ପ୍ରମୂଖ ଖବର
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

କୋଲକାତା ଆକାଶରେ ଉଡିଲା ସନ୍ଧିଗ୍ଧ ଡ୍ରୋନ; ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର

Published By : Bijay Swain | May 21, 2025 5:27 PM

କୋଲକାତା: କୋଲକାତା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳମାନଙ୍କରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଗତ ସୋମବାର ରାତିରେ ଏକାଧିକ ଅନଧିକୃତ ଡ୍ରୋନ ଭଳି ବସ୍ତୁ ମୁକ୍ତାକାଶରେ ଦୃଶ୍ୟମାନ ହୋଇଥିଲା। କୋଲକାତା ପୋଲିସ ବୁଧବାର ଏନେଇ ଚିନ୍ତାବ୍ୟକ୍ତ କରିବା ସହ ଘଟଣାର ଛାନଭିନ ଜାରି ରଖିଛି। ଏହି ସନ୍ଧିଗ୍ଧ ବସ୍ତୁର ଉଡାଣ ପଛରେ କାହାର ହାତ ରହିଛି ଓ ଏହା ପଛର କାରଣ କଣ ସେନେଇ ତଦନ୍ତ ଜାରି ରହିଛି। 

ମିଳିଥିବା ସୂଚନା ମୁତାବକ, ଗତ ସୋମବାର ମଧ୍ୟରାତ୍ରରେ ୮ରୁ ୧୦ଟି ସନ୍ଧିଗ୍ଧ ବସ୍ତୁ କୋଲକାତାର ହସଟିଙ୍ଗ, ବିଦ୍ୟାସାଗର ସେତୁ ଓ ମଇଦାନ ଅଞ୍ଚଳରେ ଦେଖିବାକୁ ମିଲିଥିଲା। ଏହାକୁ ନେଇ କୋଲକାତାରେ ଥିବା ପ୍ରତିରକ୍ଷା ମୁଖପାତ୍ର ସହରର ବିଭିନ୍ନ ସ୍ଥାନରେ ଏହିଭଳି ଅଜଣା ବସ୍ତୁ ଉଡାଣ ଭରୁଛନ୍ତି ବୋଲି ରିପୋର୍ଟ କରିଥିଲେ। ଏହି ଖବର ମିଳିବା ପରେ ଭାରତର ଅନେକ ଏଜେନ୍ସି ଏହା ପଛର କାରଣ ଖୋଜିବାକୁ ଖୋଳତାଡ ଆରମ୍ଭ କରିଛନ୍ତି। 

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ଆଦେଶ ଦିଆଯାଇଛି ବୋଲି ପ୍ରଶାସନିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଏହାସହ ଜଣେ ପ୍ରତିରକ୍ଷା ଅଧିକାରୀ ଏନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ “କୋଲକାତା ଆକାଶରେ ଅନେକ ସନ୍ଧିଗ୍ଧ ବସ୍ତୁ ନଜରକୁ ଆସିଛନ୍ତି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି।”

ହସଟିଙ୍ଗ ପୋଲିସ ଥାନା ପକ୍ଷରୁ ଆକାଶରେ ଡ୍ରୋନ ଭଳି ଦେଖାଯାଉଥିବା ଅଜଣା ସନ୍ଧିଗ୍ଧ ବସ୍ତୁ ଉଡୁଥିବା ନେଇ ରିପୋର୍ଟ କରାଯାଇଥିଲା। ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ “ଡ୍ରୋନ ଭଳି ଦେଖାଯାଉଥିବା ଏହି ସନ୍ଧିଗ୍ଧ ବସ୍ତୁ ଗୁଡିକ ମହେଶତାଲାରୁ ଦକ୍ଷିଣ ୨୪ ପରଗଣା ଅଞ୍ଚଳ ଆଡେ ଯାଉଥିବା ସୋମବାର ମଧ୍ୟରାତ୍ରୀରେ ଦୃଷ୍ଟି ଗୋଚର ହୋଇଥିଲା। ଏହାସହ ହସଟିଙ୍ଗ, ହୁଗୁଳି ବ୍ରିଜ ଓ ସେନାର ପୂର୍ବ କମାଣ୍ଡ ହେଡକ୍ୱାଟର ଅଞ୍ଚଳରେ ମଧ୍ୟ ଏହିଭଳି ବସ୍ତୁ ଦେଖାଦେଇଥିଲା। ପୂର୍ବ କୋଲକାତାର ପାର୍କ ସର୍କସ ଅଞ୍ଚଳରେ ମଧ୍ୟ ଏଭଳି ଡ୍ରୋନ ଦେଖିବାକୁ ମିଳିଥିଲା।”

ଏହି ଘଟଣା ସାମ୍ନାକୁ ଆସିବା ପରେ କୋଲକାତା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଓ ଡିଟେକ୍ଟିଭ ଡିପାର୍ଟମେଣ୍ଟ ଏକ ଫୁଲ-ସ୍କେଲ ତଦନ୍ତ ଆରମ୍ଭ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.