ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଭାରତରେ ଏହି ରାଜ୍ୟଗୁଡ଼ିକରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ, ଜାଣନ୍ତୁ କେତେ ରହିଛି ଆକ୍ଟିଭ କେସ୍ ?

Published By : Prameya | May 21, 2025 7:37 PM

ନୂଆଦିଲ୍ଲୀ,୨୧।୫:  ପୁଣି ଥରେ ଭାରତରେ କୋଭିଡ-୧୯ ମାମଲା ବୃଦ୍ଧି ପାଇବାରେ ଲାଗିଛି, କିଛି ରାଜ୍ୟରେ ଏହାର ଗ୍ରାଫ୍ ବୃଦ୍ଧି ପାଇଛି। ହଂକଂ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଚୀନ୍ ସମେତ ଏସୀୟ ଦେଶ ଏବଂ ସହରଗୁଡ଼ିକରେ ସଂକ୍ରମଣ ମାମଲା ବଢିବା ପରେ ଭାରତରେ ରି-ଏଣ୍ଟ୍ରି ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ସର୍ବାଧିକ ସକ୍ରିୟ ମାମଲା ରିପୋର୍ଟ ହୋଇଛି। ଉଲ୍ଲେଖନୀୟ ଯେ, ସାରା ଦେଶରେ ମୋଟ ୨୫୭ ଟି ସକ୍ରିୟ ମାମଲା ଅଛି। ତଥାପି, କେରଳରେ ସର୍ବାଧିକ ୯୫ ଟି ସକ୍ରିୟ ମାମଲା ରହିଛି। '

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟ ପାଇଁ ମୃତ୍ୟୁ ସଂଖ୍ୟା ଏବେ ବି ଗଣନା କରାଯାଉଛି। ଏହି ସମୟରେ, ମହାରାଷ୍ଟ୍ରରେ ୫୬ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ସେଭଳି ତାମିଲନାଡୁରେ ୬୬ ଜଣ ରିପୋର୍ଟ ପଜିଟିଭ ଆସିଛି। ଏହା ବ୍ୟତୀତ, ପୁଡୁଚେରୀ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ସିକିମ୍, ହରିୟାଣା, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ମଧ୍ୟ କୋଭିଡ୍ ସଂକ୍ରମଣ  ଦେଖିବାକୁ ମିଳିଛି। ତଥାପି, ସଂକ୍ରମଣ ମାଇଲ୍ଡ ରହିଛି, କୌଣସି ମୃତ୍ୟୁ  ନେଇ ରିପୋର୍ଟ ହୋଇନାହିଁ। ମେ ୧୨ ପରଠାରୁ, ଭାରତରେ ୧୬୪ ଟି ନୂତନ କୋଭିଡ୍ ମାମଲା ଜଣାପଡିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ପୂର୍ବରୁ କୌଣସି ରୋଗ ଥିବା ଲୋକଙ୍କୁ ମାସ୍କ ପିନ୍ଧିବା ଭଳି ପ୍ରତିଷେଧକ ବ୍ୟବସ୍ଥା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ଏସିଆରେ କୋଭିଡ୍-୧୯ ମାମଲା ବୃଦ୍ଧିର କାରଣ ହେଉଛି JN.1 ଭାରିଆଣ୍ଟ। ଏହା  ଓମିକ୍ରନର  ସବ ଭାରିଆଣ୍ଟ।  ଏହା ୩୦ ଥର ମ୍ୟୁଟେସନ୍ ନେଇସାରିଛି। ତେବେ ଏହାର ଅର୍ଥ ନୁହେଁ ଯେ, ଏହା ଅଧିକ ବିପଦଜନକ। କିନ୍ତୁ ଏହା ଆମର ଇମ୍ୟୁନୁ ସିଷ୍ଟମଠାରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛି।  JN.1 ରେ ମ୍ୟୁଟେସନ୍ କାରଣରୁ ଭାଇରସ୍‌ର ପୃଷ୍ଠରେ ଥିବା ସ୍ପାଇକ୍ ପ୍ରୋଟିନ୍‌ରେ ହେଉଛି, ଏହା ଆମ ଶରୀରର କୋଷିକାକୁ ଚାଲି ଯାଇଥାଏ। ଏହାଦ୍ବାରା ଆମର ରୋଗପ୍ରତିରୋଧକ କ୍ଷମତା ପାଇଁ ସମସ୍ୟା ସୃଷ୍ଟି ହୁଏ ଓ ଭାଇରସ୍ ସହରରେ ବ୍ୟାପିବାରେ ସାହାଯ୍ୟ ମିଳିଥାଏ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.