୋଟି କୋଟି ଟଙ୍କାର ଉନ୍ନତ ମାନର ମେସିନ ଖତ ଖାଉଛି

Published By : Gurupada Nath | June 15, 2025 9:03 PM

ଫିରିଙ୍ଗିଆ, ୧୪/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହୁ ଅବ୍ୟବସ୍ଥାରେ ଚାଲିଛି । ବାହାରେ ଦେଖିଲେ ଚାକଚକ୍ୟ ଦେଖାଯାଉଥିବା ମେଡିକାଲ ଭିତରେ କିନ୍ତୁ ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି l ଜିଲ୍ଲାର ଦ୍ୱତୀୟ ବୃହତମ ବ୍ଲକ ତଥା ୨୪ଟି ପଞ୍ଚାୟତ ବିଶିଷ୍ଟ ବ୍ଲକର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୈନିକ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଉପଯୁକ୍ତ ଚିକିତ୍ସା ସେବାରୁ ବଞ୍ଚିତ ହୋଇ ଜିଲ୍ଲା ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି l ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ଭାବେ ଡାକ୍ତରମାନଙ୍କ ରହିବା ପାଇଁ ଠିକ୍ ଭାବରେ ସରକାରୀ ଘର ନ ଥିବାବେଳେ ଚାକଚକ୍ୟ ଦେଖାଯାଉଥିବା ମେଡିକାଲର ବାହାର ଅତି ସୁନ୍ଦର ଭାବେ ଫୁଲ ଗଛ ସହ ପାର୍କ ଭଳି ସଜା ଯାଇଛି କିନ୍ତୁ ମେଡିକାଲରେ ରୋଗୀଙ୍କ ପାଇଁ କୌଣସି ସୁବିଧା ଉପଲବ୍ଧ ହୋଇ ପାରୁନାହିଁ l 

ଦୀର୍ଘ ବର୍ଷରୁ ମେଡ଼ିକାଲକୁ ଉର୍ନ୍ନତ ମାନର ଏକ୍ସରେ ମେସିନଠାରୁ ଆରମ୍ଭ କରି ରକ୍ତ ପରୀକ୍ଷା ହେଉ କି ରୋଗ ନିଦାନ ମେସିନ ଭଳି ବିଭିନ୍ନ ମେସିନ ରୋଗୀଙ୍କ ସୁବିଧା ପାଇଁ ରଖାଯାଇଛି । ଯାହାକି କାମରେ ନ ଲାଗି ଏବେ କିଛି ମେସିନ ପରିତ୍ୟକ୍ତ କୋଠା ଘରେ ପଡ଼ି ରହିଛି l ବର୍ତ୍ତମାନ ଉର୍ନ୍ନତ ମାନର ବ୍ୟୟ ବହୁଳ ଏକ୍ସରେ ମେସିନ ଆଣି ରଖାଯାଇଥଲେ ମଧ୍ୟ ତାହା ଚାଲୁନଥିବାରୁ ଦାୟିତ୍ୱରେ ଥିବା ଏକ୍ସରେ ଟେକନିସିଆନ କିଛି କାମ ନ କରି ଦରମା ନେଉଥିବାବେଳେ ରୋଗୀ ଜିଲ୍ଲା ଚିକିତ୍ସାଳୟ କିମ୍ବା ବାହାରେ ଏକ୍ସରେ କରି ଖର୍ଚ୍ଚ କରି ନହିନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l କେବଳ ବାହାରେ ସଜେଇ ଚିକଣ କରି ଏକାଧିକ ଥର ଜିଲାରେ ପ୍ରଥମ ସ୍ଥାନ ପାଇଛି କିନ୍ତୁ ଚିକିତ୍ସା କ୍ଷେତ୍ରରେ ସାଧାରଣ ଲୋକେ ସେବା ପାଇବାରୁ ବଞ୍ଚିତ ହେଉଥିବାବେଳେ ସାଧାରଣ ଭାବେ ଜ୍ୱର କିମ୍ବା ଖଣ୍ଡିଆ ହେଲେବି ଜିଲ୍ଲା ଚିକିତ୍ସାଳୟ ଉପରେ ନିର୍ଭର କରି ଖର୍ଚ୍ଚାନ୍ତରେ ପଡୁଛନ୍ତି ରୋଗୀ ଓ ସମ୍ପର୍କୀୟ ମାନେ l

ଡାକ୍ତର ଅଛନ୍ତି କିନ୍ତୁ ଆବଶ୍ୟକ ଅନୁସାରେ ଦାୟିତ୍ୱ ତୁଲାଉନଥିବାବେଳେ ଜଣେ ଜଣେ ମାତ୍ର ବର୍ହି ବିଭାଗରେ ବସୁଥିବାରୁ ଅଧିକାଂଶ ସମୟ ପ୍ରବଳ ଗହଳି ପରିଲକ୍ଷିତ ହେଉଛି ଯାହାଦ୍ୱାରା ରୋଗୀ ଚିକିତ୍ସା ନପାଇ ଫେରୁଥିବା ଭଳି ଅଭିଯୋଗ ହେଉଛି l ଏହି ପରିସ୍ଥିତିରେ ଫିରିଙ୍ଗିଆ ମେଡିକାଲର ଏକ୍ସରେ ମେସିନ ଓ ଚିକିତ୍ସା ସେବା ପାଇଁ ଲାଗିଥିବା ମେସିନ ପାଇଁ ଟେକନିସିଆନ ନିଯୁକ୍ତି ଦେବା ସହ ତୁରନ୍ତ ସମସ୍ତ ମେସିନ କାର୍ଯ୍ୟକ୍ଷମ କରି ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି l ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ସମସ୍ତ ବ୍ୟବସ୍ଥା କରା ନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କିଛି ରାଜନେତା ଓ ଅଞ୍ଚଳ ବାସୀ ତେବେ ଏହି ଘଟଣା କୁ ନେଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରବୋଧ ପ୍ରଧାନଙ୍କୁ ପଚାରିବାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେସିନ ଅଛି କିନ୍ତୁ ଜେନେରେଟର କି ଇନଭୋଟର ନଥିବାରୁ ଭୋଲ୍ଟେଜ ଅଭାବରୁ ତାହା ଚାଲି ପାରୁନାହିଁ ଏବଂ ଲେଖିକରି ଦେଇଛନ୍ତି ସିଡି ଓ ମ୍ କୁ ଅଧିକାଂଶ ମେସିନ ଥାଇ ମଧ୍ୟ ଟେକନିସିଆନ ନ ଥିବାରୁ ତାହା ଚାଲି ପାରୁନାହିଁ ଯାହାଦ୍ୱାରା ବାଧ୍ୟ ହୋଇ ରୋଗୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଉଥିବା କଥା କହିଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.