ଗୁଡଭେଲା୨୧l୫ : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ତୁଷୁରା ଖଇରଗୁଡ଼ା ରାସ୍ତାରେ ଚଢାଉ କରି ଗୋଟିଏ ଚାରି ଚକିଆ ଗାଡିରୁ ୩୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ରାଧାରାଣୀ ପଡାର ଉମାକାନ୍ତ ସେଠ ଓ କଂସାରି ପଡାର ରତନ ସିଂ।
ପ୍ରକାଶ ଯେ,ତୁଷୁରା ଅବକାରୀ ବିଭାଗ ଖଇରଗୁଡା ରାସ୍ତା ଦେଇ ଏକ କାରରେ ବ୍ୟାପକ ଭାବେ ଗଞେଇ ଚାଲଣ ହେଉଥିବା ଖବର ପାଇଥିଲା। ସେଥିପାଇଁ ପୂର୍ବରୁ ହିଁ ଛକି ବସିଥିଲା ଏବଂ କାରକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡି ଡିକିରେ ବିପୁଳ ପରିମାଣରେ ଗଞେଇ ଭର୍ତି ଥିବା ଦେଖିବାକୁ ପାଇଥିଲା। ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଉକ୍ତ କାରକୁ ଜବତ କରିବା ସହ ଗଂଜେଇକୁ ଜବତ କରିଥିଲା। ଗଞେଇର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ତେବେ ଏନେଇ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଜାମିନ ନାମଞୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଚଢାଉରେ ଏଏସ ଆଇ ପୃଥିବୀରାଜ କୁଅଁର, କନଷ୍ଟେବଳ ବିଭୁତି ଭୁଷଣ ଭୋଇ, ଭୋଜରାଜ ବଢେଇ, ସୋନେଲି ପ୍ରଧାନ ଆଦି ସାମିଲ ଥିଲେ।