ଜହ୍ନ।ପଙ୍କ୨୧/୫: ବୌଦ୍ଧ ବ୍ଲକ ଗ୍ରାମ ସାଥୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକ୍ ସଂଘ ସଭାନେତ୍ରୀ ମହିମାବତୀ ଭୋଇଙ୍କ ନେତୃତ୍ବରେ କର୍ମକର୍ତ୍ତା ମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି କି, ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ଗ୍ରାମରେ ଗ୍ରାମସାଥୀ ମାନଙ୍କୁ ମନରେଗା କାର୍ଯ୍ୟରେ ନଲଗାଇ ବେଆଇନ୍ ଭାବେ ବିଭିନ୍ନ ମେଟ କାର୍ଯ୍ୟରେ ଲଗାଯାଉଛି। ସେହିପରି ବୌଦ୍ଧ ବ୍ଲକ କାର୍ଯ୍ୟାଳୟର ମନରେଗା ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନେ ଗ୍ରାମ ସାଥୀ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ଦର୍ଶାଇଛନ୍ତି । ବେଆଇନ ନିଯୁକ୍ତି ପାଇଥିବା ମେଟ ମାନଙ୍କୁ ବହିସ୍କାର ଓ ମନରେଗା ବିଭାଗରେ କାମ କରି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା କର୍ମଚାରୀ ମାନଙ୍କୁ ୭ ଦିନ ମଧ୍ୟରେ ବଦଳି କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।