ହରଭଙ୍ଗା୨୧/୫: ବୌଦ୍ଧ ଜିଲ୍ଲା ମହାନଦୀ ସାତକୋଶିଆ ଅଭୟାରଣ୍ୟ ଗଣ୍ଡ କୁସଙ୍ଗ ରେଞ୍ଜରେ ଘଡିଆଳ ଶାବକ ଜନ୍ମ ହୋଇଛନ୍ତି ।୨୯ ଟି ଅଣ୍ଡାରୁ ସମସ୍ତ ସୁସ୍ଥ ଶାବକ ଜନ୍ମ ହୋଇଛନ୍ତି l ସାତକୋଶିଆ ଗଣ୍ଡ ବଳଦମରା ନିକଟରେ ସୁରକ୍ଷିତ ଭାବେ ରହିଛନ୍ତି ସମସ୍ତ ନବ ଜନ୍ମିତ ଘଡ଼ିଆଳ ଶାବକ। ଗତ ମାର୍ଚ୍ଚ ମାସରେ ୨୯ ଗୋଟି ଅଣ୍ଡା ଦେଇଥିଲା ମାଇ ଘଡିଆଳ କୁମ୍ଭୀର। ଲଗାତାର ୫ ବର୍ଷରେ ୧୫୭ ଶାବକଙ୍କୁ ଜନ୍ମ ଦେଇଛି ଘଡିଆଳ କୁମ୍ଭୀର।
ସୂଚନା ଅନୁଯାୟୀ ମହାନଦୀ ସାତକୋଶିଆ ଗଣ୍ଡ ବଳଦମରା ନିକଟରେ ଗତ ମାର୍ଚ୍ଚ ମାସରେ ମାଇ ଘଡିଆଳ କୁମ୍ଭୀର୨୯ଗୋଟି ଅଣ୍ଡା ଦେଇଥିଲା ଏବଂ ଅଣ୍ଡା ଦେବାର ଏକ ମାସ ପରେ ଅଣ୍ଡାରୁ ଛୁଆ ବହାରିବା କଥା ମାତ୍ର ବୌଦ୍ଧ ଜିଲ୍ଲାରେ ଅତ୍ୟଧିକ ଗରମ ହେବାରୁ ଏବର୍ଷ ଶାବକ ଜନ୍ମ ହେବାରେ ବିଳମ୍ବ ହୋଇଥିଲା। ଯାହାକୁ ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ମାଛମରା ନେଇ ମାଛମରା ଡଙ୍ଗା, ମେସିନ ଚାଳିତ ଡ଼ଙ୍ଗା ଗୁଡିକୁ ନଦୀକୁ ଯିବାକୁ ବାରଣ କରାଯାଇଛି। ଅନ୍ୟ ପଟେ ଚଳିତ ବର୍ଷ ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ସାତ କୋଶିଆରେ ୫ଟି ମାଈ ଓ ୩ଟି ଅଣ୍ଡିରା ଘଡ଼ିଆଳ, ନନ୍ଦନ କାନନ ଓ ଅନଗୁଳ ଟିକରପଡାରୁ ଆଣି ଛଡା ଯାଇଥିଲା l
ତେବେ ବିଳମ୍ବରେ ହେଉ ପଛେ ଘଡିଆଳ କୁମ୍ଭୀର ୨୯ ଟି ଅଣ୍ଡାରୁ ସଂପୂର୍ଣ୍ଣ ସୁସ୍ଥ ଶାବକ ଜନ୍ମ ଦେଇଥିବାରୁ ବନ୍ୟପ୍ରାଣୀ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଏହି ଶାବକ ମାନଙ୍କ ସୁରକ୍ଷାକୁ ନେଇ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ଓ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା କରାଯାଇଥିବା ସୂଚନା ମିଳିଛି।