ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଭାରତରେ ବଢ଼ୁଛି ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା, ସବୁଠୁ ଆଗରେ ଇଣ୍ଡିଗୋ

Published By : Tapas Panda | May 21, 2025 9:06 PM

ନୂଆଦିଲ୍ଲୀ: ଭାରତରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଦେଶରେ ମଧ୍ୟବିତ୍ତ ବର୍ଗ ବୃଦ୍ଧି ପାଉଥିବାରୁ, ବିମାନ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏପ୍ରିଲ ମାସରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି । ଭାରତୀୟ ବିମାନ ସେବା କମ୍ପାନୀଗୁଡ଼ିକ ଏପ୍ରିଲ ମାସରେ ଘରୋଇ ରୁଟରେ ୮.୪୫ ପ୍ରତିଶତ ଅଧିକ ବିମାନ ସେବା ପ୍ରଦାନ କରିଛନ୍ତି । ଏହି ସମୟ ମଧ୍ୟରେ ଏହି ବିମାନ କମ୍ପାନୀଗୁଡ଼ିକ ପ୍ରାୟ ଦେଢ଼ କୋଟି ଯାତ୍ରୀଙ୍କୁ ବିମାନ ସେବା ଯୋଗାଇଛନ୍ତି । 

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)ର ସଦ୍ୟତମ ତଥ୍ୟ ଅନୁଯାୟୀ, ଘରୋଇ ବିମାନ ଯାତାୟାତରେ ଇଣ୍ଡିଗୋର ସର୍ବାଧିକ ୬୪.୧ ପ୍ରତିଶତ ଅଂଶ ରହିଛି । ଏହା ପରେ ଏୟାର ଇଣ୍ଡିଆ ଗ୍ରୁପ୍ (୨୭.୨ ପ୍ରତିଶତ), ଆକାଶ ଏୟାର (୫ ପ୍ରତିଶତ) ଏବଂ ସ୍ପାଇସଜେଟ୍ (୨.୬ ପ୍ରତିଶତ) ରହିଛି । ଡିଜିସିଏ ଏହାର ମାସିକ ରିପୋର୍ଟରେ କହିଛି, ‘ଜାନୁଆରୀ-ଏପ୍ରିଲ, ୨୦୨୫ ମଧ୍ୟରେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ୫ କୋଟି ୭୫ ଲକ୍ଷ ୧୩ ହାଜର ଯାତ୍ରୀଙ୍କୁ ସେବା ଦେଇଛନ୍ତି ।

ଗତ ବର୍ଷ ସମାନ ସମୟ ମଧ୍ୟରେ ଏହି ସଂଖ୍ୟା ୫ କୋଟି ୨୩ ଲକ୍ଷ ୪୬ ହଜାର ଥିଲା । ବାର୍ଷିକ ଆଧାରରେ ୯.୮୭ ପ୍ରତିଶତ ଏବଂ ମାସିକ ଆଧାରରେ ୮.୪୫  ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। ଏପ୍ରିଲ ମାସରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୧ କୋଟି ୪୩ ଲକ୍ଷ ୧୬ ହଜାର ୧୪୩.୧୬ ଲକ୍ଷ ଥିଲା । ଗତବର୍ଷ ସମାନ ସମୟରେ ଯାତ୍ରୀଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ଥିଲା । 

ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର 'ଅନ ଟାଇମ୍‌ ପରଫର୍ମାନ୍ସ’ (OTP) ଆଧାରରେ ଚାରୋଟି ବିମାନବନ୍ଦର - ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ମୁମ୍ବାଇକୁ ମୂଲ୍ୟାଙ୍କନ କରାଯାଇଥିଲା । ଇଣ୍ଡିଗୋର OTP 80.8 ପ୍ରତିଶତ ଥିଲା । ସେହିଭଳି ଆକାଶ ଏୟାର ଏବଂ ଏୟାର ଇଣ୍ଡିଆ ଗ୍ରୁପର ଓଟିପି ଯଥାକ୍ରମେ ୭୭.୫ ପ୍ରତିଶତ ଏବଂ ୭୨.୪ ପ୍ରତିଶତ ଥିଲା। ତଥ୍ୟ ଅନୁଯାୟୀ, ସ୍ପାଇସଜେଟର ସର୍ବନିମ୍ନ ୬୦ ପ୍ରତିଶତ ଓଟିପି ଥିଲା ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.