ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ନିର୍ବାଚନ ପୂର୍ବରୁ ବିହାରର ମହିଳାମାନଙ୍କୁ କଂଗ୍ରେସର ପ୍ରଥମ ଗ୍ୟାରେଣ୍ଟି, ମାସିକ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି

Published By : Tapas Panda | May 21, 2025 5:50 PM

Image Courtesy: indiatv

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମହିଳାମାନଙ୍କ ପାଇଁ ଏକ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି। ପ୍ରଥମ ଗ୍ୟାରେଣ୍ଟି ଘୋଷଣା କରି କଂଗ୍ରେସ ନେତାମାନେ କହିଛନ୍ତି ଯେ, ଯଦି ମହାମେଣ୍ଟ ସରକାର ଗଠନ ହୁଏ, ତେବେ ମହିଳାମାନେ ପ୍ରତି ମାସରେ ୨୫୦୦ ଟଙ୍କା ପାଇବେ। ବିହାର କଂଗ୍ରେସ ସଭାପତି ରାଜେଶ କୁମାର ବୁଧବାର କହିଛନ୍ତି ଯେ, ଆମେ ମହିଳାଙ୍କ ଆର୍ଥିକ ସଫଳତା ପାଇଁ ପ୍ରସ୍ତୁତ । ଆମେ ରାଜ୍ୟର ମହିଳାମାନଙ୍କ ପାଇଁ ପ୍ରତି ମାସରେ ୨୫୦୦ ଟଙ୍କାର ଗ୍ୟାରେଣ୍ଟି ଘୋଷଣା କରୁଛୁ। ଏହି ଯୋଜନାର ନାମ 'ମାଇ ବହୀନ ମାନ ଯୋଜନା' ହେବ।

ରାଜେଶ କୁମାର କହିଛନ୍ତି ଯେ, କଂଗ୍ରେସ କ୍ଷମତାରେ ଥିବା ରାଜ୍ୟଗୁଡ଼ିକରେ ଏପରି ଯୋଜନା ପୂର୍ବରୁ ଚାଲିଛି। ଏପରି ଯୋଜନା ପ୍ରଥମେ କର୍ଣ୍ଣାଟକରେ ଆରମ୍ଭ ହୋଇଥିଲା ।  ହିମାଚଳ ପ୍ରଦେଶ ଏବଂ ଝାଡ଼ଖଣ୍ଡରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ବିଜେପି ବିହାରର ଜନସାଧାରଣଙ୍କୁ ସମାନ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ସେମାନଙ୍କର ସରକାର ଗଠନ ହେବା ପରେ, ସେମାନେ ଏହାକୁ କାର୍ଯ୍ୟକାରୀ କରିବାକୁ ମନା କରିଦେଲେ ବୋଲି ରାଜେଶ କୁମାର ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ ଯାହା କହେ ତାହା କରେ । କର୍ଣ୍ଣାଟକ, ହିମାଚଳ ଏବଂ ଝାଡ଼ଖଣ୍ଡରେ ତାହା ଦେଖିପାରିବେ । ଆମେ ମହିଳା ସଶକ୍ତିକରଣ ପାଇଁ ନିରନ୍ତର କାମ କରୁଛୁ ବୋଲି ସେ କହିଛନ୍ତି । 

ଅନ୍ୟପଟେ ବିହାରର ମହିଳାମାନଙ୍କ ପାଇଁ ପ୍ରଥମ ଗ୍ୟାରେଣ୍ଟି ଘୋଷଣାକୁ ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମହିଳା କଂଗ୍ରେସ ଅଧ୍ୟକ୍ଷ ଅଳକା ଲାମ୍ବା । ସେ କହିଛନ୍ତି, ଏହି ଯୋଜନାର ନାଁ ‘'ମାଇ ବହୀନ ମାନ ଯୋଜନା' ଏବଂ ଏହି ଯୋଜନା ଆଧାରରେ ପ୍ରତି ମହିଳାଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ମିଳିବ । 

ଏହା ପୂର୍ବରୁ ଡିସେମ୍ବର ୨୦୨୪ ରେ ଆରଜେଡି ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଘୋଷଣା କରିଥିଲେ ଯେ, ଯଦି ୨୦୨୫ରେ ମହାମେଣ୍ଟ ସରକାର ଗଠନ ହୁଏ, ତେବେ ମାଇ ବହୀନ ମାନ ଯୋଜନା ମାଧ୍ୟମରେ ମହିଳାଙ୍କୁ ପ୍ରତିମାସ ୨୫୦୦ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।  ତେଜସ୍ୱୀ କହିଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ମହିଳାମାନେ ସଶକ୍ତ ହେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.