ପ୍ରମୂଖ ଖବର
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ପାକିସ୍ତାନରେ ସିନ୍ଧୁ ନଦୀ କେନାଲ ପ୍ରକଳ୍ପ ବିରୋଧରେ ଉତ୍ତେଜନା; ଦୁଇ ସାମାଜିକ କର୍ମୀଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ

Published By : Bijay Swain | May 21, 2025 7:06 PM

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ସିନ୍ଧୁ ନଦୀରେ ନିର୍ମାଣ ହେଉଥିବା କେନାଲ ପ୍ରକଳ୍ପକୁ ନେଇ ତୀବ୍ର ବିରୋଧ ପ୍ରକାଶ ପାଇଛି। ଏହି ପ୍ରକଳ୍ପରେ ପାଞ୍ଜାବକୁ ଅଧିକ ଜଳ ଯୋଗାଯିବାର ଯୋଜନା ରହିଛି। ଯାହା ସିନ୍ଧରେ ଜଳ ଅଭାବକୁ ଆହୁରି ଗମ୍ଭୀର କରିବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଗତ ମଙ୍ଗଳବାର ନୌଶାହାରୋ ଫେରୋଜଠାରେ ଏହି ବିରୋଧ ହିଂସାତ୍ମକ ରୂପ ନେଇଥିଲା। ଯେଉଁଠାରେ ପ୍ରଦର୍ଶନକାରୀମାନେ ସିନ୍ଧର ଗୃହ ମନ୍ତ୍ରୀ ଜିଆ ଲାନଜାରଙ୍କ ବାସଭବନରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଦୁଇ ଜଣ ସାମାଜିକ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଏବଂ ଅନେକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗ୍ରୀନ୍ ପାକିସ୍ତାନ ଇନିସିଏଟିଭ୍ ଅଧୀନରେ ନିର୍ମିତ ଏହି ୩.୩ ବିଲିୟନ ଡଲାରର କେନାଲ ପ୍ରକଳ୍ପ ମୁଖ୍ୟତଃ ପାଞ୍ଜାବରେ ୪୮ ଲକ୍ଷ ଏକର ଜମିକୁ ସିଞ୍ଚନ ପାଇଁ ଉଦ୍ଦିଷ୍ଟ। କିନ୍ତୁ ସିନ୍ଧବାସୀ ଏହାକୁ ତୀବ୍ର ବିରୋଧ କରୁଛନ୍ତି। କାରଣ ଏହି କେନାଲ କାର୍ଯ୍ୟକ୍ଷମ ହେଲେ ସିନ୍ଧରେ ଜଳ ଅଭାବ ୫୦% ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯାହା କୃଷି ଓ ପାନୀୟ ଜଳ ଉପରେ ଗମ୍ଭୀର ପ୍ରଭାବ ପକାଇବ। ପ୍ରଦର୍ଶନକାରୀମାନେ ଏହି ପ୍ରକଳ୍ପକୁ "ସିନ୍ଧ ବିରୋଧୀ" ବୋଲି କହିବା ସହିତ ଏହାକୁ ବାତିଲ କରିବାକୁ ଦାବି କରୁଛନ୍ତି।

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ଉପରେ ମଧ୍ୟ ଏହି ବିରୋଧରେ ଜଡ଼ିତ ଥିବାର ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଏବଂ ରାଜନୈତିକ ନେତାମାନେ ଅଭିଯୋଗ କରୁଛନ୍ତି ଯେ ଏହି ପ୍ରକଳ୍ପ ସେନା ଦ୍ଵାରା ସମର୍ଥିତ। ଯାହା ସିନ୍ଧର ଆଗ୍ରହକୁ ଉପେକ୍ଷା କରି ପଞ୍ଜାବ ପ୍ରଦେଶକୁ ପରିପୃଷ୍ଟ କରିବାରେ ସହାୟକ ହେବ। ପ୍ରଦର୍ଶନକାରୀମାନେ ସେନା ଓ ସରକାର ବିରୁଦ୍ଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସିନ୍ଧବାସୀ ସିନ୍ଧର ସ୍ଵାଧୀନତା ଦାବି ନେଇ ସ୍ୱର ଉଠାଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜାରଦାରୀ ଏକ ବୈଠକରେ ଘୋଷଣା କରିଛନ୍ତି ଯେ କାଉନସିଲ ଅଫ କମନ ଇଣ୍ଟରେଷ୍ଟ (CCI)ରେ ସମ୍ମତି ବିନା କେନାଲ ନିର୍ମାଣ ହେବ ନାହିଁ। କିନ୍ତୁ ପ୍ରଦର୍ଶନକାରୀମାନେ ଏକ ଆନୁଷ୍ଠାନିକ ବାତିଲ ଘୋଷଣା ଦାବି କରି ନିଜ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ଆନ୍ଦୋଲନ ଯୋଗୁଁ ସିନ୍ଧ ଓ ପଞ୍ଜାବ ମଧ୍ୟରେ ପରିବହନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯାହା ପାକିସ୍ତାନର ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ଯାହାଫଳରେ ପାକିସ୍ତାନର ଅନେକ ପ୍ରାନ୍ତରେ ଲୋକମାନଙ୍କ ପାଖରେ ଜରୁରି ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚି ପାରିନାହିଁ। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି। 

ଏହି ଘଟଣା ପାକିସ୍ତାନରେ ସେନା ଓ ସରକାର ମଧ୍ୟରେ ବିଭେଦ ଏବଂ ସିନ୍ଧରେ ଅସନ୍ତୋଷର ଚିତ୍ର ଉପସ୍ଥାପନ କରିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ସଙ୍କଟ ଆଗକୁ ଆହୁରି ଗମ୍ଭୀର ହୋଇପାରେ। ଯଦି ସରକାର ସ୍ଥାନୀୟ ଲୋକଙ୍କ ଆଶଙ୍କାକୁ ସମାଧାନ ନ କରନ୍ତି ତେବେ ଏହି ଆନ୍ଦୋଳନ ଆଗକୁ ଆହୁରି ଉଗ୍ର ରୁପ ଧାରଣ କରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.