ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଟଙ୍କା ପକାଇବାର ବେଗ କରିବ ଧିମା ଆରବିଆଇ , ୬ ମାସରେ ପକାଇ ସାରିଛି ୮.୫୭ ଲକ୍ଷ କୋଟି

Published By : Prameya | May 21, 2025 8:09 PM

ନୂଆଦିଲ୍ଲୀ,୨୧।୫: ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଟଙ୍କା ପକାଇବାର ଗତି ଧିମା କରିପାରେ। ଗତ ୬ ମାସରେ ଆରବିଆଇ ପ୍ରାୟ ୮.୫୭ ଲକ୍ଷ କୋଟି (ପ୍ରାୟ ୧୦୦ ବିଲିୟନ ଡଲାର) ଟଙ୍କା  ଲିକ୍ବିଡିଟି ସିଷ୍ଟମରେ ପକାଇଛି। ଏବେ ଏକ୍ସପର୍ଟଙ୍କ ମତରେ ସରକାରଙ୍କୁ ମିଳୁଥିବା ଦୁଇଟି ବଡ଼ ସରପ୍ଲସ୍ ଟ୍ରାନ୍ସଫର ପରେ ଆରବିଆଇ ପକ୍ଷରୁ ନଗଦ ପକାଇବାର ଦରକାର ପଡିବନି।

ଆରବିଆଇ ଏହି ସୋମବାର ନିଜର ଶେଷ ଧାର୍ଯ୍ୟ ଓପନ ମାର୍କେଟ ବଣ୍ଡ କିଣିବା କାର୍ଯ୍ୟକ୍ରମ (ଓଏମ୍‌ଓ) ପୁରା କରିଛି। ଏହାପରେ କୌଣସି ନୂଆ ଓଏମ୍ଓ ଘୋଷଣା କରାଯାଇ ନାହିଁ। ବିଶେଷଜ୍ଞଙ୍କ ମତରେ ସରକାରଙ୍କୁ ମିଳୁଥିବା ଡିବିଡେଡ୍‌ ଓ ପରେ ସେହି ଟଙ୍କାରେ ହେଉଥିବା ଖର୍ଚ୍ଚ ନିଜେ ହିଁ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ନଗଦ ଆଣିଦେବ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଆରବିଆଇ ଏଥର ସରକାରଙ୍କୁ ୨.୫ଲକ୍ଷ କୋଟିରୁ ୩ ଲକ୍ଷ କୋଟି ପର୍ଯ୍ୟନ୍ତ ସରପ୍ଲସ୍ ଟ୍ରାନ୍ସଫର କରିପାରେ। ସେଭଳି Citi ବିଶେଷଜ୍ଞଙ୍କ ଅନୁମାନ ଯେ,ଏହି ଅର୍ଥ ୩.୫ ଲକ୍ଷ କୋଟିରୁ ୪ ଲକ୍ଷ କୋଟି ପର୍ଯ୍ୟନ୍ତ ହୋଇପାରେ। ଏହି ସରପ୍ଲସ୍ ଟ୍ରାନ୍ସଫର ଚଳିତ ମାସ ଶେଷ ପୂର୍ବରୁ ଘୋଷିତ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ସିଷ୍ଟମରେ ଲିକ୍ବିଡିଟି ବୃଦ୍ଧି ପାଇବ। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। କାରଣ ଆରବିଆଇ ବର୍ତ୍ତମାନ ଲିକ୍ବିଡିଟି ବୃଦ୍ଧି କରିବନି। ସରକାରଙ୍କୁ ଅଧିକ ସରପ୍ଲସ୍ ମିଳିବା ଦ୍ବାରା ବଜେଟ୍ ଖର୍ଚ୍ଚ ବଢିଯିବ, ଯାହାଫଳରେ ଇନଫ୍ରାଷ୍ଟ୍ରକଚର ଓ ସାମାଜିକ ଯୋଜନାକୁ ବଳ ମିଳିପାରିବ। ନିବେଶକଙ୍କୁ ଏବେ ସୁଧ ହାର ଓ ବଣ୍ଡ ୟିଲ୍ଡରେ ସ୍ଥିରତା ଦେଖିବାକୁ ମିଳିପାରେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.