ଜହ୍ନାପଙ୍କ୨୧/୫: ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସୃଷ୍ଟି କରାଯାଇଥିବା ଗ୍ରାମ୍ୟ ଜଙ୍ଗଲକୁ ଦୁର୍ବୃତ୍ତ ମାନେ କାଟି ଦେଇଛନ୍ତି। ଏ ହେଉଛି ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ମଧୁପୁର ଗାଁର ଗ୍ରାମ୍ୟ ଜଙ୍ଗଲର ଦୃଶ୍ୟ। ସୂଚନାଯୋଗ୍ୟ ଯେ, ପ୍ରାୟ ୨୫/୩୦ ବର୍ଷ ତଳେ ଗ୍ରାମବାସୀଙ୍କ ପକ୍ଷରୁ ମଧୁପୁର ବନ୍ଧ ଚାରି ପଟେ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା। ଏହାର ରକ୍ଷଣବେକ୍ଷଣ ଗ୍ରାମବାସୀ କରି ଆସୁଥିଲେ। ହେଲେ ଦୁଇ ତିନ ଦିନ ହେଲା ଏହି ଗଛ ଗୁଡିକ ଦିନବେଳେ କାଟୁ ଥିଲେ ମଧ୍ୟ ବନ ବିଭାଗ ନଜରରେ ନପଡିବା ପରିତାପର ବିଷୟ। ଏନେଇ ପରିବେଶବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ମଧୁପୁର ବନ୍ଧ ହୁଡାରେ ଥିବା ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଗଛକୁ ୨୦ ବର୍ଷ ହେଲା ଜଗି ଆସୁଛନ୍ତି। ଏହି ଗଛ ଗୁଡ଼ିକ ବଡ଼ ହେବା ପର୍ଯ୍ୟନ୍ତ ଗ୍ରାମବାସୀ ଦେଖାରେଖା କରୁଥିଲେ। ଯିଏ ଗଛ କାଟୁଥିଲା ତାକୁ ଗ୍ରାମବାସୀ ଜରିମାନା ଲଗାଉଥିଲେ। ତେବେ ବର୍ତ୍ତମାନ ଗଛ କାଟୁଥିବା ଗ୍ରାମବାସୀ ଦେଖୁଥିଲେ ମଧ୍ୟ କିଛି କହୁନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।