ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଅସୀମ ମୁନୀର ନିଜେ କରିଛନ୍ତି ନିଜର ପ୍ରମୋଶନ୍ ? ପଦୋନ୍ନତି ପଛରେ ରହିଛି ଏଭଳି ଉଦ୍ଦେଶ୍ୟ

Published By : Prameya | May 21, 2025 6:40 PM

ନୂଆଦିଲ୍ଲୀ,୨୧।୫: ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନୀର ହାରିବା ପରେ ବି ପଦୋନ୍ନତି ପାଇଛନ୍ତି। ପାକିସ୍ତାନ ଇତିହାସରେ ଜେନେରାଲ ଆୟୁବ ଖାନଙ୍କ ପରେ ଦ୍ବିତୀୟ ସେନାଧ୍ୟଧ ହେବେ, ଯାହାଙ୍କୁ ଏହି ପଦ ମିଳିଛି। ଭାରତର ଅପରେସନ୍ ସିନ୍ଦୂର ଓ ପୁରି ଦୁଇ ଦେଶ ମଧ୍ୟରେ କିଛି ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବା ପରେ ତାଙ୍କୁ ଏହି ପ୍ରମୋଶନ୍ ମିଳିଛି। ତେବେ ପାକିସ୍ତାନରେ ଚର୍ଚ୍ଚା ଚାଲିଛି ଯେ, ଅସୀମ ମୁନୀର ନିଜେ ନିଜର ପ୍ରମେଶନ୍ କରିଛନ୍ତି।  ତାଙ୍କୁ ମିଳିଥିବା ପ୍ରମୋଶନ୍ ତାଙ୍କର ଓ ପିଏମ୍‌ ଶେହବାଜ ଶିଫ୍‌ଙ୍କ ମଧ୍ୟରେ ଏକ ଚୁକ୍ତିର ଫଳାଫଳ। ଏହି ଚୁକ୍ତି ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ହୋଇଥିଲା। ଇମ୍ରାନ୍ ଖାନ୍‌ଙ୍କ ଲୋକପ୍ରିୟତା ଖୁବ୍ ଅଧିକ କୁହାଯାଉଥିଲା। ଯଦି ସେନା ଏବଂ ସରକାର ମିଶିକି କାମ କରନ୍ତି ତେବେ ତାଙ୍କୁ ରୋକିହେବ। 

ଶୀର୍ଷ ସୁତ୍ରଙ୍କ ଅନୁସାରେ, ଇମ୍ରାନ୍ ଖାନ୍‌ଙ୍କୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ଏକ ପ୍ରକାର ହାଇବ୍ରିଡ୍‌ ସରକାର ଚାଲୁଛି। ଏହି ହାଇବ୍ରିଡ୍ ସରକାରରେ ଅର୍ଥବ୍ୟବସ୍ଥା ଭଳି ପ୍ରସଙ୍ଗ ରାଜନୈତିକ ନେତୃତ୍ବ ଦେଖୁଥିବା ବେଳେ ଯୁଦ୍ଧ ସ୍ଥିତିରେ ସେନା ନେତୃତ୍ବ ନେଉଛି। ଏଭଳି ସରକାର ପରିଚାଳନାକୁ ନେଇ ସହମତିର କାରଣ ହେଉଛି ଇମ୍ରାନ୍ ଖାନ୍‌ଙ୍କୁ ଦୂରେଇ ରଖିବା। କେବଳ ସେତିକି ନୁହେଁ ‘ଅପରେସନ୍ ସିନ୍ଦୂର’ର ବିଫଳତାକୁ ନେଇ ଭବିଷ୍ୟତରେ କୌଣସି ସରକାର ତାଙ୍କ ବିରୋଧରେ କୋର୍ଟ ମାର୍ଶଲ କରିବାକୁ ଚାହିଁଲେ ତାହା ସମ୍ଭବ ହୋଇପାରିବନି। 

ଫିଲ୍ଡ ମାର୍ଶଲଙ୍କୁ ପାକିସ୍ତାନରେ କୋର୍ଟ ମାର୍ଶଲ ସଜାଠାରୁ ଅଲଗା ରଖିବାର ନିୟମ ରହିଛି। ଏଭଳି ଭାବରେ ଅସୀମ ମୁନୀରଙ୍କୁ ଏକ ରକ୍ଷା କବଚ ଦେଇଛନ୍ତି ଶେହବଜା ସରକାର। ସେଭଳି ଶେହବାଜଙ୍କୁ କ୍ଷମତାରେ ରଖିବା ପାଇଁ ସବୁ ପ୍ରକାର ଜୋର ଲଗାଇ ଦେଇଛନ୍ତି ମୁନୀର। କାରଣ ମୁନୀର ଓ ଇମ୍ରାନ୍ ଖାନ୍‌ଙ୍କ ଏକ ଇତିହାସ ରହିଛି, ଯାହାକି ଶେହବାଜଙ୍କୁ ଫାଇଦା ପହଁଞ୍ଚାଉଛି। ମୁନୀରଙ୍କୁ ଆଇଏସ୍‌ଆଇ ଚିଫ୍ ପଦରୁ ଇମ୍ରାନ୍ ଖାନ୍ ହଟାଇଥିଲେ। ଏହାପରେ ଯେତେବେଳେ ଇମ୍ରାନ ଆରେଷ୍ଟ ହେଲେ ଏହାର ଦୋଷ ସେ ମୁନୀରଙ୍କ ଉପରେ ଲଗାଇଥିଲେ। କୁହାଯାଉଛି ଯେ, ଇମ୍ରାନ୍‌ ଖାନ୍‌ ଜେଲକୁ ଯିବା ପଛରେ ସେନା ଓ ଖାସ୍ ଭାବରେ ମୁନୀରଙ୍କ ହାତ ରହିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.